ଏହି ସୁନ୍ଦରୀ ମହିଳା କ୍ରିକେଟର ସେୟାର କରିଲେ ନିଜର ନିବସ୍ତ୍ର ଫୋଟୋ ! ଜାଣନ୍ତୁ ଏହା ପଛରେ ଥିବା କାରଣ ।

Spread the love

ଶେଷରେ କାହିଁକି ଏହି ମହିଳା କ୍ରିକେଟର ଜଣକ ନିବସ୍ତ୍ର ହୋଇଥିଲେ ।

ଇଂଲଣ୍ଡ ମହିଳା କ୍ରିକେଟ ଟିମର ସବୁଠାରୁ ସୁନ୍ଦରୀ ମହିଳା ୱିକେଟ୍ କିପର ଏବଂ ବ୍ୟାଟସ୍ ମ୍ୟାନ ସାରା ଟେଲର ନିଜର ସୋସିଆଲ ମିଡ଼ିଆ ପ୍ଲାଟଫର୍ମର ଇନଷ୍ଟାଗ୍ରାମରେ ନିଜର ଏକ ଫୋଟୋ ସେୟାର କରିଥିଲେ, ଯାହାକି ବର୍ତ୍ତମାନ ସମୟରେ ଅନେକ ଚର୍ଚ୍ଚାର ବିଷୟ ଅଟେ । ଏହି ଫୋଟୋକୁ ପୋଷ୍ଟ କରିବା ପଛରେ ତାଙ୍କର ଏକ ମୁଖ୍ୟ କାରଣ ମଧ୍ୟ ଅଛି ।

ସାରା ଟେଲର ଇନଷ୍ଟାଗ୍ରାମରେ ନିଜର ଏକ ଫୋଟୋ ପୋଷ୍ଟ କରିଛନ୍ତି ଏବଂ ଏହା ସହିତ କେପସନରେ ଲେଖିଛନ୍ତି ଏହି ଫୋଟୋକୁ ସେୟାର କରି ମତେ ଭଲ ଅନୁଭବ ହେଉନାହିଁ କିନ୍ତୁ ମହିଳା ମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ମୋତେ ଏହି ଅଭିଯାନରେ ଯୋଡିତ ହୋଇ ଅନେକ ଗର୍ବ ଅନୁଭବ ହେଉଛି ।

ସାରାଙ୍କ ଦ୍ଵାରା ପୋଷ୍ଟ କରାଯାଇଥିବା ଏହି ଫୋଟୋକୁ ତାଙ୍କର ପ୍ରଶଂସକ ଏବଂ ତାଙ୍କୁ ଚାହୁଁଥିବା ଲୋକେ ବହୁତ ପସନ୍ଦ କରୁଛନ୍ତି । ସାରା ଏହି ଅଭିଯାନ ସହ ଯୋଡ଼ିତ ହୋଇ ଏହା ଜଣାଇଛନ୍ତି ଯେ, ମହିଳାମାନେ ନିଜ ଶରୀର ଉପରେ ଗର୍ବ କରିବା ଉଚିତ୍ । ଇନଷ୍ଟାଗ୍ରାମର ହେଣ୍ଡେଲ୍ ଉପରେ ଏହି ଫୋଟୋ ସେୟାର କରି ସେ କହିଛନ୍ତି କି, ସେ ଏହି ଅଭିଯାନ ସହିତ ଯୋଡ଼ିତ ହୋଇ ଅନେକ ଗର୍ବ ଅନୁଭବ କରୁଛନ୍ତି ।

ସାରା ଇଂଲଣ୍ଡ ପାଇଁ ଟେଷ୍ଟ୍, ୱାନ୍ ଡେ, ଟି-୨୦ ମ୍ୟାଚରେ ଦଳର ପ୍ରତିନିଧିତ୍ଵ କରିଛନ୍ତି । ସେ ଇଂଲଣ୍ଡ ପାଇଁ ଖେଳିଥିବା ୧୦ଟି ଟେଷ୍ଟ ମ୍ୟାଚରେ ୩୦୦ ରନ୍ କରିଛନ୍ତି ଏବଂ ୧୮ କ୍ୟାଚ ଓ ୨ଟି ସ୍ଟଂପ ଆଉଟ୍ କରିଛନ୍ତି । ଅନ୍ୟ ପକ୍ଷରେ ୧୨୬ ୱାନ ଡେ ମ୍ୟାଚରେ ସେ ୭ଟି ଶତକ ସାହାଯ୍ୟରେ ମୋଟ ସେ ୪୦୫୬ ରନ୍ କରିଛନ୍ତି । ୱାନ-ଡେରେ ସେ ୮୭ଟି କ୍ୟାଚ ଏବଂ ୫୧ ସ୍ଟଂପ ଆଉଟ୍ କରିଛନ୍ତି । ଇଂଲଣ୍ଡ ପାଇଁ ସେ ୯୦ଟି ଟି-୨୦ ମ୍ୟାଚରେ ୨୧୭୭ ରନ୍ କରିଛନ୍ତି ଏବଂ ସେ ୨୩ଟି କ୍ୟାଚ୍ ଏବଂ ୫୧ ଖେଳାଳିଙ୍କୁ ସ୍ଟଂପ ଆଉଟ୍ କରିଛନ୍ତି ।