ଏକେ-୪୭ ନେଇ ବୁଲନ୍ତି ଏହି ମହିଳା କୋବ୍ରା କମାଣ୍ଡର ! ନାମ ଶୁଣିବା କ୍ଷଣେ ଡରରେ କମ୍ପନ୍ତି ଅପରାଧି ।

Spread the love

ଆଜିକାଲି ଝିଅମାନେ ପୁଅଙ୍କ ଠାରୁ କମ ନୁହଁନ୍ତି । ରାଜନୀତି ଠାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ଝିଅମାନେ ନିଜର ନାମକୁ ପ୍ରସିଦ୍ଧି ଲାଭ କରି ସାରିଲେଣି । ଆଜି ଆମେ ଆପଣଙ୍କୁ ଜଣେ ବାହାଦୂର ମହିଳା ଅଫିସରଙ୍କ ବିଷୟରେ କହିବୁ ଯିଏ, ଛତିଶଗଡ଼ର ନକ୍ସଲ ପ୍ରଭାବିତ ଅଞ୍ଚଳ ବସ୍ତରରେ କାର୍ଯ୍ୟରତ ଅଟନ୍ତି । ଆପଣ ଭାବୁଥିବେ ଏହିଭଳି ଭୟଭିତ ଅଞ୍ଚଳରେ କିପରି ଏହି ମହିଳା ଅଫିସର ଜଣଙ୍କ କାର୍ଯ୍ୟ କରି ପାରୁଛନ୍ତି । କହିବା ପାଇଁ ଚାହୁଁଛୁ; ଏହି ମହିଳା ଅଫିସରଙ୍କ ନାମ ଶୁଣିବା ପରେ ଅପରାଧୀ ଭୟ କରିଥାନ୍ତି ।

ଏହି ମହିଳା ହେଉଛନ୍ତି ଦେଶର ପ୍ରଥମ CRPF କୋବ୍ରା କମାଣ୍ଡର ଉଷା କିରଣ । ନିକଟରେ ଉଷାଙ୍କୁ Vogue Women Of The Year ତରଫରୁ ୟଙ୍ଗ୍ ଏଚିଭର୍ ଅଫ୍ ଦ ୟିୟର୍ ପୁରସ୍କାରରେ ସମ୍ମାନୀତ କରାଯାଇଛି । ଆୱାର୍ଡ ନେବା ସମୟରେ 27 ବର୍ଷୀୟ ଉଷା କିରଣ କହିଛନ୍ତି, ଆପଣ ମହିଳା ମାନଙ୍କୁ ସେନାରେ ଯୋଗ ଦେବା ପାଇଁ ସାହସ ଦିଅନ୍ତୁ, ବାକି କାମ ସେମାନେ କରିଦେବେ ।

ଉଷା କିରଣ ମୂଳ ରୂପରେ ଗୁଡ଼ଗାଁର ଅଟନ୍ତି ଏବଂ ସେ କେବଳ 25 ବର୍ଷ ବୟସରେ CRPFରେ ଯୋଗ ଦେଇଥିଲେ । ଉଷାଙ୍କ ପିତା ଏବଂ ଜେଜେବାପା ମଧ୍ୟ CRPFରେ ଥିଲେ । CRPFର 232 ଜଣ ମହିଳା ବାଟାଲିୟନରେ ଏକ ବର୍ଷ ତାଲିମ ପରେ ଉଷା କିରଣ ବରିଷ୍ଠ ଅଧିକାରୀଙ୍କୁ କହିଥିଲେ, “ମୋତେ ଜାମ୍ମୁ କାଶ୍ମୀର, ଉତ୍ତରପୂର୍ବ କିମ୍ବା ନକ୍ସଲ ପ୍ରଭାବିତ ଅଞ୍ଚଳରେ କାମ କରିବା ପାଇଁ ସୁଯୋଗ ଦିଆଯାଉ ।

ଉଷା କିରଣ ସିଆରପିଏଫର ପ୍ରଥମ ମହିଳା ଅଫିସର ଅଟନ୍ତି ଯାହାଙ୍କୁ ନକ୍ସଲ ପ୍ରଭାବିତ ବସ୍ତର ଅଞ୍ଚଳର ଦରଭା ଘାଟିରେ ନିଯୁକ୍ତି ମିଳିଛି । ପୂର୍ବତନ ନ୍ୟାସନାଲ ଏଥଲିଟ ରହିଥିଲେ ଉଷା କିରଣ । CRPFର ବିପଦପୂର୍ଣ ଵିଙ୍ଗ୍ କୋବ୍ରାରେ ଆସିଷ୍ଟାଣ୍ଟ କମାଣ୍ଡର ରୂପେ କାର୍ଯ୍ୟରତ ଅଟନ୍ତି ଉଷା କିରଣ । କହିବା ପାଇଁ ଚାହୁଁଛୁ, ଦରଭା ଘାଟି ସେହି ଅଞ୍ଚଳ ଅଟେ, ଯେଉଁଠି 25 ମଇ 2013ରେ ଝିଲମ ଘାଟିରେ ଏକ ସଙ୍ଗେ ଅନେକ ବୟୋଜ୍ୟେଷ୍ଟ କଂଗ୍ରେସ ନେତା ସମେତ 32 ଜଣ ନିରୀହ ଜନତାଙ୍କ ନରସଂହାର ନକ୍ସଲ ମାନେ କରି ଦେଇଥିଲେ ।

ନକ୍ସଲମାନଙ୍କ ଗଡ଼ରେ ଏହି ଅଫିସର ଏକେ-47 ପରି ହତିଆର ଧରି ଅପରାଧୀଙ୍କୁ ଭୟଭିତ କରାଉଛନ୍ତି । ଏହା ସହ ନିଜ କାର୍ଯ୍ୟ ବଳରେ ସେଠାକାର ମହିଳା ଏବଂ ଝିଅଙ୍କ ମଧ୍ୟ ଭୟ ଦୂର କରିବା ପାଇଁ କାର୍ଯ୍ୟ କରୁଛନ୍ତି । ଉଷା କିରଣ ଫୋର୍ସର କାମ ନ ଥିଲେ ସେଠାକାର ପିଲାଙ୍କୁ ପାଠ ପଢ଼ାନ୍ତି ।