କର୍କଟ ପୀଡିତ ବାପାଙ୍କ ସପ୍ନ ଝିଅ ପୂରଣ କରିଛନ୍ତି । ଝିଅ ଆଇଏଏସ ପରୀକ୍ଷା ପାସ୍ କରିଛନ୍ତି ।

Spread the love

ପଞ୍ଜାବର ଏହି ଝିଅ ଜଣଙ୍କ ଦିନ ରାତି କଠିନ ପରିଶ୍ରମ କରି କର୍କଟ ପୀଡିତ ପିତାଙ୍କର ସପ୍ନକୁ ପୂରଣ କରି, ହୋଇ ହୋଇପାରିଛନ୍ତି ଆଇଏଏସ୍ ଅଫିସର ।

ମନୁଷ୍ୟର ଜୀବନ କେବେ କେଉଁ ଠାରେ ବଦଳି ଯାଇଥାଏ, ସେ ନିଜେ ମଧ୍ୟ ଜାଣି ପାରି ନଥାଏ । ସମସ୍ତଙ୍କର ଏକ ସମୟ ଆସିଥାଏ ଯେଉଁ ସମୟରେ ଅତୀତରେ କରିଥିବା କଠିନ ପରିଶ୍ରମର ଫଳ ମିଳିଥାଏ । ନିକଟ ଅତୀତରେ UPSSC-2019 ପରୀକ୍ଷାର ଫଳାଫଳ ବାହାରିଛି । ଯେଉଁଥିରେ ଦେଶର ଅନେକ ପୁଅଝିଅ ପରୀକ୍ଷାରେ ସଫଳ ହୋଇ ବାଜି ମାରି ଦେଇଛନ୍ତି । ସେମାନଙ୍କର ଏହି ସଫଳତା ପରେ ନିଜର ପରିବାର, ପାଖ ପଡୋଶୀମାନେ ଖୁସି ଅଛନ୍ତି । ଏହି ସଫଳତା ପାଇଥିବା ପିଲାଙ୍କ ମଧ୍ୟରୁ ଜଣେ ଝିଅଙ୍କ କାହାଣୀ ବିଷୟରେ ଆମେ କହିବା ପାଇଁ ଯାଉଛୁ; ଯାହା ଶୁଣି ସାରିବା ପରେ ଆପଣଙ୍କ ହୃଦୟ ଖୁସିରେ ଭରିଯିବ । କର୍କଟ ପୀଡ଼ିତ ପିତାଙ୍କ ସ୍ୱପ୍ନକୁ ଏହି ଝିଅ ଜଣକ ପୁରଣ କରି ପିତାଙ୍କ ପରିଶ୍ରମକୁ ବ୍ୟର୍ଥ ହେବାକୁ ଦେଇ ନାହାଁନ୍ତି ।

କର୍କଟ ପୀଡ଼ିତ ବାପାଙ୍କ ସପ୍ନ ଝିଅ ପୂରଣ କରିଛନ୍ତି :

