ଶାସ୍ତ୍ର ଅନୁସାରେ ଲଗାନ୍ତୁ ଆପଣଙ୍କ ଘରେ ଏହି ଫୋଟ, ମିଳିବ ବହୁ ଚମତ୍କାରି ଲାଭ ।

Spread the love

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ପରିବେଶ ଆମ ଜୀବନ ଉପରେ ବହୁତ ପ୍ରଭାବ ପକେଇଥାଏ । ଯଦି ଆମ ଘରେ କୌଣସି ବାସ୍ତୁ ଦୋଷ ଅଛି, ସେଥିପାଇଁ ଆମକୁ ଏବଂ ଆମ ପରିବାରରେ ରହୁଥିବା ସଦସ୍ୟ ମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରିବାକୁ ପଡିଥାଏ । ଘରେ ବାସ୍ତୁଦୋଷ ଥିବା କାରଣରୁ ସମସ୍ତ ସଦସ୍ୟଙ୍କ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ ଏବଂ ତାଙ୍କ ଦ୍ୱାରା କରୁଥିବା କାର୍ଯ୍ୟରେ ସଫଳତା ମିଳେନାହିଁ ।

ଯେହେତୁ, ଘରେ ଥିବା ସମସ୍ତ ବସ୍ତୁ ଉପରେ କିଛି ଉର୍ଜା ଥାଏ; ଯାହା ଘରେ ରହୁଥିବା ସମସ୍ତ ସଦସ୍ୟଙ୍କ ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ । ଯାହା ଆପଣ ଦେଖିଥିବେ ବେଳେ ବେଳେ ଲୋକମାନେ ଘରର ସୌନ୍ଦର୍ଯ୍ୟ ବଡାଇବା ପାଇଁ ନିଜ ଅଫିସ ହେଉ ଅବା ଘରେ କିଛି ଫୋଟର ବ୍ୟବହାର କରନ୍ତି କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଫୋଟ ଆପଣଙ୍କ ଘରର ଶୋଭା ବଡେଇବା ସହ ଘରେ ସକାରାତ୍ମକ ପ୍ରଭାବ ପକେଇ ଥାଏ ।

ବାସ୍ତୁ ଶାସ୍ତ୍ରରେ ଏମିତି ବହୁତ ଅଲଗା ଅଲଗା ଫୋଟ ବିଷୟରେ କୁହାଯାଇଛି । ଯଦି ଆପଣ ଆପଣଙ୍କ ଘରେ ସେହି ଫୋଟ ଗୁଡିକ ଲାଗନ୍ତି, ତାହା ହେଲେ ଆପଣଙ୍କ ଜୀବନ ଉପରେ ବହୁତ ଭଲ ପ୍ରଭାବ ପଡିଥାଏ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କେଉଁ ଫୋଟ ଲଗେଇଲେ କି ଲାଭ ମିଳେ, ସେ ବିଷୟରେ କହିବାକୁ ଯାଇଛି ।

ଚାଲନ୍ତୁ ଜାଣିବା ସେହି ଫୋଟ ବିଷୟରେ :

ଦଉଡୁ ଥିବା ଘୋଡାର ଫୋଟ :

ଯଦି ଆପଣ ଆପଣଙ୍କ ଘରେ କିମ୍ବା ଅଫିସ ଦଉଡୁ ଥିବା ଘୋଡ଼ାର ଫୋଟ ଦକ୍ଷିଣ ଦିଗରେ ଲଗାନ୍ତି; ତାହା ହେଲେ ବାସ୍ତୁ ଅନୁସାରେ ବହୁତ ଶୁଭଦାୟକ ହୋଇଥାଏ । ଏହି ପ୍ରକାରର ଫୋଟ ଲଗେଇବା ଦ୍ୱାରା ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ ସଫଳତା ମିଳିବ ସହ କାର୍ଯ୍ୟରେ ସ୍ୱତନ୍ତ୍ରତା ମିଳିଥାଏ । ଯଦି ଏହି ପ୍ରକାରର ଫୋଟ ଲାଗନ୍ତି, ତାହାହେଲେ ଆପଣଙ୍କ ବ୍ୟବସାୟରେ ବୃଦ୍ଧି ହେବ ସହ ଆପଣ ଆପଣଙ୍କ ଜୀବନରେ ପ୍ରଗତିଶୀଳ ହେବେ । ଯଦି ଆପଣ ସାତଟି ଦୌଡ ଥିବା ଘୋଡାର ଫୋଟ ଲଗାନ୍ତି, ତାହାହେଲେ ଏହା ଫେଙ୍ଗୁଶୁଇ ଅନୁସାରେ ବହୁତ ଶୁଭ ଧରାଯାଏ ।

ଓଟର ଫୋଟ ଲଗାଇବା ଦ୍ଵାରା ଜୀବନରେ ସକରାତ୍ମକ ପ୍ରଭାବ ପଢେ :

ଯଦି ଆପଣ ଓଟର ଫୋଟ ଅଫିସ ହେଉ ଅବା ଘରେ ପଶ୍ଚିମ ଦିଗରେ ଲାଗନ୍ତି, ତେବେ ଏହା ଦ୍ଵାରା ଆପଣଙ୍କ ବ୍ୟବସାୟରେ ଲାଭ ମିଳିଥାଏ । ଏହା ସହ ଆପଣଙ୍କ ସମ୍ପର୍କରେ ମଧ୍ୟ ଉନ୍ନତି ହୋଇଥାଏ । ଯେଉଁ ବ୍ୟକ୍ତି ନିଜ ଜୀବନକୁ ସରଳ ଏବଂ ଖୁସିରେ ଅତିକ୍ରମ କରିବାକୁ ଚାହାନ୍ତି ଓ ନିଜ କଷ୍ଟ ଏବଂ ଅସୁବିଧାରୁ ମୁକ୍ତି ପାଇବା ପାଇଁ ନିଜ ଶୋଇବା ଘର କିମ୍ବା ଖାଇବା ଘରେ ଓଟର ଫୋଟ ନିଶ୍ଚିତ ଲଗାନ୍ତୁ । ଏହା ଦ୍ୱାରା ଆପଣଙ୍କ ଜୀବନରେ ସକାରତ୍ମକ ପ୍ରଭାବ ପଡିଥାଏ ।

ବହୁଥିବା ନଦୀର ଫୋଟ :

ଯଦି ଆପଣ ଆପଣଙ୍କ ଘରେ ବହୁଥିବା ନଦୀର ଫୋଟ ଲାଗନ୍ତି, ଏହା ଦ୍ୱାରା ଆପଣଙ୍କୁ ଉତ୍ସାହ ମିଳିବ । ବାସ୍ତୁ ଅନୁସାରେ ଏହା ବହୁତ ଶୁଭ ଅଟେ । କାରଣ ବୋହି ଯାଉଥିବା ପାଣି ଦୁଃଖ ଦୂର କରିଥାଏ । ଏହି ଫୋଟ ଉର୍ଜା ବଡେଇବାରେ ସାହାର୍ଯ୍ୟ କରିଥାଏ । ଆପଣ ବହୁଥିବା ନଦୀର ଫୋଟ ଘରେ ହେଉ ଅବା ଅଫିସରେ ପୂର୍ବତଟ ଦିଗରେ ଲଗାନ୍ତୁ । ଏହା ଦ୍ୱାରା ଆପଣଙ୍କୁ ବହୁତ ଲାଭ ମିଳିବ ।