ପିଲାଙ୍କ ଉଚ୍ଚତା ବଢ଼ୁନାହିଁ ବୋଲି ଚିନ୍ତିତ ଅଛନ୍ତି କି ? ତେବେ ଆପଣାନ୍ତୁ ଏହି ସହଜ ଉପାୟ ।

Spread the love

ବର୍ତ୍ତମାନତର ପିଲାମାନେ ପୋଷଣ ଯୁକ୍ତ ଖାଦ୍ୟ ଖାଉ ନାହାଁନ୍ତି । ସେମାନଙ୍କୁ ଜଙ୍କ ଫୁଡ଼ ଓ ଫାଷ୍ଟ ଫୁଡ଼ ଅଧିକ ପସନ୍ଦ ଅଟେ ଏବଂ ଏହି କାରଣରୁ ସେମାନଙ୍କ ଶରୀରକୁ ସଠିକ ମାତ୍ରାର ପୋଷଣ ମିଳିପାରେ ନାହିଁ । ଯେଉଁ କାରଣରୁ ସେମାନଙ୍କ ଉଚ୍ଚତା ମଧ୍ୟ ବଢ଼ି ନ ଥାଏ । ପିଲାଙ୍କ ଉଚ୍ଚତା ନ ବଢିବା କାରଣରୁ ମାତା ପିତା ଚିନ୍ତିତ ହୋଇଯାଆନ୍ତି ଏବଂ ସେମାନଙ୍କ ପିଲାଙ୍କୁ ଭିନ୍ନ ଭିନ୍ନ ଡାକ୍ତରଙ୍କ ନିକଟକୁ ନେଇ ଚିକିତ୍ସା କରନ୍ତି ଏବଂ ନିଜ ଶିଶୁଙ୍କୁ ଔଷଧର ବ୍ୟବହାର କରିବାକୁ କହିଥାନ୍ତି । ଔଷଧର ବ୍ୟବହାର ଦ୍ୱାରା ପିଲାଙ୍କ ଶରୀର ଉପରେ ଖରାପ ପ୍ରଭାଵ ପଡିଥାଏ ଏବଂ ଉଚ୍ଚତା ମଧ୍ୟ ବଢିନଥାଏ । ଆଜି ଆମେ ଆପଣଙ୍କୁ କିଛି ଏମିତି ଜିନିଷ ବିଷୟରେ କହିବୁ, ଯାହାର ସେବନ କରିବା ଦ୍ୱାରା ସହଜ ଏବଂ କ୍ଷିପ୍ର ବେଗରେ ଆପଣଙ୍କ ପିଲାଙ୍କ ଉଚ୍ଚତା ବଢ଼ିପାରେ । ତେବେ ଆସନ୍ତୁ ଆଲୋଚନା କରିବା :

୧. କ୍ଷୀର :

କ୍ଷୀର ଉଚ୍ଚତା ବଢ଼ାଇବାରେ ସବୁଠୁ ଭଲ ଆହାର ଅଟେ । କ୍ଷୀରରେ କ୍ୟାଲସିୟମ, ଭିଟାମିନ ଏବଂ ପୋଷକ ତତ୍ୱ ପ୍ରଚୁର ମାତ୍ରାରେ ମିଳିଥାଏ । ଯାହା ଦ୍ୱାରା ପିଲାଙ୍କ ମାନସିକ ଓ ଶାରିରୀକ ବିକାଶ ଠିକ୍ ରୂପରେ ହୋଇଥାଏ । ଏଥିପାଇଁ ପିଲାଙ୍କୁ ପ୍ରତିଦିନ ଦୁଇ ଗ୍ଲାସ୍ କ୍ଷୀର ନିହାତି ପିଆନ୍ତୁ ।

୨. ଅଟ୍ସ :

ଅଟ୍ସରେ ଫାଇବର ବହୁତ ଅଧିକ ମାତ୍ରାରେ ରହିଥାଏ । ଯାହା ଦ୍ୱାରା ପିଲାଙ୍କ ଶରୀରରେ ନୂଆ କଶିକାର ନିର୍ମାଣ କ୍ଷିପ୍ର ବେଗରେ କରାଇଥାଏ ।

୩. ସୋୟାବିନ :

ସୋୟାବିନ ପ୍ରୋଟିନର ଏକ ଭଲ ସ୍ରୋତ ଅଟେ ଏବଂ ଏହାର ସେବନ କରିବା ଦ୍ୱାରା ମଧ୍ୟ ପିଲାଙ୍କ ଶରୀରରେ କୋଷିକାର ନିର୍ମାଣ ବହୁତ ଶିଘ୍ର ହୋଇଥାଏ ।

୪. ଅଣ୍ଡା ଓ ଚିକେନ୍ :

ଯଦି ଆପଣ ମାଂସାହାରୀ ଅଟନ୍ତି; ତେବେ ଅଣ୍ଡା ଆଉ ଚିକେନ୍ ର ସେବନ ନିହାତି କରନ୍ତୁ । ଅଣ୍ଡା ଓ ଚିକେନ୍ ରେ ଭରପୂର ମାତ୍ରାରେ ପ୍ରୋଟିନ ଏବଂ ଭିଟାମିନ ରହିଥାଏ । ଯାହା ଉଚ୍ଚତା ବଢ଼ାଇବାରେ ବହୁତ ସାହାଯ୍ୟ କରିଥାଏ ।

୫. ବ୍ୟାୟମ :

ପିଲାଙ୍କୁ ପ୍ରତିଦିନ ଖେଳକୁଦ, ଡେଇଁବା, ବ୍ୟାୟମ କିମ୍ୱା ଯୋଗ ଆଦି କରିବାକୁ କୁହନ୍ତୁ । ଏହା ଦ୍ଵାରା ପିଲାମାନଙ୍କ ଉଚ୍ଚତା ବଢ଼ିବାରେ ବହୁତ ସାହଯ୍ୟ କରିଥାଏ । ଏହା କରିବା ଦ୍ୱାରା ପିଲାମାନଙ୍କ ଉଚ୍ଚତା ବଢ଼ିବାରେ ଲାଗିବ ।

ଆଶା କରୁଛି ଏହି ବିଷୟଟି ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ବିଷୟଟିକୁ ଗୋଟିଏ ଲାଇକ କରିଦିଅନ୍ତୁ ଓ ସେୟାର କରି ଅନ୍ୟକୁ ଜାଣନ୍ତୁ ।