୧୦୦ ରୁ ଉର୍ଦ୍ଧ ସିନେମା କରିଥିବା ନିର୍ମାତା ଜନତାଙ୍କୁ କହିଲେ, ବଜେପି ସରକାରଙ୍କୁ ଭୋଟ ଦିଅନ୍ତୁନାହିଁ ! ଏଭଳି ସରକାରଙ୍କୁ ବାଛନ୍ତୁ ।

Spread the love

“ଲୋକତନ୍ତ୍ର ବଞ୍ଚାଅ” ଅଭିଯାନରେ ସିନେମା ନିର୍ମାତା ଜନତାଙ୍କୁ କହିଲେ, ବିଜେପିକୁ ସତ୍ତାରୁ ବାହାର କରି । ଏଥିରେ ୧୦୦ରୁ ଉର୍ଦ୍ଧ ସିନେମା ନିର୍ମାତାମାନେ ବିଜେପିକୁ ଭୋଟ ନ ଦେବାପାଇଁ ଏପିଲ୍ କରିଲେ ।

ଲୋକସଭା ନିର୍ବାଚନ ୨୦୧୯ର ମୋହଳ ଚାଲିଛି । ଏହି ସମୟରେ କେବଳ ଦୁଇଟି ହିଁ ଦମଦାର ପାର୍ଟି ସାମ୍ନା-ସାମ୍ନିରେ ଅଛନ୍ତି । କଂଗ୍ରେସ ତରଫରୁ ରାହୁଲ ଗାନ୍ଧୀ ଅଛନ୍ତି ଓ ବିଜେପିରେ ପୁଣି ନରେନ୍ଦ୍ର ମୋଦି ହିଁ ପ୍ରଧାନମନ୍ତ୍ରୀ ରେସ୍ ରେ ଅଛନ୍ତି । ଚଳିତ ଲୋକସଭା ନିର୍ବାଚନ ଏକ ପକ୍ଷ ଥିଲା ଭଳି ଲାଗୁଛି । କାହିଁକି ନା ଭାରତୀୟ ଜନତା ପାର୍ଟି ପକ୍ଷରେ ଭାରତରୁ ଅଧାରୁ ଅଧିକ ଲୋକମାନେ ଅଛନ୍ତି ଓ ଅନେକ ସିନେମାର ବଡ଼-ବଡ଼ ଅଭିନେତାମାନେ ଚାହୁଁଛନ୍ତି କି, ଭାରତର ପ୍ରଧାନମନ୍ତ୍ରୀ ପୁଣିଥରେ ନରେନ୍ଦ୍ର ମୋଦି ହୁଅନ୍ତୁ ବୋଲି । ଏତିକି ହିଁ ନୁହଁ କେତେକ ଏଭଳି ବଡ଼ ଅଭିନେତାମାନେ ମଧ୍ୟ ଅଛନ୍ତି, ଯେଉଁମାନେ କି କଂଗ୍ରେସ ପକ୍ଷରେ ଅଛନ୍ତି ଓ ରାହୁଲଙ୍କୁ ହିଁ ସରକାର ରୂପରେ ବାଛିବାକୁ ଚାହୁଁଛନ୍ତି । ୧୦୦ ରୁ ଉର୍ଦ୍ଧ ସିନେମା କରିଥିବା ନିର୍ମାତା ଜନତାଙ୍କୁ ଏପିଲ୍ କରି କହିଲେ, କୌଣସିବି ସରକାରକୁ ବାଛ କିନ୍ତୁ ସଠିକ ବାଛ ।

