୧୦ ଟଙ୍କା ପାଇଁ ରେଷ୍ଟ୍ରଡ଼ାଣ୍ଟରେ ଝିଅକୁ ଛାଡି ଚାଲିଗଲେ ବାପା….. ଭାଇରେଲ ହେଉଛି Video, ଦେଖନ୍ତୁ ଭିଡିଓଟି

Spread the love

ଚୀନ: ଚୀନର ଫେସନ ଅଞ୍ଚଳ (Foshan region)ର ଗୁଆଙ୍ଗଡୋଙ୍ଗା (Guangdong)ରେ ଏହିପରି ଘଟଣା ଘଟିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଗୋଟିଏ ବାପା କିଛି ଟଙ୍କା ପାଇଁ ନିଜର ୨ ବର୍ଷର ଝିଅକୁ ଗୋଟିଏ ରେଷ୍ଟ୍ରଡ଼ାଣ୍ଟରେ ଛାଡି ଦେଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ତାଙ୍କ ଝିଅଙ୍କୁ ଏଥିପାଇଁ ଛାଡି ଥିଲେ କାରଣ ରେଷ୍ଟ୍ରଡ଼ାଣ୍ଟର ମୋଟ ବିଲ୍ ବାବଦକୁ ତାଙ୍କ ପାଖରେ ୧୦ ଟଙ୍କା କମ ଥିଲା । ଯେଉଁଥିପାଇଁ ଲୋକମାନେ ଛୋଟ ଝିଅଟିର ବାପଙ୍କୁ ବହୁତ ସମାଲୋଚନା କରିଛନ୍ତି । ଲୋକମାନେ ଏହି ଘଟଣାକୁ ନେଇ ବହୁତ କ୍ଷୁବ୍ଧ ହୋଇଛନ୍ତି । CCTVର ଏହି ଭିଡିଓ ବହୁଳ ମାତ୍ରରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିୟରେ ଦେଖିବାକୁ ମିଳୁଛି, ବ୍ୟକ୍ତି ଜଣକ ରେଷ୍ଟ୍ରଡ଼ାଣ୍ଟରୁ ବାହାରକୁ ବାହାରୁ ଥିବାର ଏବଂ ଛୋଟ ଝିଅଟି କାନ୍ଦି କାନ୍ଦି ବାପାଙ୍କ ପାଖରେ ପହଞ୍ଚୁଛି ।

ରିପୋର୍ଟସଙ୍କ ଅନୁସାରେ, ବ୍ୟକ୍ତି ଜଣକ ୬ ୟୁଆନ (୬୨ ଟଙ୍କା ଭାରତୀୟ ମୁଦ୍ରା)ର ଖାଦ୍ୟ ଖାଇଥିଲେ । ବ୍ୟକ୍ତି ଜଣକ ପାଖରେ ୫ ୟୁଆନ ଥିଲା ଅର୍ଥାତ ୧ ଯୁଆନ (୧୦ ଟଙ୍କା ଭାରତୀୟ ମୁଦ୍ରା) କମ ଥିଲା । ୧ ୟୁଆନ କମ ଥିବା କାରଣରୁ ବ୍ୟକ୍ତି ଜଣକ ଚିନ୍ତା କରିଲେ, ୨ ବର୍ଷର ଝିଅକୁ ଆଜି ରେଷ୍ଟ୍ରଡ଼ାଣ୍ଟରେ ଛାଡି ଚାଲିଯିବେ, ଆସନ୍ତା କଲି ସକାଳୁ ଆସି ନେଇଯିବେ । Sothern Television Guangdongକୁ ବାପା ଜଣକ କହିଛନ୍ତି, “ମୁଁ ସେହି ରେଷ୍ଟ୍ରଡ଼ାଣ୍ଟରେ ୧୦ ଟଙ୍କା ପାଇଁ ମୋରୋ ଝିଅକୁ ଛାଡି ଯାଉଅଛି । ଆସନ୍ତା କଲି ବାକି ଥିବା ୧୦ ଟଙ୍କା ଫେରାଇ ଝିଅକୁ ନେଇଯିବ ।”

ନିର୍ଦୟ ହୃଦୟର ବାପା ଜଣକ ପିଲାଟିକୁ ଛାଡିଲା ପରେ, ରେଷ୍ଟ୍ରଡ଼ାଣ୍ଟର ମାଲିକ ପିଲାଟିକୁ ପେଟ ପୂରା ଭୋଜନ ଦେଲେ ଏବଂ ତା’ସହ କିଛି ଖେଳ ମଧ୍ୟ ଖେଳିଲେ । ରେଷ୍ଟ୍ରଡ଼ାଣ୍ଟର ମାଲିକ କହିଲେ, “ଆମେ ପିଲାଟିକୁ ଆମର ରୋଷେଇ ଶାଳରେ ବସାଇ, ପିଲାଟିକୁ କ୍ଷୀର ପିଇବାକୁ ଦେଇଥିଲୁ ।” ପିଲାଟିର ବାପା ନ ଆସିବା ଫଳରେ ଆମେ ରେଷ୍ଟ୍ରଡ଼ାଣ୍ଟର ମାଲିକ ପୋଲିସକୁ ଡ଼ାକିଥିଲା ଏବଂ ସଂପୂର୍ଣ୍ଣ ଘଟଣା ପୋଲିସକୁ ଜଣାଇଥିଲେ ।

ଦୀର୍ଘ ସମୟ ପରେ ବାପା ଜଣକ ଯେତେବେଳେ ଫେରିଲେ, ସେଠାରେ ତାଙ୍କ ଝିଅ ନଥିଲା । ଝିଅଟିକୁ ରେଷ୍ଟ୍ରଡ଼ାଣ୍ଟରେ ଦେଖି ନ ପାରିବରୁ ବାପା ଜଣକ ମତିବ୍ୟସ୍ତ ହୋଇପଡିଥିଲେ । ଯେତେବେଳେ ରେଷ୍ଟ୍ରଡ଼ାଣ୍ଟର ମାଲିକ କହିଲେ, ସେ ପୋଲିସକୁ ସଂପୂର୍ଣ୍ଣ ଘଟଣା ଜଣାଇଲେ ଏବଂ ଝିଅଟି ପୋଲିସ ପାଖରେ ଅଛି । ଏହା ଶୁଣି ବାପା ଜଣକ ରେଷ୍ଟ୍ରଡ଼ାଣ୍ଟର ମାଲିକକୁ ବହୁତ ଗାଳିଗୁଲଜ କରିଥିଲେ ଏବଂ ଏହା ପରେ ବାପା ଝିଅକୁ ଆଣିବା ପାଇଁ ପୋଲିସ ଷ୍ଟେସନ ପହଞ୍ଚି ଥିଲେ । ସେଠାରେ ପୋଲିସ ବ୍ୟକ୍ତି ଜଣକକୁ ବହୁତ ଗାଳିଗୁଲ କରିଥିଲା ।