ଘରେ ପୂଜାପାଠ କରିବା ସମୟରେ ଯଦି ମିଳିଥାଏ ଏହିପରି ସଂକେତ, ତେବେ ଜାଣି ନିଅନ୍ତୁ ଆପଣଙ୍କୁ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଛି ।

Spread the love

ମନୁଷ୍ୟ ଜୀବନରେ ଯେତେ ବ୍ୟସ୍ତ ଥିଲେ ମଧ୍ୟ ସେ ଭଗବାନଙ୍କ ପୂଜା ଆରାଧନା ପାଇଁ ନିଶ୍ଚିତ ଭାବରେ ସମୟ ବାହାର କରି ନେଇଥାଏ ଓ ସେହି ସମୟରେ ସେ ନିଶ୍ଚୟ ପୂଜା ଅର୍ଚ୍ଚନା କରିଥାଏ । ଅଧିକାଂଶ ଘରେ ଭଗବାନଙ୍କ ପାଇଁ ଏକ ନିର୍ଦ୍ଧିଷ୍ଟ ସ୍ଥାନ ତିଆରି ହୋଇଥାଏ । ଯେଉଁଠାରେ ଘରର ସଦସ୍ୟମାନେ ଭଗବାନଙ୍କ ପୂଜା ଅର୍ଚ୍ଚନା କରିଥାନ୍ତି ଓ ନିଜ ଘର ପରିବାରର ମଙ୍ଗଳ କାମନା କରନ୍ତି ଏବଂ ତା ସହିତ ଘରର ଖୁସି ପାଇଁ ମଧ୍ୟ ପ୍ରାର୍ଥନା କରିଥାନ୍ତି । କିନ୍ତୁ କଣ ଆପଣମାନେ ଜାଣନ୍ତି କି ଯେତେବେଳେ ଆପଣ ପୂଜା କରନ୍ତି; ସେହି ସମୟରେ ଭଗବାନ ନିଜର ଦିବ୍ୟ ଶକ୍ତି ବଳରେ ଆପଣଙ୍କୁ କିଛି ସନ୍ଦେଶ ଦେଇଥାନ୍ତି, ନିଜର ଏହି ସଂକେତ ଦ୍ୱାରା ସେ ଆପଣଙ୍କୁ ଜଣାଇଥାନ୍ତି ଯେ, ଭଗବାନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଅଛି କିମ୍ବା ନାହିଁ ?

ଯେତେବେଳେ ଆମେ ପୂଜା କରିଥାଉ ସେତେବେଳେ ଆମର ପାଖାପାଖି ଏକ ବିଶେଷ ପ୍ରକାରର ଉର୍ଜା ରହିଥାଏ, ଯାହାକି ଆମକୁ ଚାରିପାର୍ଶ୍ଵରୁ ଘେରି ରଖିଥାଏ । ଏହି ଉର୍ଜା ମାଧ୍ୟମରୁ ଆମେ ପରମାତ୍ମାଙ୍କ ସହିତ ଜଡ଼ିତ ହୋଇଥାଉ କିନ୍ତୁ ଏହା ତେବେ ସମ୍ଭବ ହୋଇପାରିବ ଯେତେବେଳେ ଆପଣ ସ୍ଵଚ୍ଛ ମନରେ ଭଗବାନଙ୍କ ପୂଜାର୍ଚ୍ଚନା କରିବେ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କିଛି ଏପରି ସଂକେତ ବିଷୟରେ ସୂଚନା ଦେବୁ; ଯଦି ଆପଣଙ୍କୁ ପୂଜା କରିବା ସମୟରେ ଏହି ସଂକେତ ମିଳେ, ତେବେ ଆପଣ ବୁଝି ଯାଆନ୍ତୁ ଯେ ଭଗବାନଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି ।

ଆସନ୍ତୁ ଜାଣିବା ପୂଜା କରିବା ସମୟରେ ମିଳୁଥିବା ଏହି ସଂକେତ ମାନଙ୍କ ବିଷୟରେ :

ଯେତେବେଳେ ଜଣେ ବ୍ୟକ୍ତି ନିଜ ଘରର ମନ୍ଦିରରେ ପୂଜା କରୁଥାଏ; ତେବେ ସେହି ସମୟରେ ସେ ଦୀପ ନିଶ୍ଚୟ ପ୍ରଜ୍ବଳିତ କରିଥାଏ । ଯଦି ଆପଣଙ୍କ ଦ୍ୱାରା ଲଗାଯାଇଥିବେ ଦୀପ ଶିଖା ଆବଶ୍ୟକତା ଠାରୁ ଅଧିକ ବଢ଼ିଯାଏ ଓ ଉପର ଆଡକୁ ଉଠିଥାଏ; ତେବେ ବୁଝିଯିବା ଉଚିତ ଯେ ଭଗବାନ ଆପଣଙ୍କ ପୂଜାରୁ ପ୍ରସନ୍ନ ଅଛନ୍ତି ।

