ବହୁ ଘଣ୍ଟା ଧରି ଫ୍ରିଜ ରେ ରହି ଥିଲା ମାଛ, ଯେତେବେଳେ କଂସେଇ ତାକୁ କାଟିବା ପାଇଁ ଚାକୁ ଉଠେଇଲା ହେଲା ଏମିତି କିଛି ଚମତ୍କାର

Spread the love

ଯେତେ ପର୍ଯ୍ୟନ୍ତ କାହାରି ଵି ମୃତ୍ୟୁ ଭଗବାନ ନିର୍ଣ୍ଣୟ କରି ନାହାନ୍ତି, ସେତେପର୍ଯ୍ୟନ୍ତ ତାର କିଛି ବି ହେବ ନାହିଁ । ଏମିତି ହିଁ ଗୋଟେ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି ଜଣେ କଂସେଇ ଘରେ । ଯେଉଁଠାରେ ଜଣେ କଂସେଇ ନିଜ ଘରେ ଗୋଟେ ଫ୍ରିଜରେ ଥିବା (ମରି ଯାଇଥିବା) ମାଛକୁ କାଟିବା ପାଇଁ ପ୍ରସ୍ତୁତ କରୁଥିଲେ,ଏହା ପାଈଁ ମାଛକୁ ସେ ଗରମ ପାଣିରେ ଛାଡ଼ିଥିଲା, କିନ୍ତୁ ଗରମ ପାଣି ରେ ଛାଡିବା ମାତ୍ରେ ମାଛ ଜୀବିତ ହୋଇଗଲା । ପରେ ଏହି ଭିଡିଓ ସୋସିଆଲ ମିଡିଆରେ ବି ବହୁତ ତେଜ ରେ ଭାଇରଲ ହେବାକୁ ଲାଗିଲା ।

ଏହି ଭିଡିଓ ପଶୁ ମାନଙ୍କ ହିତ ପାଈଁ କାମ କରିବା କର୍ମଚାରୀ ସ୍ବାସ୍ଥ୍ୟ ବିଭାଗ ସୋସିଆଲ ମିଡିଆରେ ଅପଲୋଡ଼ କରିଛି ଏବଂ ସ୍ବାସ୍ଥ୍ୟ ବିଭାଗ ସେ କଂସେଇ ଉପରେ ମାଛ ସହିତ କୃରତା କରିବାର ଅଭିଯୋଗ କରିଛି । ତା ସହିତ ଏହା ମଧ୍ୟ ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ ମାଛ ସହିତ ଏମିତି ନକରିବା ପାଇଁ।ଏହି ଘଟଣା ଜାପାନରେ ହଇଛି। ବତେଇ ଦେଉଛୁ ଯେ ଏହି ଘଟଣା ବୁଧବାର ଦିନ ସାମ୍ନା କୁ ଆସିଥିଲା ।

ଏହି ଭିଡିଓରେ ଦେଖା ଯାଇଛି ଯେ ଜଣେ ଫ୍ରିଯୋନ ମାଛକୁ ଫ୍ରିଜ ରୁ କାଢୁ ଅଛି । ଯେଉଁଠାରେ ମାଛ ଜମି ରହିବାର ମାନେ ମାଛର ମୃତ୍ୟୁ ହୋଇଯାଇଛି । କିନ୍ତୁ କଂସେଇ ଯେତେବେଳେ ମାଛ କୁ କାଟିବା ପାଇଁ ଗରମ ପାଣିରେ ପରିଷ୍କାର କରିବା ପାଇଁ ଛାଡିଲା ତ ସେତେବେଳେ ମାଛ ଫଡଫଡ ହେବାକୁ ଲାଗିଲା । ଆଶ୍ଚର୍ଯ୍ୟର କଥା ଏହା ଯେ ଏହାର ପୁରା ଘଟଣାରେ ମାଛ ବଞ୍ଚିବା କଥା ନୁହେଁ କିନ୍ତୁ ଏହି ଘଟଣାରେ ମାଛ ବଞ୍ଚି ରହିବାକୁ ଲୋକ ମାନେ ଚମତ୍କାର ବୋଲି ମାନୁଛନ୍ତି ।

ସେଠାରେ କିଛି ଲୋକ କହୁଛନ୍ତି ମାଛ ମରି ନ ଥିଲା, ଫ୍ରିଜର ବରଫରେ ମାଛ ବେହସ୍ ହୋଇଯାଇଥିଲା ଏବଂ ଏମିତିରେ ଯେତେବେଳେ ମାଛକୁ କାଟିବା ପାଇଁ ପ୍ରଥମେ ଗରମ ପାଣି ରେ ଛାଡ଼ିଲେ ତ ମାଛ ଫଡ ଫଡ ହେବାକୁ ଲାଗିଲା। ମାଛ ବଞ୍ଚିଗଲା ପରେ କଣ କରା ଗଲା ସେ ବିଷୟରେ ଆମ ପାଖରେ ଖବର ନାହିଁ । କିନ୍ତୁ ସଂସ୍ଥା ଏହି ଭିଡ଼ିଓ କୁ ସେଆର କରି ମାଛ ନ ମାରିବା ପାଇଁ ଅପିଲ କରିଛନ୍ତି ।