ପ୍ରଥମ ଥର ଦେଶକୁ ମିଳିଲା ଇଛାଧାରୀ ପ୍ରଧାନମନ୍ତ୍ରୀ । “କାଲି ଚାହା ବାଲା ଥିଲେ, ଆଜି ଚୌକିଦାର ହୋଇଗଲେ ।” ମୋଦିଙ୍କ ଉପରେ କବିଙ୍କ ହାସ୍ୟ କଟାକ୍ଷ ।ଦେଖନ୍ତୁ ଭିଡିଓ

Spread the love

ବିଗତ କିଛି ସମୟ ହେବ ମିଡିଆ ଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ “ମୁଁ ଚୌକିଦାର ଅଟେ” ଏହି ସ୍ଲୋଗାନ ଖୁବ ଚର୍ଚାର ବିଷୟ ପାଲଟିଛି । ଏହି କଥାଟି ନିଜେ ପ୍ରଧାନ ମନ୍ତ୍ରୀ ମୋଦୀ କହିଥିଲେ । ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜେ ମୋଦୀ ନିଜ ନାମକୁ ବଦଳାଇ ଚୌକିଦାର ନରେନ୍ଦ୍ର ମୋଦୀ ରଖିଛନ୍ତି ।

ନରେନ୍ଦ୍ର ମୋଦୀଙ୍କ “ମେ ଚୌକିଦାର୍ ହୁଁ” ସ୍ଲୋଗାନ, ରାଜନୀତିରୁ ଆରମ୍ଭ ହୋଇ କବିମାନଙ୍କର ହାସ୍ୟ କବିତାରେ ପହଞ୍ଚିଗଲାଣି । ଏହିପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓଟି ପ୍ରସିଦ୍ଧ ହାସ୍ୟ କବି ଶମ୍ଭୁ ଶିଖରଙ୍କ ଅଟେ । ଶମ୍ଭୁ ଶିଖର ନିଜ କବିତା ମାଧ୍ୟମରେ “ମେ ଚୌକିଦାର୍ ହୁଁ” ସ୍ଲୋଗାଙ୍କୁ ନେଇ ଖୁବ ମଜା କରିଛନ୍ତି । ଶମ୍ଭୁ ଶିଖର ନିଜ କବିତାର ପ୍ରାରମ୍ଭରେ ମୋଦୀ ସରକାରଙ୍କୁ ମଜା କରି ଆରମ୍ଭ କରିଥିଲେ । କବି ନିଜ କବିତା ମାଧ୍ୟମରେ କହିଛନ୍ତି, କିପରି ମୋଦୀ ସରକାର ଚୌକିଦାରୀ କରି ରହିଗଲେ ଓ ବିଜୟ ମାଲ୍ୟା, ନୀରବ ମୋଦୀ ଏବଂ ଲଳିତ ମୋଦୀ ବ୍ୟାଙ୍କ ଟଙ୍କା ନେଇ ଚାଲିଗଲେ ।

କବି ଶମ୍ଭୁ ଶିଖର ଆଗକୁ କହିଛନ୍ତି, କିପରି ମୋଦୀ ସରକାର ଦେଶର ଲୋକଙ୍କୁ ରୋଜଗାରରୁ ଦୂରେଇ ରଖିଛନ୍ତି ଓ ଏହା ସହ କିପରି ନେପାଲର ଲୋକଙ୍କ ରୋଜଗାରକୁ କିପରି ଲୋକଙ୍କ ଠାରୁ ଦୂରେଇ ରଖିଛନ୍ତି । ଏହି ପ୍ରତିପେକ୍ଷୀରେ କବି କହିଛନ୍ତି, ଆପଣ ଭାରତର ଲୋକଙ୍କୁ ତ ରୋଜଗାର ଦେଇ ପାରିଲେଣି କିନ୍ତୁ ନେପାଲ ଲୋକଙ୍କ ରୋଜଗାର ମଧ୍ୟ ଛଡେଇ ନେଇଛନ୍ତି ।

ମୋଦୀ କେତେବେଳେ ନିଜକୁ, “ଚା ବାଲା କହୁଥିବା ବେଳେ କେତେବେଳେ ନିଜକୁ ଚୌକିଦାର କହିଥାନ୍ତି ।” ଏହି କଥାକୁ ନେଇ କବି ଶମ୍ଭୁ ଶିଖର ଖୁବ୍ ମଜା କରିଛନ୍ତି । ମଜାଳିଆ ଢଙ୍ଗରେ କବି ଶମ୍ଭୁ ଶିଖର ମୋଦୀଙ୍କୁ ଇଛାଧାରୀ ନାଗିନ୍ ସହ ତୁଳନା କରିଛନ୍ତି । କବି କହିଛନ୍ତି, ପ୍ରଥମଥର ମିଶିଲୁ ପିଏମ୍ ଙ୍କ ସହ । ଯିଏ ନିଜକୁ କେତେବେଳେ “ଚାହା ବାଲା କୁହନ୍ତି ତ କେତେବେଳେ ନିଜକୁ ଚୌକିଦାର କୁହନ୍ତି ।”

କହିବାକୁ ଚାହୁଞ୍ଚୁ; ବିଗତ କିଛି ସମୟ ହେବ ମିଡିଆ ଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ “ମୁଁ ଚୌକିଦାର ଅଟେ” ଏହି ସ୍ଲୋଗାନ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ଏହି କଥାଟି ନିଜେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ପିଏମ୍ ମୋଦୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ନାମକୁ ନରେନ୍ଦ୍ର ମୋଦୀରୁ ବଦଳାଇ ଚୌକିଦାର ନରେନ୍ଦ୍ର ମୋଦୀ କରିଛନ୍ତି । ଏହାପରେ ପରେ ଧୀରେ ଧୀରେ ବିଜେପିର ସବୁ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ନାମ ଆଗରେ ଚୌକିଦାର ଲଗାଇ ଦେଇଛନ୍ତି ।