ସୁଖୀ ବୈବାହିକ ଜୀବନ ପାଇଁ ଭାଗବତ ଗୀତାରେ କୁହାଯାଇଥିବା ଏହି କଥାଗୁଡ଼ିକୁ ପାଳନ କରନ୍ତୁ । ଥରଟିଏ ପଢନ୍ତୁ ।

Spread the love

ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ବହୁତ କମଳ ହୋଇଥାଏ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ତାଳମେଳ ରହିବା ନିହାତି ଆବଶ୍ୟକ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କିଭଳି ତାଳମେଳ ବଜାୟ ରହିବ, ସେ ବିଷୟରେ ଭାଗବତ ଗୀତାରେ କିଛି ବର୍ଣ୍ଣିତ ହୋଇଛି । ଶ୍ରୀମଦ୍ ଭାଗବତ ଗୀତା ଅନୁସାରେ ଯଦି ସ୍ୱାମୀ, ସ୍ତ୍ରୀ ଏହି ତିନୋଟି କଥାକୁ ଧ୍ୟାନ ରଖିବେ, ତେବେ ସେମାନଙ୍କ ସମ୍ପର୍କ ଦୃଢ଼ତର ହୋଇପାରିବ । ଅନେକ ଅସୁବିଧା ଆସିଲେ ମଧ୍ୟ ସେମାନଙ୍କ ସମ୍ପର୍କରେ କେବେ ମଧ୍ୟ ଫାଟ ସୃଷ୍ଟି ହେବ ନାହିଁ ।

ନିଶ୍ଚୟ ପାଳନ କରନ୍ତୁ ଶ୍ରୀମଦ୍ ଭାଗବତ ଗୀତାରେ କୁହାଯାଇଥିବା ଏହି କଥା ଗୁଡ଼ିକୁ –

ପରସ୍ପରକୁ ସମ୍ମାନ ଦେବା :-

ଶ୍ରୀମଦ୍ ଭାଗବତ ଗୀତା ଅନୁସାରେ ସ୍ୱାମୀ ଓ ସ୍ତ୍ରୀ ପରସ୍ପରକୁ ସମ୍ମାନ ପ୍ରଦାନ କରିବା ଉଚିତ । ଯେଉଁ ସ୍ୱାମୀ ଓ ସ୍ତ୍ରୀ ପରସ୍ପରକୁ ସମ୍ମାନ ଦେଇନଥାନ୍ତି, ସେମାନଙ୍କ ସମ୍ପର୍କରେ ଶୀଘ୍ର ଫାଟ ଆସି ଯାଇଥାଏ ।

ପରସ୍ପର ପ୍ରତି ବିଶ୍ୱାସ କରିବା :-

ଶ୍ରୀମଦ୍ ଭାଗବତ ଗୀତାରେ ଲେଖା ହୋଇଛି, ଯଦି ସ୍ଵାମୀ, ସ୍ତ୍ରୀ ପରସ୍ପରକୁ ବିଶ୍ୱାସ ନ କରନ୍ତି; ତେବେ ସେମାନଙ୍କ ସମ୍ପର୍କ ସଦୃଢ ହୋଇପାରେ ନାହିଁ ଓ ଅଳ୍ପ ଦିନରେ ଭାଙ୍ଗି ଯାଇଥାଏ । ତେଣୁ ନିଜ ବୈବାହିକ ଜୀବନରେ ଖୁସି ଚାହୁଁଛନ୍ତି, ତେବେ ଆପଣ ଦୁହେଁ ପରସ୍ପର ଉପରେ ବିଶ୍ୱାସ କରିବା ଉଚିତ ।

ପରସ୍ପର ପ୍ରତି ନିଷ୍ଠାପର :-

ସ୍ଵାମୀ ଓ ସ୍ତ୍ରୀର ସମ୍ପର୍କ ବିଶ୍ବାସରେ ବନ୍ଧା ହୋଇଥାଏ । ଯଦି ସ୍ଵାମୀ ଓ ସ୍ତ୍ରୀ ଦୁହେଁ ପରସ୍ପରକୁ ବିଶ୍ବାସ କରୁନାହାନ୍ତି, ତେବେ ସେମାନଙ୍କ ମଧ୍ୟରେ ସର୍ବଦା ଝଗଡା ଲାଗି ରହିଥାଏ । ତେଣୁ ସ୍ଵାମୀ ଓ ସ୍ତ୍ରୀ ସର୍ବଦା ପରସ୍ପର ପ୍ରତି ବିଶ୍ବାସ କରିବା ନିହାତି ଜରୁରୀ ଅଟେ ।

