ବିଦ୍ୟୁତ୍ ଆଘାତ ପାଇବା ସଙ୍ଗେ ସଙ୍ଗେ ଆପଣାନ୍ତୁ ଏହି ୪ଟି ଉପାୟ, ଏହା ଦ୍ୱାରା ବଞ୍ଚାଇପାରିବେ ପୀଡିତଙ୍କ ଜୀବନ ।

Spread the love

ବିଜୁଳିର ଝଟକା କେତେବେଳେ ମଧ୍ୟ କାହାକୁ ଲାଗିପାରେ । ଏହା ଏକ ଏପରି ଝଟକା ଯାହା ଲାଗିବାର କିଛି କ୍ଷଣ ବା କିଛି ଦିନ ପର୍ଯ୍ୟନ୍ତ ପୀଡିତଙ୍କ ବୁଝିବା ଚିନ୍ତିବା ଶକ୍ତି ନଷ୍ଟ ହୋଇଯାଏ । ଏତିକି ହିଁ ନୁହେଁ, ପୀଡିତଙ୍କ ପାଖରେ ଥିବା ଲୋକ ମଧ୍ୟ ଭାବିପାରନ୍ତି ନାହିଁ ଯେ, କଣ କରିବା ଉଚିତ ଓ କଣ ନ କରିବା ଉଚିତ ? ବିଦ୍ୟୁତ୍ ଆଘାତ ଲାଗିବା ପରେ ଡାକ୍ତରଙ୍କୁ ସମ୍ପର୍କ କରିବା ଉଚିତ । କିନ୍ତୁ ବେଳେବେଳେ ଡାକ୍ତରଙ୍କ ପାଖରେ ପହଞ୍ଚିବା ପାଇଁ ବହୁତ ସମୟ ଲାଗି ଯାଇଥାଏ । ତେଣୁ ଏହା ଜାଣିବା ଜରୁରୀ ଯେ, ଡାକ୍ତରଙ୍କ ପାଖରେ ପହଞ୍ଚିବା ପୂର୍ବରୁ ପୀଡିତଙ୍କୁ କେଉଁ ପ୍ରକାର ଚିକିତ୍ସା ଦିଆଯିବା ଉଚିତ । ତେବେ ଚାଲନ୍ତୁ ଜାଣିବା; ବିଦ୍ୟୁତ୍ ଆଘାତ ଲାଗିବା ପରେ କଣ ପ୍ରାଥମିକ ଚିକିତ୍ସା କରିବା !

ଯଦି ଆପଣଙ୍କ ପାଖାପାଖି ଥିବା କେଉଁ ଲୋକଙ୍କୁ ବିଦ୍ୟୁତ ବା ବିଜୁଳି ଝଟକା ଲାଗିଯାଏ, ତେବେ ଆପଣ ବ୍ୟସ୍ତ ହୋଇ ଏପଟୁ ସେପଟୁ କିଛି ସାହାଯ୍ୟ ନେବା ଦରକାର ନାହିଁ ବରଂ କିଛି ଟିପ୍ସ ବା ପ୍ରାଥମିକ ଉପଚାରକୁ ଆପଣେଇ ଆପଣ ପୀଡିତାଙ୍କୁ କିଛି ସମୟ ସାନ୍ତ୍ୱନା ଦେଇପାରିବେ । ବେଳେବେଳେ ଏମିତି ହୋଇଥାଏ ଯେ, ଡାକ୍ତର ଆସିବାକୁ ବହୁତ ସମୟ ଲାଗିଯାଇଥାଏ, ଯାହା ଯୋଗୁଁ ପୀଡିତାଙ୍କ ଅବସ୍ଥା ଆହୁରି ଖରାପ ହୋଇ ଯାଇପାରେ । ତେଣୁ ଡାକ୍ତରଙ୍କ ପାଖକୁ ଯିବା ବା ଡାକ୍ତର ଆସିବା ପୂର୍ବରୁ ଆପଣଙ୍କୁ କିଛି ଟିପ୍ସ ବା ଉପଚାର ଆପଣେଇବା ଦରକାର । ତେବେ ଚାଲନ୍ତୁ ଜାଣିବା ସେହି ଟିପ୍ସଗୁଡିକ କଣ ? ଯାହାଦ୍ୱାରା ଆପଣ ପୀଡିତଙ୍କୁ ସାହାଯ୍ୟ କରି ପାରିବେ ।

ଲୁହା ଓ ପାଣିକୁ ହଟାଇବା :