୧୦୦ ରୁ ଉର୍ଦ୍ଧ ସିନେମା କରିଥିବା ନିର୍ମାତାମାନେ କରିଲେ ଜନତାଙ୍କୁ ଏପିଲ୍ –

ଏହି ଶୁକ୍ରବାର ଦିନ ୧୦୦ରୁ ଉର୍ଦ୍ଧ ସିନେମା ନିର୍ମାତାମାନେ ନିଜ ରାୟ ଜଣେଇ କହିଲେ କି, ଲୋକସଭା ନିର୍ବାଚନରେ ବିଜେପିକୁ ଭୋଟ ନ ଦେବାପାଇଁ ଏପିଲ୍ କରିଲେ । କେତେକ ରିପୋଟର୍ସ ଅନୁସାରେ ସିନେମା ନିର୍ମାତାମାନେ ଏପିଲ୍ ରେ ଏହା ଅନୁରୋଧ କରିଲେ କି, ଲୋକମାନେ ବିଜେପିକୁ ସତ୍ତାରୁ ହଟାଇବା ପାଇଁ ନିର୍ବାଚନର ସମୟରେ ଭୋଟ କରନ୍ତୁ । ଏପିଲ୍ କରିଥିବା ସିନେମା ନିର୍ମାତାମାନଙ୍କ ସୂଚୀରେ ମାଲୟଲମ ନିର୍ଦେଶକ ଆସିକ ଅବୁ, ଆନନ୍ଦ ପଟୱର୍ଧନ, ସୁଦେୱନ, ଦୀପା ଧନରାଜ, ଗୁରୁବିନ୍ଦେର ସିଂ, ପୁଷ୍ପେନ୍ଦ୍ର ସିଂ ଓ ପ୍ରବୀଣ ମରଚ୍ଚଲେ ଭଳି ସିନେମା ନିର୍ମାତାମାନେ ଏଥିରେ ସାମିଲ ଅଛନ୍ତି । ‘ଲୋକତନ୍ତ୍ର ବଞ୍ଚାଅ’ ଅଭିଯାନ ଅନ୍ତର୍ଗତ ସିନେମା ନିର୍ମାତାମାନେ, ଜନତାମାନଙ୍କୁ ଗୋଟିଏ ଏଭଳି ସରକାରକୁ ବାଛିବାକୁ କହିଲେ, “ଯେଉଁ ବ୍ୟକ୍ତି ନିଜ ଅଭିବ୍ୟକ୍ତ ମାଧରେ ନିଜର କଥାକୁ ରକ୍ଷା କରିବା ସଙ୍ଗେ ଯିଏ ଭାରତ ସମ୍ବିଧାନର ସମ୍ମାନ କରିଥାଏ ସେହିଭଳି ଲୋକଙ୍କୁ ମନୋନୀତ କର ।” ଏପିଲ୍ କରି କହିଲେ, ଆମେ ସଂସ୍କୃତି ଓ ଭୌଗଳିକ ରୂପରେ ଭିନ୍ନ ଅଟେ କିନ୍ତୁ ଆମେ ସବୁବେଳେ ଏକଜୁଟ ହୋଇ ରହିଆସୁଛୁ । ଏକ ରାଷ୍ଟ୍ର ରୂପରେ ଅଛୁ ଓ ଏହି ଅଦ୍ଭୁତ ଦେଶର ନାଗରିକ ହୋଇଥିବା ଯୋଗୁଁ ଆମେ ସବୁବେଳେ ଗର୍ବ ଅନୁଭବ କରୁଛୁ । ଏହି ଏପିଲ୍ ମାଧ୍ୟମରେ ସେମାନେ କହିବାକୁ ଚାହିଁଲେ କି, ସରକାର ଯିଏ ମଧ୍ୟ ହେଉ କିନ୍ତୁ ଭାରତର ସମ୍ବିଧାନ ସହ ଓ ଦେଶବାସୀଙ୍କ ପାଇଁ କିଛି ଏଭଳି କର ଯେମିତି କି ସେମାନଙ୍କୁ କେବେ ଅସୁବିଧା ନହେବ ।

ମୋଦି ସରକାରଙ୍କ ଠାରୁ ଲୋକମାନଙ୍କୁ ବହୁତ ଆଶା ଥିଲା କିନ୍ତୁ ସେଥିରୁ କିଛି ହେଲା ଓ ଆଉ କିଛି ହେଲାନାହିଁ ତଥାପି ଲୋକମାନଙ୍କୁ ନରେନ୍ଦ୍ର ମୋଦିଙ୍କ ଉପରେ ଆଶା ଅଛି । କିନ୍ତୁ କେତେକ ଲୋକମାନେ ମୋଦିଙ୍କୁ ଚାହୁଁନାହାନ୍ତି । ସେମାନେ ରାହୁଲଙ୍କ କଥାକୁ ଭରସା କରିବାକୁ ଚାହୁଁଛନ୍ତି । କିନ୍ତୁ ସତ୍ୟତା ଏହା ଅଟେ କି ଅଧିକାଂଶ ଲୋକମାନେ ସବୁ କିଛି ଚାହୁଁଛନ୍ତି କିନ୍ତୁ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ରୂପେ ଦେଖିବାକୁ ଚାହୁଁ ନାହାନ୍ତି । ଲୋକତନ୍ତ୍ର ଦେଶରେ ପ୍ରତ୍ୟେକ ଲୋକଙ୍କ ଭିନ୍ନଭିନ୍ନ ମତ ଅଛି ।

ଏହି ଲୋକମାନେ ମୋଦିଙ୍କ ବାୟପିକ୍ କୁ ବ୍ୟାନ କରିବାକୁ କହିଲେ –

ଏହି ୧୦୦ ଲୋକଙ୍କ ଏପିଲ୍ କରିବା ପୂର୍ବରୁ ନରେନ୍ଦ୍ର ମୋଦିଙ୍କ ଉପରେ ହେବାକୁ ଯାଉଥିବା ସିନେମାକୁ ବ୍ୟାନ କରିବାକୁ ମଧ୍ୟ କହିଥିଲେ । ଖବର ଏହାଥିଲା କି, ଅବସରପ୍ରାପ୍ତ କର୍ମଚାରୀମାନେ ଲୋକସଭା ନିର୍ବାଚନ ହେବା ପୂର୍ବରୁ ନରେନ୍ଦ୍ର ମୋଦିଙ୍କ ବାୟପିକ୍ କୁ ରିଲିଜ୍ କରବାକୁ ଦାବି କରିଥିଲେ । ରିପୋଟର୍ସଙ୍କ ଅନୁସାରେ ସରକାର କର୍ମଚାରୀ ନିର୍ବାଚନ କମିସନ୍ କୁ ଚିଠି ଲେଖି ପଠେଇଲେ । ଯେଉଁଥିରେ ଲେଖାଯାଇଛି କି, ଏହି ସିନେମାକୁ ବ୍ୟାନ କରାଯାଉ । ନରେନ୍ଦ୍ର ମୋଦିଙ୍କ ବାୟପିକ୍ ଏପ୍ରିଲ ୫ରେ ରିଲିଜ୍ ହେବାକୁ ଯାଉଛି ଯାହାର ଟ୍ରେଲୋର ଓ କିଛି ଗୀତ ରିଲିଜ୍ ହୋଇଯାଇଛି । ସିନେମାରେ ବିବେକ୍ ଓବରୋୟ ନରେନ୍ଦ୍ର ମୋଦିଙ୍କ ରୂପରେ ଅଭିନୟ କରୁଛନ୍ତି । ସିନେମାର ନିର୍ଦେଶନ ଔମଙ୍ଗ କୁମାର କରିଛନ୍ତି ।