ଶ୍ରୀମଦ୍ ଭାଗବତ ଗୀତାରେ କୁହାଯାଇଥିବା ଏହି ତିନୋଟି କଥା ପ୍ରତି ଧ୍ୟାନ ରଖାଯାଏ, ତେବେ ସ୍ୱାମୀ, ସ୍ତ୍ରୀଙ୍କ ଜୀବନ ବହୁତ ଖୁସିରେ ବି ତିବ ।

ସ୍ୱାମୀ ଓ ସ୍ତ୍ରୀଙ୍କ ସମ୍ପର୍କକୁ ନେଇ ଶ୍ରୀମଦ୍ ଭାଗବତ ଗୀତାରେ ଗୋଟିଏ କଥା ମଧ୍ୟ କୁହାଯାଇଛି, ଆସନ୍ତୁ ଜାଣିବା –

ଯଯାତି ନାମକ ଗୋଟିଏ ରାଜା ଥିଲେ, ଯିଏକି ଦେଖିବାକୁ ବହୁତ ସୁନ୍ଦର ଥିଲେ । ରାଜା ଯଯାତି ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଝିଅ ଦେବୟାନିଙ୍କ ସହିତ ବିବାହ ହୋଇଥିଲେ । କିନ୍ତୁ ବିବାହ ହେବା ପୂର୍ବରୁ ଗୁରୁ ଶୁକ୍ରାଚାର୍ଯ୍ୟ ଯଯାତିଙ୍କ ଠାରୁ ଗୋଟିଏ ବଚନ ମାଗିଥିଲେ କି ସେ ଅନ୍ୟ କୌଣସି ସ୍ତ୍ରୀ ସହିତ ସମ୍ବନ୍ଧ କରିବେ ନାହିଁ । ଯଯାତି ଗୁରୁଙ୍କର ଏହି ବଚନକୁ ସ୍ୱୀକାର କରିଥିଲେ । ବିବାହ ପରେ ଦେବୟାନି ସହିତ ତାଙ୍କର ଗୋଟିଏ ଦାସୀ ଶର୍ମିଷ୍ଠା ମଧ୍ୟ ଯଯାତିଙ୍କ ରାଜ ମହଳକୁ ଆସିଥିଲେ । କହିବାକୁ ଗଲେ ଶର୍ମିଷ୍ଠା ଦୈତ୍ୟରାଜ ବୃଷପର୍ବାର ଝିଅ ଥିଲେ ଓ ଦେବୟାନିଙ୍କ ଗୋଟିଏ ବଚନ ଅନୁସାରେ ଦୈତ୍ୟରାଜ ବୃଷପର୍ବା ସହ ତାଙ୍କ ଝିଅକୁ ଦାସୀ ରୂପେ ମାଗିଥିଲେ ।

ଶର୍ମିଷ୍ଠା ଦେବୟାନିଙ୍କୁ ବହୁତ ଇର୍ଷା କରୁଥିଲେ ଓ ଶର୍ମିଷ୍ଠାଙ୍କ ନଜର ଯଯାତିଙ୍କ ଉପରେ ଥିଲା । ଯେତେବେଳେ ଦେବୟାନି ଗର୍ଭବତୀ ହେଲେ, ତ’ ସେହି ସମୟରେ ଶର୍ମିଷ୍ଠା ନିଜ ପ୍ରେମ ଜାଲରେ ଯଯାତିଙ୍କୁ ନିଜର ବଶୀଭୂତ କରାଇ ଦେଇଥିଲେ । କେତେ ସମୟ ପରେ ଏହି କଥା ଗୁରୁ ଶୁକ୍ରାଚାର୍ଯ୍ୟଙ୍କୁ ଜଣା ପଡ଼ିଗଲା ଓ ଗୁରୁ ଶୁକ୍ରାଚାର୍ଯ୍ୟ କ୍ରୋଧ ହୋଇ ଯଯାତିଙ୍କୁ ଅଭିଶାପ ଦେଇ ଦେଲେ । ଏହି ଅଭିଶାପ ଯୋଗୁଁ ଯଯାତି ଯୁବ ବୟସରେ ହିଁ ବୃଦ୍ଧ ହୋଇଗଲେ । ଯଯାତି ନିଜେ କରିଥିବା ଅପରାଧ ପାଇଁ ଗୁରୁ ଶୁକ୍ରାଚାର୍ଯ୍ୟଙ୍କୁ କ୍ଷମା ମାଗିଥିଲେ । ଶେଷରେ ଗୁରୁ ଶୁକ୍ରାଚାର୍ଯ୍ୟ ଯଯାତିଙ୍କୁ କ୍ଷମା କରିଥିଲେ । କିନ୍ତୁ ଯଯାତି କରିଥିବା ଏହି ଭୁଲ ଯାଗୁଁ ଯଯାତି ଓ ଦେବୟାନିଙ୍କ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଥିଲା ।