ଆଖିର ରଙ୍ଗରୁ ଜାଣନ୍ତୁ କୌଣସି ବ୍ୟକ୍ତିର ସ୍ଵଭାଵ, ଏହି ରଙ୍ଗର ଆଖି ଥିବା ବ୍ୟକ୍ତିଙ୍କର ସ୍ଵଭାଵ ଧୋକ୍କାବାଜ୍ ସମ୍ପର୍ଣ୍ଣର ଅଟନ୍ତି ।

Spread the love

ବ୍ୟକ୍ତିର ଆଖି ତାର ସ୍ଵଭାଵ ବିଷୟରେ ଜଣାଇଥାଏ । ଆଖିର ରଙ୍ଗ ଦେଖି ବ୍ୟକ୍ତି ବିଷୟରେ ବହୁତ କିଛି କୁହାଯାଇପାରିବ । ବ୍ୟକ୍ତିର ସ୍ଵଭାଵ ବ୍ୟକ୍ତିର ପୋଷାକ, କେଶରୁ ଜଣାପଡିବା ସହ ଆଖିରୁ ମଧ୍ୟ ଜଣା ପଡିଥାଏ । କହିବାକୁ ଗଲେ, ପ୍ରାୟତଃ ଲୋକଙ୍କ ଆଖିର ରଙ୍ଗ କଳା ହୋଇଥାଏ । କିନ୍ତୁ ଅନ୍ୟ କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କର ଆଖିର ରଙ୍ଗ ନୀଳ, ସବୁଜ, ମାଟିଆ କିମ୍ବା ଗ୍ରେ ରଙ୍ଗର ହୋଇଥାଏ । ଏହି ରଙ୍ଗର ଆଖି ଦେଖିବାକୁ ଖୁବ୍ ସୁନ୍ଦର ଦେଖାଯାଇଥାଏ । ଆପଣ ଏହା ଜାଣି ନ ଥିବେ ଯେ, ଜଣେ ବ୍ୟକ୍ତିର ଆଖିର ରଙ୍ଗ ଦେଖି ସେହି ବ୍ୟକ୍ତିର ସ୍ଵଭାଵ ବିଷୟରେ କୁହାଯାଇ ପାରିବ । ଆପଣ ଜଣଙ୍କର ଆଖି ଦେଖି ସେହି ବ୍ୟକ୍ତିର ସ୍ଵଭାଵ ଜାଣି ପାରିବେ ।

ଗ୍ରେ ରଙ୍ଗ

ଏହି ରଙ୍ଗର ଆଖିଥିବା ଵ୍ୟକ୍ତି ହୃଦୟରୁ ଖୋଲା ସ୍ୱଭାବର ହୋଇଥାନ୍ତି । ଏହି ବ୍ୟକ୍ତିମାନେ ମନରେ ଯାହା ରଖିଥାନ୍ତି ସେୟା ହିଁ କହିଥାନ୍ତି । ଏହି ବ୍ୟକ୍ତିମାନେ କୌଣସି କଥାକୁ ନିଜ ଭିତରେ ଲୁକ୍କାୟିତ କରି ରଖିପାରନ୍ତି ନାହିଁ । ଗ୍ରେ ରଙ୍ଗର ଆଖି ସମପର୍ଣ୍ଣ ବ୍ୟକ୍ତିମାନେ କେବେ ମଧ୍ୟ ଧୋକ୍କାବାଜ୍ ସ୍ଵଭାବର ନୁହଁନ୍ତି । ଏମାନେ ଭାରି ଜ୍ଞାନୀ ଅଟନ୍ତି । ଏହି ରଙ୍ଗର ଆଖି ସମ୍ପର୍ଣ୍ଣ ବ୍ୟକ୍ତି ସମସ୍ତ ସ୍ଥାନରୁ ଜ୍ଞାନ ନେବା ପାଇଁ ପସନ୍ଦ କରନ୍ତି । ଏହି ରଙ୍ଗର ଆଖିଥିବା ବ୍ୟକ୍ତି କୌଣସି ବ୍ୟକ୍ତିଙ୍କୁ ମଧ୍ୟ ଆକର୍ଷିତ କରିପାରନ୍ତି ।

କଳା ରଙ୍ଗର ଆଖି :

ଯେଉଁ ବ୍ୟକ୍ତିଙ୍କ ଆଖିର ରଙ୍ଗ କଳା ହୋଇଥାଏ; ସେହି ବ୍ୟକ୍ତିମାନେ ରହସ୍ୟରେ ଘେରି ହୋଇଥାନ୍ତି । ନିଜ ଭିତରେ ବହୁ ରହସ୍ୟ ଲୁକ୍କାୟିତ କରି ରଖିଥାନ୍ତି । ଏହି ବ୍ୟକ୍ତିମାନେ ଭରସାଯୋଗ୍ୟ ଅଟନ୍ତି । ଏହି ରଙ୍ଗର ଆଖି ଥିବା ବ୍ୟକ୍ତି ଅନ୍ୟମାନଙ୍କ କଥାକୁ ମଧ୍ୟ ନିଜ ଭିତରେ ଲୁଚାଇ ରଖିପାରନ୍ତି । ଏହି ରଙ୍ଗର ଆଖି ଥିବା ବ୍ୟକ୍ତି ଅନ୍ୟକୁ ବିଶ୍ୱାସ କରିବା ପାଇଁ ସମୟ ଲାଗିଥାଏ । ଏହି ବ୍ୟକ୍ତିମାନେ ଭଲ ବନ୍ଧୁ ହୋଇଥାନ୍ତି । ଏମାନେ ସର୍ବଦା ସାହାଯ୍ୟ ପାଇଁ ଆଗଭର ଥାଆନ୍ତି ।

