ପଞ୍ଚମ ଫେଲ ବ୍ୟକ୍ତି ଠିଆ କରିଦେଲେ ୨୦୦୦ କୋଟି ଟଙ୍କାର କମ୍ପାନୀ । ଦାନ କରନ୍ତି ଉପାର୍ଜନର ଏକ ବଡ଼ ଅଂଶ ।

Spread the love

ଲକ୍ଷ୍ୟ ସେହି ମାନଙ୍କର ପୂର୍ଣ୍ଣ ହୋଇଥାଏ ଯେଉଁମାନେ ଭବିଷୟର ସ୍ୱପ୍ନକୁ ଶାକର କରିବା ପାଇଁ ଆପ୍ରାଣ ଉଦ୍ୟମ କରିଥାନ୍ତି । କେବଳ ଡେଣା ଥିଲେ କିଛି ହୁଏନା ଉଡିବା ପାଇଁ ସାହସ ଆବଶ୍ୟକ ହୋଇଥାଏ । ଏହି ଲୋକକଥା ଆପଣମାନେ ଶୁଣିଥିବେ କିନ୍ତୁ ଏହି ଲୋକ ଉକ୍ତିକୁ ସତ୍ୟତାରେ ପ୍ରମାଣିତ ଅଳ୍ପ କିଛି ଲୋକେ ହିଁ କରିଥାନ୍ତି । ବଡ଼ ଏହି ଧନୀ ହେବା ସ୍ୱପ୍ନ ସମସ୍ତେ ଦେଖିଥାନ୍ତି । ପ୍ରତିଟି ବ୍ୟକ୍ତି ଧନ ଉପାର୍ଜନ କରିବା ପାଇଁ ଚାହିଁଥାଏ କିନ୍ତୁ କେବଳ ଚିନ୍ତା କରିଲେ କିଛି ହୋଇନଥାଏ । ଯଦି ଆପଣ ସତ୍ୟରେ ଏହିପରି ଜୀବନ ବିତାଇବା ପାଇଁ ଚାହାଁନ୍ତି; ତେବେ ଏଥିପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବା ପାଇଁ ପଡିବ । ଆଜିକାଲି କଠିନ ପରିଶ୍ରମ ପରେ ମଧ୍ୟ ଏହା ନିର୍ଦ୍ଧିଷ୍ଟ ନୁହେଁ ଯେ, ବ୍ୟକ୍ତି ସଫଳ ହୋଇପାଇବ କିମ୍ବା ନୁହେଁ । କିଛି ଲୋକଙ୍କ ଭାଗ୍ୟର ମଧ୍ୟ ଖେଳ ହୋଇଥାଏ । କଠିନ ପରିଶ୍ରମ ସହ ଭାଗ୍ୟ ମଧ୍ୟ ସହଯୋଗ ଦେଲେ ବ୍ୟକ୍ତିକୁ ସଫଳ ହେବା ପାଇଁ କେହି ରୋକି ପାରିବ ନାହିଁ କିନ୍ତୁ ସମସ୍ତ ବ୍ୟକ୍ତିଙ୍କ ମଧ୍ୟରେ ଏତିକି ଧୌର୍ଯ୍ୟ ନ ଥାଏ । କିଛି ହିଁ ଲୋକଙ୍କ ମଧ୍ୟରେ ନିଜର ସ୍ୱପ୍ନ ପୂରଣ କରିବାର ସାହସ ରହିଥାଏ । ସାଧାରଣତଃ ମାନ୍ୟତା ରହିଛି, ଭଲ ପଢ଼ାପଢ଼ି କରିବା ପରେ ହିଁ ମନୁଷ୍ୟ ସଫଳ ହୋଇଥାଏ । ଲୋକଙ୍କ ଚିନ୍ତନ ଏହା ଯେ, ଭଲ ଶିକ୍ଷା ମିଳିଲେ ହିଁ ଭଲ ଚାକିରୀ ମିଳିଥାଏ କିନ୍ତୁ ସତ୍ୟରେ ଏହିପରି ହୋଇନଥାଏ । ଭାରତ ଏବଂ ବିଦେଶରେ ଅନେକ ପ୍ରସିଦ୍ଧ ବ୍ୟକ୍ତି ଅଛନ୍ତି; ଯେଉଁମାନେ କମ ପଢି ମଧ୍ୟ ଦୁନିଆରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ଆଜିର ଏହି ପୋଷ୍ଟରେ ଆମେ ଏହିପରି ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବିଷୟରେ କହିବୁ ଯିଏ କମ ପଢି ମଧ୍ୟ ଦେଶର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହୋଇପାରିଛନ୍ତି ।

ପଞ୍ଚମ ପାସ୍ ହୋଇ ମଧ୍ୟ ୨୫ କୋଟିର ଦରମା ପାଆନ୍ତି :

ଏମଡ଼ିଏଚ ମସଲାର ନାମ ଆପଣମାନେ ଶୁଣିଥିବେ । ଏହି ବ୍ରାଣ୍ଡ ଦୁନିଆର ସବୁଠୁ ଟପ୍ ମସଲାର ବ୍ରାଣ୍ଡ ମଧ୍ୟରୁ ଗୋଟିଏ ଅଟେ । ଏମଡିଏଚ ମସଲା ଦୁନିଆରେ ନିଜର ଏକ ଭିନ୍ନ ଧରଣର ପରିଚୟ ସୃଷ୍ଟି କରିଛି । ଏହି ବ୍ରାଣ୍ଡକୁ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ପହଞ୍ଚାଇବାରେ ଯେଉଁ ବ୍ୟକ୍ତିଙ୍କ ହାତ ରହିଛି; ତାଙ୍କର ନାମ ଧର୍ମପାଲ ଗୁଲାଟି ଅଟେ । ଧର୍ମପାଲ ଗୁଲାଟିଙ୍କ ବୟସ ୯୬ ଅଟେ ଏବଂ ସେ କେବଳ ପଞ୍ଚମ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ । ଏତେ କମ ଶିକ୍ଷା ପରେ ମଧ୍ୟ ସେ ଆଜି ଅନେକ ସମ୍ପତ୍ତିର ମାଲିକ ଅଟନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ମାତ୍ର ୫୦୦ ଟଙ୍କାରୁ ନିଜର ଉପାର୍ଜନ ଯାତ୍ରା ଆରମ୍ଭ କରିଥିବା ବ୍ୟକ୍ତି ଆଜି ୨୦୦୦ କୋଟି ଟଙ୍କାର ମାଲିକ ହୋଇଯାଇଛନ୍ତି ।

ଉପାର୍ଜନର ଏକ ବଡ଼ ଅଂଶ ଦାନପୂଣ୍ୟରେ ଖର୍ଚ୍ଚ କରନ୍ତି :

ଧର୍ମପାଲ ଗୁଲାଟି ଏକମାତ୍ର ଏହିପରି ସିଇଓ ଅଟନ୍ତି; ଯାହାଙ୍କୁ ଭାରତୀୟ ଖୁଚୁରା ବ୍ୟବସାୟୀଙ୍କ ମଧ୍ୟରୁ ଅଧିକ ଦରମା ପାଉଛନ୍ତି । ତାଙ୍କର ପରିଶ୍ରମ ଏବଂ ଚେଷ୍ଟା ଫଳରେ ସେ ଆଜି ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି । ଆମେ ଅନେକ ବର୍ଷରୁ ଧର୍ମପାଲ ଗୁଲାଟିଙ୍କୁ ଏମଡ଼ିଏଚ ମସଲାର ବିଜ୍ଞାପନରେ ଦେଖି ଆସୁଛୁ । ଆମେ ଆପଣଙ୍କୁ କହିବା ପାଇଁ ଚାହୁଁଛୁ; ବିଗତ ବର୍ଷ ଅର୍ଥାତ ୨୦୧୮ରେ ସେ ୨୫ କୋଟି ଦରମା ନେଇଥିଲେ । ଏହି ବ୍ରାଣ୍ଡ ନିଜର ମସଲାର ମୂଲ୍ୟ କମ ରଖି ଅନ୍ୟ କମ୍ପାନୀ ଗୁଡିକୁ ପଛରେ ପକାଇ ଦେଇଛି । ଗୁଲାଟି ଜି କେବଳ ମସଲାର ନୁହେଁ ବରଂ ହୃଦୟର ମଧ୍ୟ ରାଜା ଅଟନ୍ତି । ସେଥିପାଇଁ ନିଜର ଉପର୍ଜନର ଏକ ବଡ଼ ଅଂଶ ଦାନପୂଣ୍ୟରେ ଖର୍ଚ୍ଚ କରନ୍ତି ।

ଶୁଖିଲା ମସଲାରୁ ଦୁନିଆକୁ ଦିୱାନା କରାଯାଉଛି :

ଧର୍ମପାଲ ଗୁଲାଟିଙ୍କ ମସଲା ସମ୍ପୂର୍ଣ ଦୁନିଆରେ ନିର୍ମାଣ କରାଯାଇଥାଏ । ତାଙ୍କ ଦ୍ୱାରା ପ୍ରସ୍ତୁତ ମସଲାର ସ୍ୱାଦ ସମ୍ପୂର୍ଣ ଦୁନିଆର ଲୋକଙ୍କ ସ୍ୱାଦ ବଢ଼ାଇଛି । ଭଲ ଶିକ୍ଷା ନ ମିଳିବା ପରେ ମଧ୍ୟ ସେ ଏକ ଭିନ୍ନ ପରିଚୟ ପ୍ରସ୍ତୁତ କରିଛନ୍ତି ଏବଂ ସମ୍ପୂର୍ଣ ଦୁନିଆରେ ଭାରତର ନାମ ପ୍ରସିଦ୍ଧ କରିଛନ୍ତି । ଏଥିପାଇଁ ଏହା କହିବା ଭୁଲ ହେବ ନାହିଁ, ଭଲ ଶିକ୍ଷା ମିଳିବା ପରେ ହିଁ ବ୍ୟକ୍ତି କିଛି ହୋଇପାରେ । ବେଳେବେଳେ କମ ପାଠ ପଢିଥିବା ଲୋକ ମଧ୍ୟ ଏତେ ଉପାର୍ଜନ କରିଥାନ୍ତି ଯେ, ଅଧିକ ପଢିଥିବା ଲୋକେ ମଧ୍ୟ କରିନଥାନ୍ତି ।

ସୌଜନ୍ୟ : https://www.newstrend.news