ବୋସ୍ ଙ୍କ ସହିତ ସମ୍ବନ୍ଧ ବନାଇବାରେ ବ୍ୟସ୍ତ ଥିଲେ ମହିଳା ପୋଲିସ ଅଫିସର । କାର୍ ଭିତରେ ରହି ମରିଗଲା ୩ ବର୍ଷର ଝିଅ ।

Spread the love

ଗୋଟିଏ ମହିଳା ପୋଲିସ ଅଫିସରଙ୍କ ଘୃଣ୍ୟ କର୍ତ୍ତୃତ୍ୱ ଯୋଗୁଁ ତାଙ୍କ ନିରୀହ ଝିଅର ଜୀବନ ଚାଲିଗଲା । ଏହି ମହିଳା ଅଫିସର ନିଜ ବୋସ୍ ଙ୍କ ସହିତ ଶାରୀରିକ ସମ୍ବନ୍ଧ (ସେକ୍ସ) କରିବାରେ ବ୍ୟସ୍ତ ଥିଲେ ଓ ବନ୍ଦ କାର୍ ଭିତରେ ଅଧିକ ଗରମ ଯୋଗୁଁ ତାଙ୍କ ଝିଅର ଜୀବନ ଚାଲିଗଲା ।

ନ୍ୟୁୟର୍କ:- ଗୋଟିଏ ମହିଳା ପୋଲିସ ଅଫିସରଙ୍କ ଘୃଣ୍ୟ କର୍ତ୍ତୃତ୍ୱ ଯୋଗୁଁ ତାଙ୍କ ନିରୀହ ଝିଅର ଜୀବନ ଚାଲିଗଲା । ଏହି ମହିଳା ଅଫିସର ନିଜ ବୋସ୍ ଙ୍କ ସହିତ ଶାରୀରିକ ସମ୍ବନ୍ଧ (ସେକ୍ସ) କରିବାରେ ବ୍ୟସ୍ତ ଥିଲେ ଓ ବନ୍ଦ କାର୍ ଭିତରେ ଅଧିକ ଗରମ ଯୋଗୁଁ ତାଙ୍କ ଝିଅର ଜୀବନ ଚାଲିଗଲା । ୨୯ ବର୍ଷୀୟ ମହିଳା ଅଫିସର ନିଜ ଅପରାଧ ସ୍ୱୀକାର କରିଛନ୍ତି । ତାଙ୍କୁ ୨୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ । ଏହି ମାମଲା ଆମେରିକାର ମିଶିସିପି ସହରର ବିଲୋକ୍ସିରେ ନାମକ ସ୍ଥାନର ଅଟେ ।

ମହିଳା ପୋଲିସ ଅଫିସର୍ ଙ୍କ ଉପରେ ୩ ବର୍ଷର ଝିଅକୁ ହତ୍ୟା କରିଥିବାର ଆରୋପ ଲାଗିଛି । ଚାକିରୀରୁ ବରଖାସ୍ତ କରାଯାଇଥିବା ଏହି ଅଫିସର୍ ଙ୍କ ନାମ କେସି ୱାର୍କର ଅଟେ । କେସିଙ୍କ ଝିଅ ପାଖାପାଖି ୪ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇଥିବା କାର୍ ଭିତରେ ଥିଲା; ଯାହାଫଳରେ ତାର ମୃତ୍ୟୁ ହୋଇଯାଇଥିଲା । ଘଟଣା ୨୦୧୬ ସେପ୍ଟେମ୍ବରରେ ଘଟିଥିଲା, କିନ୍ତୁ କେସି ଏହି ସପ୍ତାହରେ ନିଜ ଅପରାଧ ସ୍ୱୀକାର କରିଛନ୍ତି । କେସି ଝିଅକୁ ଯେତେବେଳେ କାର୍ ଭିତରେ ଛାଡିଥିଲେ, ସେତେବେଳେ କାର୍ ର ଇଞ୍ଜିନ ଓ ଏୟାର୍ କାଣ୍ଡିସନିଂ ଅନ ରଖିଥିଲେ କିନ୍ତୁ ଯେତେବେଳେ ଝିଅକୁ ହସ୍ପିଟାଲ ନିଆଯାଇଥିଲା ତାର ଶରୀରର ତାପମାତ୍ରା ୪୧ ଡିଗ୍ରୀ ଥିଲା । ଏପ୍ରିଲ୍ ୧ ତାରିଖ ଦିନ ମହିଳାଙ୍କ ଦଣ୍ଡର ଶୁଣାଣି ହେବ ।

ପ୍ରଥମେ ପ୍ରଥମେ କେସି କହିଥିଲେ ଯେ, ସେ ବୋସ୍ ଙ୍କ ଘର ଭିତରେ କଥାବାର୍ତ୍ତା ହେଉଥିଲେ, ଯେଉଁଠି ତାଙ୍କୁ ନିଦ ଆସି ଯାଇଥିଲା । କିନ୍ତୁ ବର୍ତ୍ତମାନ ସେ ନିଜ ବୟାନ ବଦଳାଇ ଦେଇଛନ୍ତି । ପୋଲିସ ବିଭାଗ ମହିଳା ପୋଲିସ ଅଫିସର୍ ଓ ତାଙ୍କ ବୋସ୍ ଙ୍କୁ ଚାକିରୀରୁ ବରଖାସ୍ତ କରି ଦେଇଥିଲେ । ବର୍ତ୍ତମାନ ବୋସ୍ ଙ୍କ ବିରୋଧରେ କୌଣସି ବି ଆରୋପ ଲଗାଯାଇ ନାହିଁ । କାରଣ ସେ କାର୍ ରେ ମହିଳାଙ୍କ ଝିଅ ଥିଲା ବୋଲି ଜାଣି ନଥିଲେ ବୋଲି କହିଛନ୍ତି ।

ନିଜ ମତାମତ Comment କରି ଜାଣନ୍ତୁ !