ନୀଳ ରଙ୍ଗର ଆଖି :

ଏହି ରଙ୍ଗର ଆଖିଥିବା ବ୍ୟକ୍ତି ଖୁବ୍ ଚତୁର ଅଟନ୍ତି । ଛୋଟରୁ ଛୋଟ ମିଛ ମଧ୍ୟ ଖୁବ୍ ସହଜରେ ଧରି ନିଅନ୍ତି । ଏହି ବ୍ୟକ୍ତିଙ୍କ ଆଖି ସମସ୍ତଙ୍କୁ, ନିଜ ଆଡକୁ ଆକର୍ଷିତ କରିଥାଏ । ଏହି ବ୍ୟକ୍ତିମାନେ ସହଜରେ ଅନ୍ୟକୁ ଠକି ଦେଇ ପାରନ୍ତି । ଏହି ବ୍ୟକ୍ତି ମାନେ ଖୁବ ବନ୍ଧୁପ୍ରବଣ ଅଟନ୍ତି । ଏହି ବ୍ୟକ୍ତିମାନେ ନିଜ ପରିବାର ସହ ସମୟ ଅତିବାହିତ କରିବା ପାଇଁ ପସନ୍ଦ କରନ୍ତି । ଏହି ବ୍ୟକ୍ତିମାନେ ଭ୍ରମଣ ପ୍ରିୟ ଅଟନ୍ତି ।

ମାଟିଆ ଆଖି :

ଯେଉଁ ବ୍ୟକ୍ତିଙ୍କ ଆଖି ମାଟିଆ ହୋଇଥାଏ; ସେମାନେ ଭରସାଯୋଗ୍ୟ ଅଟନ୍ତି । ଏହି ବ୍ୟକ୍ତିମାନେ ପ୍ରେମରେ ବିଶ୍ୱାସ କରନ୍ତି । ଏହି ବ୍ୟକ୍ତିମାନେ ଧନ ଅପେକ୍ଷା ସମ୍ପର୍କକୁ ବେଶୀ ଗୁରୁତ୍ୱ ଦେଇଥାନ୍ତି । ଏହି ଵ୍ୟକ୍ତିଙ୍କ ସ୍ଵଭାଵରେ କେହି ମଧ୍ୟ ପ୍ରଭାବିତ ହୋଇଯାଇ ପାରନ୍ତି । ଏହି ବ୍ୟକ୍ତିମାନେ ଖୋଲା ହୃଦୟରେ ସମସ୍ତଙ୍କ ସହ ମିଶି ଥାଆନ୍ତି । ଏହି ବ୍ୟକ୍ତିଙ୍କ ମଧ୍ୟରେ ଖୁବ୍ ଆତ୍ମବିଶ୍ୱାସ ରହିଥାଏ । ଏହି ବ୍ୟକ୍ତିମାନଙ୍କୁ କୌଣସି କାମ ଦେଲେ ଏହି ବ୍ୟକ୍ତିମାନେ ବିନା ଦ୍ଵିଧାରେ ସେହି କାମକୁ ସମ୍ପର୍ଣ୍ଣ କରିଥାନ୍ତି ।

ସବୁଜ ରଙ୍ଗର ଆଖି :

ଏହି ରଙ୍ଗର ଆଖିଥିବା ବ୍ୟକ୍ତି ଖୁବ୍ ମଜଳିଆ ସ୍ୱଭାବର ହୋଇଥାନ୍ତ । ଏହି ବ୍ୟକ୍ତିମାନେ ଯାହାକୁ ନାପସନ୍ଦ କରନ୍ତି, ସେମାନଙ୍କୁ ଧୋକା ଦେବାରେ ଆଦୌ ଡେରି କରନ୍ତି ନାହିଁ । ଏହି ବ୍ୟକ୍ତି ମାନେ ଖୁବ ଜ୍ଞାନୀ ଅଟନ୍ତି । ଏହି ବ୍ୟକ୍ତିମାନେ ଖୁବ୍ ଚତୁର ଅଟନ୍ତି ଓ ବହୁ ସହଜରେ ଆପଣଙ୍କୁ ନିଜ ଜାଲରେ ଫସାଇ ପାରନ୍ତି । ଏହି ରଙ୍ଗ ଆଖି ଥିବା ବ୍ୟକ୍ତିଙ୍କ ସହ ସାବଧାନତାର ସହ ମିଳାମିଶା କରନ୍ତୁ ।