୧ ସେପ୍ଟେମ୍ବର ଠାରୁ ଖୋଲିବା କି ପିଲାଙ୍କ ସ୍କୁଲ ଓ କଲେଜ ? ଜାଣନ୍ତୁ ଅନଲକ୍ ୪.୦ରେ କଣ ଖୋଲିବ ଓ କଣ ଖୋଲିବ ନାହିଁ ?

Spread the love

– କରୋନା ଭାଇରସ : ଦେଶରେ ମାର୍ଚ୍ଚ ମାସରେ ଲକ୍ଡ଼ାଉନ୍ ଘୋଷଣା କରାଯାଇଥିଲା ।

– ଦୁଇ ମାସ ପର୍ଯ୍ୟନ୍ତ ସବୁକିଛି ବନ୍ଦ ରଖିବା ପରେ ପର୍ଯ୍ୟାୟକ୍ରମେରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେଲା ।

– ଅନଲକ୍ ୧, ୨ ପରେ ବର୍ତ୍ତମାନ ଅନଲକ୍ (Unlock) ୩.୦ ଚାଲୁଅଛି, ଯାହା ୩୧ ଅଗଷ୍ଟରେ ସମାପ୍ତ ହୋଇଯିବ ।

– ଦେଶରେ ୧ ସେପ୍ଟେମ୍ବର ଠାରୁ ଅନଲକ୍ (Unlock) ୪.୦ ଅର୍ଥାତ ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହେବ ।

– ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ପର୍ଯ୍ୟାୟକ୍ରମେ ମାର୍ଚ୍ଚ ମାସରୁ ଦେଇଆସୁଥିବା ଛୁଟିକୁ ଆହରୁ ବୃଦ୍ଧି କରିପାରନ୍ତି ।

ଅନଲକ୍ (Unlock) ୪.୦ରେ ସ୍କୁଲ, କଲେଜ, ସିନେମା ହଲ, ମେଟ୍ରୋ ସମେତ ଅନେକଗୁଡ଼ିଏ କଥା ଉପରେ ବିଚାର ବିମର୍ଶ କରାଯାଉଛି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ସମଗ୍ର ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ତଥା ଶିକ୍ଷା ସଂସ୍ଥା, ସ୍କୁଲ, କଲେଜ, ସିନେମା ହଲ୍ ବନ୍ଦ ହୋଇରହିଛି । ଅନୁମାନ କରାଯାଉଛି ଯେ, ଅନଲକ୍ (Unlock) ୪.୦ରେ ଏହି ସମସ୍ତ କ୍ଷେତ୍ର ଗୁଡ଼ିକରେ ଲାଗିଥିବା ନିଯମାବଳୀକୁ କୋହଳ କରାଯାଇପାରେ ।

ସ୍କୁଲ କଲେଜ ଖୋଲାଯିବ ?

ଆପଣଙ୍କ ସୂଚନା ପାଇଁ ଜଣାଇ ଦେଉଛୁ ଯେ, ଚଳିତ ବର୍ଷ ମାର୍ଚ୍ଚ ମାସରୁ ସ୍କୁଲ କଲେଜ ଓ ସମସ୍ତ ଶିକ୍ଷାନୁଷ୍ଠାନ ତଥା ଶିକ୍ଷା ସଂସ୍ଥାଗୁଡ଼ିକ ବନ୍ଦ ରହିଛି । ଯଦିଓ, ଅନଲକ୍ (Unlock) ୩.୦ରେ ସରକାର ଯୋଗ ଇନଷ୍ଟିଚ୍ୟୁଟକୁ ଖୋଲିବା ପାଇଁ ଅନୁମତି ପ୍ରଦାନ କରିଥିଲେ । କିନ୍ତୁ ସ୍କୁଲ ଓ ଅନ୍ୟ ଶିକ୍ଷା ସଂସ୍ଥାଗୁଡ଼ିକୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସୂତ୍ରରୁ ଜଣାପଡ଼ିଛି ଯେ, ଗୃହ ମନ୍ତ୍ରାଳୟ ଚଳିତ ମାସ ଶେଷର ପୂର୍ବରୁ ଅନଲକ୍ (Unlock) ୪.୦ର ଗାଇଡ଼ଲାଇନ ସ୍ଥିର କରିବେ । ଏଥିରେ ସ୍କୁଲ, କଲେଜ ଗୁଡ଼ିକ ନିର୍ଦ୍ଧାରିତ ନିଯମାବଳୀକୁ ଅବଲମ୍ବନ କରି ଖୋଳାଯିବାକୁ ମଧ୍ୟ ଅନୁମତି ଦେଇପାରନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ ୫ ମାସ ହେଲା ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଛି । ଯଦିଓ କିଛି ସ୍କୁଲ, କଲେଜ ଗୁଡ଼ିକ ଅନଲାଇନ୍ କ୍ଳାସେସ କରୁଛନ୍ତି, କିନ୍ତୁ ଏହା କିଛି ବିଶେଷ ପ୍ରଭାବିକାରୀ ହୋଇପାରୁ ନାହିଁ । କାରଣ ଅନଲାଇନ୍ କ୍ଳାସ୍ କରିବା ଦ୍ଵାରା ଛାତ୍ରଛାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କେଉଁଠି ନେଟୱର୍କ ଅସୁବିଧା ତ କାହାର ସ୍ମାର୍ଟଫୋନର ନାହିଁ ।

