ଘରର ଏହି କୋଣରେ ରଖି ଦିଅନ୍ତୁ ଅଶ୍ୱତ୍ଥଗଛର 5 ଟି ପତ୍ର, ହୋଇ ଯିବେ କୋଟିପତି….

Spread the love

କୁହାଯାଏ ଯେ ଅଶ୍ୱତ୍ଥଗଛକୁ ପୁଜା କଲେ ବାଧାବିଘ୍ନର ଅନ୍ତ ହୋଇଥାଏ । ଏହା ସହିତ ଏହି ଗଛ ସମସ୍ତଙ୍କୁ ସୁଖ ସମୃଦ୍ଧି ଦେଇଥାଏ । ଏମିତିରେ ଏହି ଗଛର ମହତ୍ୱତା କହିବାକୁ ଗଲେ ଭାଗବତ ଗୀତାରେ ନିଜେ ଶ୍ରୀକୃଷ୍ଣ ମଧ୍ୟ କହିଛନ୍ତି ଯେ, ଗଛମାନଙ୍କ ମଧ୍ୟରେ ମୁଁ ଅଶ୍ୱତ୍ଥଗଛ ଶ୍ରେଷ୍ଠ ଅଟେ । ଆପଣ ସମସ୍ତଙ୍କୁ ଜଣାଇ ଦେଉଛୁ ଯେ, ଏହି ଗଛର ମହିମା ବଡ଼ ନିଆରା ଏବଂ ବହୁତ ସୁନ୍ଦର ମଧ୍ୟ ଅଟେ । କୁହାଯାଏ ଯେ, ଗଛମାନଙ୍କ ମଧ୍ୟରୁ ଅଶ୍ୱତ୍ଥଗଛ ରାଜା ବୋଲି ଧରିନିଆଯାଇଛି । ଏବଂ ଏହି ଗଛରେ କେଵଳ ଧାର୍ମିକ ମହାତ୍ମା ନାହିଁ ବରଂ ବୈଜ୍ଞାନିକ ଦୃଷ୍ଟି କୋଣରୁ ମଧ୍ୟ ବହୁତ ଲାଭ ଦାୟକ ଅଟେ । ଏଠାରେ ଆଜି ଆମେ ଆପଣଙ୍କୁ ଅଶ୍ୱତ୍ଥଗଛର ଏମିତି କିଛି ଲାଭ ଅଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଆସନ୍ତୁ ଜାଣିବା :

* କୁହାଯାଏ ଯେ, ଏହି ଗଛର ମୂଳ ରେ ଜଳ ଢାଳିଲେ ଓ ଶନିବାର ଦିନ ସୋରିଷ ତେଲରେ ବତି ଜାଳିଲେ ଭାଗ୍ୟରେ ଶନି ଦୋଷର ପ୍ରଭାବ ସମକ୍ୟ ଦୂର ହୋଇଥାଏ ।

* କୁହାଯାଏ ଯେ, ପ୍ରତିଦିନ ସକାଳୁ ଏହି ଗଛରେ ପାଣି ଢାଳିଲେ ଏବଂ ବତୀ ଜାଳିଲେ ଦେବତାମାନଙ୍କର କୃପା ମିଳିଥାଏ ଏବଂ ସର୍ବଶଧରଣଙ୍କ ଧାର୍ମିକ ବିଶ୍ୱାସ ଅଛି ଯେ, ଏହି ଗଛରେ ତେତିଶ କୋଟି ଦେବଦେବୀ ନିବାସ କରନ୍ତି ।

* ଏମିତି ମଧ୍ୟ କୁହାଯାଏ ଯେ, ଏହି ଗଛର ପାଞ୍ଚଟି ପତ୍ରକୁ ଘରକୁ ଆଣିବା ଉଚିତ ଏବଂ ତାର ପୁଜା କରିବା ଉଚିତ । ତା’ପରେ ଦେବୀ ଲକ୍ଷ୍ମୀଙ୍କ ଚରଣରେ ଅର୍ପିତ କରି ନିଜ ପୋର୍ସରେ ରଖିନେବେ ଏଥିରେ ଜୀବନରେ କେବେ ବି ଧନର ଅଭାବ ହେବ ନାହିଁ ।

* ଆହୁରି ମଧ୍ୟ କୁହାଯାଏ ଯେ, ଏହି ଗଛର ପତ୍ରକୁ ମାଳ ବନେଇ ସେଥିରେ ରାମ ଲେଖି କରି ହନୁମାନଙ୍କୁ ମଙ୍ଗଳବାର ଦିନ ଅର୍ପଣ କଲେ ହନୁମାନଙ୍କ କୃପା ମିଳିଥାଏ ।

* କୁହାଯାଏ ଯେ, ଏହି ଗଛରେ ଦେବତାଙ୍କ ସହିତ ପିତୃପୁରୁଷ ମଧ୍ୟ ବାସ ହୋଇଥା’ନ୍ତି ଏବଂ ଏହି ଗଛକୁ ପୁଜା କଲେ ପରିବାରର ସମସ୍ତ ସଦସ୍ୟଙ୍କୁ ସମସ୍ତ କାର୍ଯ୍ୟ ସହଜରେ କାର୍ଯ୍ୟ ସିଦ୍ଧି ହୋଇଥାଏ ଓ ଘରର ସୁଖ ସମୃଦ୍ଧି ମଧ୍ୟ ବଢିଥାଏ ।