ବିଦ୍ୟୁତ୍ ଆଘାତ ପାଇଁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ବଢିବା ପୂର୍ବରୁ ଆପଣ ଏହା ସୁନିଶ୍ଚିତ କରନ୍ତୁ ଯେ, ସେହି ବ୍ୟକ୍ତିଙ୍କ ପାଖରେ କୌଣସି ପାଣି ବା ଲୁହା ଜିନିଷ ନ ଥାଉ । ଯଦି ଲୁହା ବା ପାଣି ଅଛି; ତେବେ ଯଥାଶୀଘ୍ର ସେଠାରୁ ହଟାନ୍ତୁ, ଏହାପରେ ହିଁ ପୀଡିତଙ୍କ ସାହାଯ୍ୟ ପାଇଁ ଆଗକୁ ବଢନ୍ତୁ, ନଚେତ ଆପଣଂକୁ ମଧ୍ୟ ବିଦ୍ୟୁତ୍ ଆଘାତ ଲାଗିପାରେ । ଯାହାଦ୍ଵାରା ଅସୁବିଧା କମିବା ଅପେକ୍ଷା ବଢିଯିବ ।

ପାଟି ଦ୍ୱାରା ଶ୍ୱାସ ଦିଅନ୍ତୁ :

ଯଦି ଆପଣଙ୍କ ଆଖପାଖିରେ କେଉଁ ବ୍ୟକ୍ତିଙ୍କୁ ବିଦ୍ୟୁତ୍ ଆଘାତ ଲାଗିବା ଯୋଗୁଁ, ସେ ଚେତାହୀନ ହୋଇଯାଇଛନ୍ତି ଏବଂ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେଉଛି, ତେବେ ଆପଣ ବେହୋସ୍ ବ୍ୟକ୍ତିଙ୍କୁ ପାଟି ଦ୍ୱାରା ଶ୍ୱାସ ଦିଅନ୍ତୁ । ଏପରି କରିବା ଦ୍ୱାରା ସେହି ବ୍ୟକ୍ତିଙ୍କ ଶରୀର ମଧ୍ୟରେ ଆକ୍ସିଜେନ୍ ନିରନ୍ତର ଲାଗି ରହିବ । ଏତିକି ହିଁ ନୁହେଁ, ତାଙ୍କ ଛାତିକୁ ବାରମ୍ବାର ଦବାନ୍ତୁ, ଯାହାଦ୍ଵାରା ତାଙ୍କ ହୃଦୟର ସ୍ପନ୍ଦନ ଠିକ୍ ମାତ୍ରାରେ ଚାଲୁରହିବ ।

ତାଙ୍କୁ କମ୍ବଳ ଘୋଡ଼ନ୍ତୁ ନାହିଁ :

ବହୁତଥର ଦେଖାଯାଏ ଯେ, ବିଦ୍ୟୁତ୍ ଆଘାତ ଲାଗିଲେ, ଲୋକମାନେ ପୀଡିତଙ୍କୁ କମ୍ବଳରେ ଢାଙ୍କି ଦିଅନ୍ତି । କିନ୍ତୁ ଏପରି କରିବା ଅନୁଚିତ ଅଟେ । ଯଦି ପୀଡିତା ବେହୋସ୍ ବା ଚେତାଶୁନ୍ୟ ହୋଇଯାଇଛି ଓ ଶ୍ୱାସ ନେଉଛି, ତେବେ ତାହା ଉପରେ ପାଣି ଛିଞ୍ଚନ୍ତୁ । ଏହା ବ୍ୟତୀତ ଯଦି ପୀଡିତଙ୍କ ରକ୍ତସ୍ରାବ ହେଉଛି, ତେବେ ଏହା ବନ୍ଦ କରିବା ପାଇଁ ସଫା କପଡ଼ାର ବ୍ୟବହାର କରନ୍ତୁ ।

ତୁରନ୍ତ ଖାଇବା ପିଇବା ପାଇଁ କିଛି ଦିଅନ୍ତୁ ନାହିଁ :

ବହୁତ ଥର ଦେଖାଯାଇଥାଏ ଯେ, ବିଦ୍ୟୁତ୍ ଆଘାତ ଲାଗିବା ପରେ; ଯେତେବେଳେ ପୀଡିତା ହୋସ ବା ଚେତା ଫେରି ଆସିଥାଏ, ସେତେବେଳେ ଲୋକମାନେ ତାକୁ ତୁରନ୍ତ ଖାଇବା ପିଇବା ପାଇଁ କିଛି ଦେଇଥାନ୍ତି । କିନ୍ତୁ ଏପରି କରିବା ଆଦୌ ଠିକ୍ ନୁହଁ । ଏହା ବଦଳେ ଆପଣ ତାଙ୍କ ଆଘାତରେ ମଲମ ଲଗାଇବାକୁ ଚେଷ୍ଟା କରନ୍ତୁ । ଏବଂ ତାଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରାନ୍ତୁ । କାରଣ ବିଦ୍ୟୁତ୍ ଜନିତ ଆଘାତ ପୀଡ଼ିତାଙ୍କ ମନରେ ଏକ ଭୟ ସୃଷ୍ଟି କରିଥାଏ, ସେହି ଭୟ, ସାରା ଜୀବନ ମଣିଷ ମନରେ ରାହିଜାଇଥାଏ । ଏମିତିରେ ତାଙ୍କ ସହ ସାଧାରଣ ଭାବେ ବ୍ୟବହାର କରିବା ଉଚିତ ।