ପଞ୍ଜାବର ମୋଗାରେ ରହୁଥିବା ରିତିକା ଆଇଏଏସ୍ ପରୀକ୍ଷାରେ ୮୮ ତମ ସ୍ଥାନ ରଖିଛନ୍ତି । ପିତା ଲୁଧିଆନାର ଏକ ଡାକ୍ତରଖାନାରେ
କର୍କଟରେ ଚିକିତ୍ସିତ ହେଉଥିବା ସମୟରେ ରିତିକା ଏହି ସଫଳତା ପାଇଛନ୍ତି । ଯେତେବେଳେ ଦିନରାତି ପରିଶ୍ରମ କରି ପଢ଼ାପଢି କରୁଥିଲେ ସେହି ସମୟରେ ରିତିକା, ନିଜ ବାପା କର୍କଟରେ ପୀଡିତ ଅଛନ୍ତି ବୋଲି ଜାଣି ପାରିଥିଲେ । କିନ୍ତୁ ନିଜ ମନୋବଳକୁ ନ ଭାଙ୍ଗି ରିତିକା ପରୀକ୍ଷାରେ ଉତ୍ତୀର୍ଣ ହେବା ପାଇଁ ନିଜ ପ୍ରସ୍ତୁତି ଜାରି ରଖିଥିଲେ । ଯାହାର ଫଳ ବର୍ତ୍ତମାନ ସେ ପାଇଛନ୍ତି । ପରୀକ୍ଷା ପାଇଁ ପ୍ରସ୍ତୁତିରେ ସାହାଯ୍ୟ କରୁଥିବା ଶିକ୍ଷକ ଏମ୍.କେ.ଯାଦବ କହିଛନ୍ତି; ରିତିକା ପ୍ରଥମରୁ ହିଁ ପରୀକ୍ଷାରେ ସଫଳତା ପାଇବା ପାଇଁ ଲାଗି ପଡ଼ିଥିଲେ । ଦୁନିଆର ସମସ୍ତ ଜିନିଷରୁ ଦୁରେଇ ନିଜକୁ କେବଳ ପଢ଼ାପଢିରେ ବ୍ୟସ୍ତ ରଖି ଥିଲେ ରିତିକା ।

ରିତିକା ଦ୍ୱାଦଶ ପରୀକ୍ଷାରେ ଉଚ୍ଚସ୍ଥାନ ଅଧିକାର କରିଥିଲେ ଓ ସ୍ନାତକ ଦିଲ୍ଲୀ ୟୁନିଭରସିଟି ଶ୍ରୀରାମ କଲେଜରୁ ବାଣିଜ୍ୟ ଶେଷ କରିଥିଲେ ।ଏଠାରେ ମଧ୍ୟ ସେ ଉଚ୍ଚସ୍ଥାନ ଅଧିକାର କରିଥିଲେ । ସ୍ନାତକ ପରେ ରିଟିକାଙ୍କୁ ଭଲ ଚାକିରୀ ଖଣ୍ଡେ ମିଳିଥିଲା କିନ୍ତୁ ସେ ଚାକିରୀ କରିବା ପାଇଁ ମନା କରି ଦେଇଥିଲେ କାରଣ ସେ ଚାହୁଁଥିଲେ ଆଇଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ଆଇଏସ୍ ପରୀକ୍ଷାରେ ଉତ୍ତୀର୍ଣ ହେବା ସପ୍ନ ରିତିକାଙ୍କ ପିତା ଦେଖିଥିଲେ ଓ ପିତାଙ୍କ ସପ୍ନକୁ ରିତିକା ସାକାର କରିଥିଲେ । ପ୍ରଥମଥର ରିତିକା ଅସଫଳ ରହିଥିଲେ କିନ୍ତୁ ଦ୍ଵିତୀୟ ଥର ରିତିକା ୮୮ ତମ ସ୍ଥାନ ହାସଲ କରି ଉତ୍ତୀର୍ଣ ହୋଇଥିଲେ ।

ପିତାଙ୍କ ନିକଟତର ଅଟନ୍ତି ରିତିକା :

ଯେତେବେଳେ ରୀତିକାଙ୍କୁ ନିଜ ସଫଳତାର ଶ୍ରେୟ କାହାକୁ ଦେବେ ପଚରା ଯାଇଥିଲା, ସେହି ସମୟରେ ରିତିକା ବିନା କୌଣସି ସନ୍ଦେହରେ ନିଜ ପିତାଙ୍କ ନାମ ନେଇଥିଲେ । ରିତିକା ନିଜ ପିତାଙ୍କ ବହୁତ ନିକଟତର ଅଟନ୍ତି । ସେ ଏକ ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି କିନ୍ତୁ ପିତା କଦାପି କୌଣସି ଜିନିଷ ପାଇଁ ମନା କରିନାହାନ୍ତି । ବର୍ତ୍ତମାନ ରିତିକା ନିଜ ପିତାଙ୍କ ଚିକିତ୍ସା ଭଲ ରୂପେ କରିପାରିବେ ।