ଯଦି ଆପଣ ପୂଜା କରିବା ସମୟରେ ଧୂପକାଠି ଜାଳିଥାନ୍ତି ଓ ଧୂପକାଠିର ଧୂଆଁ ଭଗବାନଙ୍କ ଆଡ଼କୁ ଅର୍ଥାତ ତାଙ୍କ ମୁଖ ଆଡ଼କୁ ଯାଇଥାଏ ଓ “ଓଁ”ର ଆକୃତି ତିଆରି ହୁଏ; ତେବେ ଏହା ଦ୍ୱାରା ଆପଣଙ୍କୁ ଆପଣଙ୍କ ପୂଜାର ଫଳ ନିଶ୍ଚୟ ମିଳିବ ।

ଅନେକଥର ଏପରି ହୁଏ ଯେ, ଭଗବାନଙ୍କ ପୂଜାର୍ଚ୍ଚନା କରୁଥିବା ସମୟରେ ଧୂପକାଠି ଜାଳିବା ପୂର୍ବରୁ ହିଁ ଘରେ ସୁଗନ୍ଧ ପ୍ରସାରିତ ହୋଇଥାଏ, ଯଦି ଆପଣଙ୍କୁ ଏହି ସଂକେତ ମିଳେ; ତେବେ ବୁଝିଯିବା ଉଚିତ ଯେ, ଭଗବାନଙ୍କ କୃପା ଆପଣଙ୍କ ଉପରେ ରହିଛି ।

ଯଦି ଆପଣ ପୂଜାର୍ଚ୍ଚନା କରୁଛନ୍ତି ଓ ଏହି ସମୟରେ ଆପଣଙ୍କ ଘରକୁ କୌଣସି ଏପରି ବ୍ୟକ୍ତି ଆସନ୍ତି, ଯିଏ କି ନିଜ ସାଥିରେ କିଛି ଉପହାର କିମ୍ବା ଧନ ନେଇ ଆସିଛି; ତେବେ ବୁଝିଯିବା ଉଚିତ ଯେ, ଆପଣଙ୍କ ଉପରେ ଭଗବାନଙ୍କ ବିଶେଷ ଆଶୀର୍ବାଦ ରହିଛି ।

ଭଗବାନ ସଂସାରର ସବୁ କୋଣରେ ଅଛନ୍ତି ଓ ସେ ଆପଣଙ୍କୁ କୌଣସି ରୂପରେ ମଧ୍ୟ ନଜର ଆସିପାରନ୍ତି । ଭଗବାନଙ୍କ ଛାୟା କିଛି ବ୍ୟକ୍ତିଙ୍କ ପାଖରେ ମଧ୍ୟ ଦେଖିବାକୁ ମିଳିଥାଏ । ଯଦି ପୂଜାର୍ଚ୍ଚନା ସମୟରେ ଆପଣଙ୍କ ଘରକୁ କେହି ଅତିଥି, ବ୍ରାହ୍ମଣ କିମ୍ବା କୌଣସି ଭିକାରୀ ଆସିଥାନ୍ତି; ତେବେ ତାଙ୍କୁ ଭଗବାନଙ୍କ ରୂପ ବୋଲି ଧରି ନିଆଯାଏ । ଏହାକୁ ଆପଣ ଭଗବାନଙ୍କ ସଂକେତ ବୋଲି ଗ୍ରହଣ କରନ୍ତୁ ଓ ତାଙ୍କୁ କେବେ ମଧ୍ୟ ଖାଲି ହାତରେ ଘରୁ ବିଦା କରନ୍ତୁ ନାହିଁ ।

ଯଦି ପୂଜାପାଠ କରିବା ସମୟରେ ଭଗବାନଙ୍କ ମୂର୍ତ୍ତିରେ ଅର୍ପଣ କରାଯାଇଥିବା ଫୁଲ ଆପଣଙ୍କ ଆଡ଼କୁ ପଡ଼େ, ତା’ହେଲେ ଏହା ଏହି କଥାକୁ ସଂକେତ ଦେଇଥାଏ ଯେ, ଭଗବାନ ଆପଣଙ୍କ ମନୋସ୍କାମନା ଶୀଘ୍ର ହିଁ ପୂରଣ କରିବେ ଓ ତାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସବୁ ସମୟରେ ରହିଛି ।