ଛାଡପତ୍ରର ପାଞ୍ଚ ବର୍ଷ ପରେ ସୁଜୋନ ହ୍ରୀତିକଙ୍କ ରହସ୍ୟ ଖୋଲିଛନ୍ତି । କହିଥିଲେ ପ୍ରଥମ ଦେଖାରେ କଣ ହୋଇଥିଲା ?

Spread the love

ଜାଣନ୍ତୁ ହ୍ରୀତିକ ଏବଂ ସୁଜୋନଙ୍କ ଯେତେବେଳେ ପ୍ରଥମ ସାକ୍ଷାତ ହୋଇଥିଲା ତେବେ କଣ ଘଟିଥିଲା ।

ଅନେକ ଥର ଲୋକେ ଆପଣଙ୍କ ଜୀବନରେ ସବୁ ଦିନ ପାଇଁ ଆସି ନଥାନ୍ତି କିନ୍ତୁ ଯେତେ ସମୟ ପର୍ଯ୍ୟନ୍ତ ରୁହନ୍ତି କିଛି ସ୍ମୃତି ଦେଇ ଚାଲି ଯାଆନ୍ତି । କିଛି ଏପରି ହିଁ ହ୍ରୀତିକ ରୋସନ ଏବଂ ସୁଜୋନ ଖାନଙ୍କ ମଧ୍ୟରେ ହୋଇଥିଲା । ଦୁହେଁ ୨୦୦୦ରେ ବିବାହ କରିଥିଲେ । ଏହି ବିବାହ ପରେ ସୁଜୋନ ଓ ହ୍ରୀତିକଙ୍କ ଦୁଇଟି ପୁଅ ହୋଇଥିଲେ । କିନ୍ତୁ ଦୁହେଁ ୨୦୧୩ରେ ଯେତେବେଳେ ଛାଡପତ୍ର ଦେଇଥିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ । ୨୦୧୪ରେ ସମ୍ପୂର୍ଣ୍ଣ ରୂପେ ଦୁହେଁ ଅଲଗା ହୋଇ ଯାଇଥଲେ ।ଛାଡପତ୍ର ପରେ ପତିପତ୍ନୀ ଦୁହିଁଙ୍କ ମୁହଁ ଦେଖିବା ପାଇଁ ପସନ୍ଦ କରିନଥାନ୍ତି କିନ୍ତୁ ଏହି ଦୁହିଁଙ୍କ କ୍ଷେତ୍ରରେ କିଛି ଭିନ୍ନ ଥିଲା । ଏହି ଦୁହେଁ ଛାଡ଼ପତ୍ରର ପାଞ୍ଚ ବର୍ଷ ବିତିଯିବା ପରେ ମଧ୍ୟ ଭଲ ବନ୍ଧୁ ରୂପେ ସମୟ ଅତିବାହିତ କରିଥିଲେ ।

ଏହି କାରଣ ଯୋଗୁଁ ଛାଡପତ୍ର ହୋଇଥିଲା :

ଯେତେବେଳେ ଦୁହିଁଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା; ସେହି ସମୟରେ ଗୋଟିଏ ପ୍ରଶ୍ନ ସମସ୍ଥଙ୍କ ମନରେ ଥିଲା । କଣ ପାଇଁ ଦୁହିଁଙ୍କ ଛାଡ଼ପତ୍ର ହୋଇଥିଲା ? ଏକଦା ସୁଜୋନ ଏକ ସାକ୍ଷାତକାରରେ କହିଥିଲେ ଦୁହିଁଙ୍କ ମଧ୍ୟରେ ହୋଇଥିବା ଛାଡ଼ପତ୍ରର ମୁଖ୍ୟ କାରଣ । ଆମେ ଦୁହିଁଙ୍କ ସଂପର୍କର ସେହି ସ୍ଥାନରେ ପହଂଚି ଯାଇଥିଲୁ ଯେଉଁଠି ସମ୍ପର୍କକୁ ଆଗକୁ ନେବା ପାଇଁ କଷ୍ଟ ହୋଇ ପଡିଥିଲା । ପରେ ଆମେ ନିର୍ଣ୍ଣୟ ନେଇଥିଲୁ, ସମ୍ପର୍କରେ ପୂର୍ଣ୍ଣଛେଦ ପକାଇ ଛାଡପତ୍ର ନେବୁ । ନିଜକୁ ମିଛ ପ୍ରତିଶୃତି ଦେଇ ସମ୍ପର୍କକୁ ଆଗକୁ ବଢାଇବା ପାଇଁ ଆମେ ଦୁହେଁ ଚାହୁଁ ନଥିଲୁ । ଅଲଗା ହୋଇଥିଲୁ ସତ କିନ୍ତୁ ଆମେ ଦୁହେଁ ଭଲ ବନ୍ଧୁ ହୋଇ ଦୁହିଁଙ୍କ ବନ୍ଧୁତ୍ୱର ସମ୍ପର୍କ ବଜାୟ ରଖିଛୁ ।