Google

ଆପଣଙ୍କୁ ଜଣାଇ ଦେଉଛୁ ଯେ ଶିକ୍ଷା ମନ୍ତ୍ରାଳୟ ଆଗରୁ ହିଁ ସ୍ପଷ୍ଟ କରିଦେଇଥିଲେ ଯେ ଶୀଘ୍ରତାର ସହିତ କୌଣସି ନିଷ୍ପତ୍ତି ନିଆଯିବ ନାହିଁ । କାରଣ କରୋନା ମାମଲା ଦିନକୁ ଦିନ ବଢିବାକୁ ଲାଗୁଛି । ଯଦିଓ ସେପ୍ଟେମ୍ବର ମାସରେ ଅନଲକ୍ (Unlock) ୪.୦ର ଗାଇଡ଼ଲାଇନରେ ସ୍କୁଲଗୁଡ଼ିକୁ ଖୋଲିବା ପାଇଁ ନିୟମ ଜାରି ହୋଇପାରେ ।

ସିନେମା ହଲ୍ ଓ ମେଟ୍ରୋ ?

Google

ରିପୋର୍ଟ ଅନୁଯାୟୀ, ଅନଲକ୍ (Unlock) ୪.୦ରେ ସରକାର ସିନେମା ହଲ୍ ଓ ଥିଏଟର୍ ଖୋଲିବା ପାଇଁ ଅନୁମତି ପ୍ରଦାନ କରିପାରନ୍ତି । ଅନ୍ୟପଟେ ସେପ୍ଟେମ୍ବରର ପ୍ରଥମ ଦୁଇ ସପ୍ତାହ ମଧ୍ୟରେ ମେଟ୍ରୋ ସେବାକୁ ମଧ୍ୟ ଟ୍ରାଏଲ୍ ଭାବରେ ଚାଲୁ କରିବା ପାଇଁ ଅନୁମତି ଦିଆଯାଇପାରେ । ଯାହାଫଳରେ ମେଟ୍ରୋ ସେବା ପୁନରୁଦ୍ଧାର ହୋଇପାରିବ । ଯଦିଓ ଏହି ସମୟରେ ସାମାଜିକ ଦୂରତା ଭଳି ନିୟମଗୁଡିକୁ ମାନିବା ଅନିବାର୍ଯ୍ୟ ଅଟେ ।

ଅନ୍ତଃରାଷ୍ଟ୍ରୀୟ ବିମାନ ସେବା ?

Google

ଅନୁମାନ କରାଯାଉଛି ଯେ ବର୍ତ୍ତମାନ ବନ୍ଦେ ଭାରତ ମିଶନ ଅନୁଯାୟୀ ବିମାନ ସେବା ଜାରି ରହିବ । ଏହିଭଳି ସ୍ଥିତିରେ ଅନଲକ୍ (Unlock) ୪.୦ରେ ଅନ୍ତଃରାଷ୍ଟ୍ରୀୟ ବିମାନ ସେବା ଆରମ୍ଭ ହେବାରେ ଅସୁବିଧା ହୋଇପାରେ ।