କିଛି ଏପରି ଥିଲା ପ୍ରଥମ ସାକ୍ଷାତ :

ନିକଟରେ ସୁଜୋନ “ନେହା ଧୁପିଆ”ଙ୍କ ସୋ ‘BFF’S WITH VOGUEରେ ଆସିଥିଲେ । ଏଠାରେ ସେ ହ୍ରୀତିକ ଏବଂ ୯୦ ଦଶକରେ ହୋଇଥିବା ସାକ୍ଷାତକାର ବିଷୟରେ କହିଥିଲେ । ସେ କହିଥିଲେ, ଯେତେବେଳେ ମୁଁ ଆମେରିକାରୁ ପଢ଼ା ଶେଷ କରି ଭାରତ ଆସିଥିଲି; ସେହି ସମୟରେ ମୋର ସାକ୍ଷାତ ହ୍ରୀତିକଙ୍କ ସହ ହୋଇଥିଲା । ସେହି ସମୟରେ ସେ କୌଣସି ଚଳଚିତ୍ରରେ ଅଭିନୟ କରି ନ ଥିଲେ ଏବଂ ସେ ସୁପରଷ୍ଟାର୍ ମଧ୍ୟ ନଥିଲେ କିନ୍ତୁ ମୋ ନଜରରେ ସେ ସୁପରଷ୍ଟାର୍ ହୋଇସାରିଥିଲେ । ମୋର ଚଳଚିତ୍ରରେ ରୁଚି ନଥିଲା କିନ୍ତୁ ଭାଗ୍ୟରେ ବୋଧେ ହ୍ରୀତିକ ହିଁ ଲେଖା ହୋଇଥିଲେ । ହ୍ରୀତିକ ମୋତେ ସର୍ବଦା ସମର୍ଥନ କରୁଥିଲେ । ବିବାହ ନୁହେଁ ଆମ ମଧ୍ୟରେ ଯେଉଁ ସମ୍ପର୍କ ଥିଲା ତାହା ପବିତ୍ର ଏବଂ ମୋ ପାଇଁ ନିଆରା ହୋଇଯାଇଥିଲା । ଏହି କାରଣରୁ ମୋତେ ଆଜି ଏକୁଟିଆ ମନେ ହେଉନାହିଁ ।

ଟ୍ରାଫିକ ସିଗନାଲରେ ଦେଖି ପ୍ରେମ ହୋଇଯାଇଥିଲା :

ଦୁହିଁଙ୍କ ପ୍ରେମ କାହାଣୀ ଏକ ନିଆରା ଢଙ୍ଗରେ ଆରମ୍ଭ ହୋଇଥିଲା । ହ୍ରୀତିକ ଏବଂ ସୁଜୋନ ଏକ ଟ୍ରାଫିକ ସିଗନାଲରେ ଉଭୟ ଉଭୟଙ୍କ ଗାଡ଼ିରେ ବସିଥିଲେ ସେହି ସମୟରେ ହଠାତ୍ ହ୍ରୀତିକଙ୍କ ନଜର ସୁଜୋନଙ୍କ ଉପରେ ପଡିଥିଲା ଏବଂ ହ୍ରୀତିକ ଭାବିଥିଲେ ଏହି ଝିଅଟି ସହ ନିଜ ଜୀବନ ଅତିବାହିତ କରିବା ପାଇଁ । ଏପରି କୁହାଯାଉଛି “କହୋ ନା ପ୍ୟାର ହୈ” ଚଳଚିତ୍ରରେ ହ୍ରୀତିକ ଏବଂ ଆମିଶା ପଟେଲଙ୍କ ମଧ୍ୟରେ ହୋଇଥିବା ଟ୍ରାଫିକ ସିଗନାଲ ସିନଟି ଏହି ଘଟଣାରୁ ଅଣା ଯାଇଛି । ପରେ ସୁଜୋନ, ରିତିକଙ୍କ ଭଉଣୀଙ୍କ ଜନ୍ମଦିନ ପାର୍ଟିରେ ଗେଷ୍ଟ ରୂପେ ଆସିଥିଲେ । ଏଠାରେ ଦୁହିଁଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ହୋଇଥିଲା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସୃଷ୍ଟି ହୋଇଥିଲା ।