ବାପା ଝିଅର ରୁମରେ ସିସି ଟିବି କ୍ୟାମେରା ଲଗାଇଲେ, ତାପରେ ସାମ୍ନାକୁ ଆସିଲା ୧୦ମ ପଢ଼ୁଥିବା ଏକ ଛାତ୍ରୀର ଆଶ୍ଚର୍ଯ୍ୟଜନକ ଘଟଣା ।

Spread the love

ଘଟଣାଟି ଉତ୍ତର ପ୍ରଦେଶର ଅଟେ । ବ୍ୟବସାୟୀଙ୍କ ସିନ୍ଧୁକରୁ ସର୍ବଦା ଟଙ୍କା ଉଭେଇ ଯାଉଥିଲା । ଘରେ କେବଳ ତିନି ଜଣ ରହୁଥିଲେ, ପତି, ପତ୍ନୀ ଓ ସେମାନଙ୍କ ଝିଅ । ଚିନ୍ତିତ ବ୍ୟବସାୟୀ ନିଜ ପତ୍ନୀ ଏବଂ ଝିଅଙ୍କୁ ପଚାରିଥିଲେ କିନ୍ତୁ କିଛି ଜଣା ପଡିନଥିଲା । ବ୍ୟବସାୟୀ ନିଜ ଓକିଲ ସାଙ୍ଗଙ୍କୁ ଘଟଣା ବିଷୟରେ କହିଥିଲେ ଏବଂ ଓକିଲ ବ୍ୟବସାୟୀଙ୍କୁ କହିଥିଲେ, ଚୁପଚାପ ସିସି ଟିଭି କ୍ୟାମେରା ଲଗାଇବା ପାଇଁ ପରାମର୍ଶ ଦେଇଥିଲେ । ଘରେ ସିସି ଟିଭି ଲଗାଇବା ପରେ ଘଟଣାର ସତ୍ୟତା ଜଣା ପଡିଥିଲା, ଅସୁବିଧାରେ ପଡିଥିବା ଝିଅର ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା ।

ଝିଅ ହିଁ ବାହାର କରୁଥିଲା ସିନ୍ଧୁକରୁ ଟଙ୍କା :

ସିନ୍ଧୁକରୁ ବ୍ୟବସାୟୀଙ୍କ ଝିଅ ହିଁ ଟଙ୍କା ବାହାର କରୁଥିଲା । ଘଟଣା ସାମ୍ନାକୁ ଆସିବା ପରେ ଛାତ୍ରୀ ଜଣଙ୍କ ଦୁଃଖରେ କାନ୍ଦି ପରିଜନଙ୍କୁ କହିଥିଲା । ଛାତ୍ରୀ ଜଣଙ୍କ କହିଛି ସ୍କୁଲରେ ଦ୍ୱାଦଶର ଜଣେ ବାଳକ ଛାତ୍ରୀର ଭିଡ଼ିଓ କରି ନେଇଛି ଏବଂ ସେ ସୋସିଆଲ ମିଡିଆରେ ଭାଇରଲ କରିବା ପାଇଁ ଧମକୀ ମଧ୍ୟ ଦେଉଥିଲା । ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ନ କରିବା ପାଇଁ ଛାତ୍ରୀ ଠାରୁ ଟଙ୍କା ମାଗୁଥିଲା । ତେଣୁ ଛାତ୍ରୀ ଜଣଙ୍କ ଘରୁ ଟଙ୍କା ଚୋରି କରୁଥିଲେ । ଏହା ପରେ ବାରମ୍ବାର ପିଲାଟି ଛାତ୍ରୀଙ୍କୁ ବ୍ଲାକମେଲ କରୁଥିଲା ଏବଂ ଛାତ୍ରୀ ଜଣଙ୍କ ପିତାଙ୍କ ସିନ୍ଧୁକରୁ ଟଙ୍କା ଚୋରି କରି ତାକୁ ଦେଉଥିଲେ ।

୮ ଲକ୍ଷ ୩୫ ହଜାର ଟଙ୍କା ଚୋରି କରିଥିଲେ :

ପୋଲିସ ଅନୁସାରେ ବ୍ଲକମେଲିଙ୍ଗର ପ୍ରାରମ୍ଭ ୫୦ ହଜାରରୁ ହୋଇଥିଲା । ଏହାପରେ ଛାତ୍ରୀ ଦବାବରେ ଆସି ୨୫ ହଜାର ଏବଂ ୫୦ ହଜାର ରୂପେ ଟଙ୍କା ଦେଉଥିଲେ ।ଯେତେବେଳେ ସିନ୍ଧୁକରୁ ଟଙ୍କା ଖାଲି ହେବାରେ ଲାଗିଥିଲା, ସେହି ସମୟରେ ଘର ଲୋକଙ୍କୁ ଝଟକା ଲାଗିଥିଲା । ଘଟଣା ସିସି ଟିଭି ଲଗାଇବା ପରେ ସାମ୍ନାକୁ ଆସିଥିଲା ।ଥାନାର ସୂଚନା ଅନୁସାରେ ଆରୋପୀ ଛାତ୍ର କରେଳି ଥାନା କ୍ଷେତ୍ରର ସୁଲପୁର ଅଂଚଳର ଅଟେ । ବର୍ତ୍ତମାନ ପର୍ଯ୍ୟନ୍ତ ୮ ଲକ୍ଷ ୩୫ ହଜାର ଟଙ୍କା ହଡପ ହୋଇଛି ।

ଛାତ୍ର ଫେରାର ହୋଇଯାଇଛି ଏବଂ ପୋଲିସ ତାର ସନ୍ଧାନରେ ଲାଗି ପଡିଛି :

ଘଟଣାଟି ସାମ୍ନାକୁ ଆସିବା ପରେ ଝିଅଙ୍କ ସହ ବ୍ୟବସାୟୀ ଥାନାରେ ପହଞ୍ଚିଥିଲେ ଏବଂ ଛାତ୍ର ବିରୁଦ୍ଧରେ କେଶ ଦେଇଥିଲେ । ଯାହାପରେ ଆରୋପୀ ଛାତ୍ର ବିରୁଦ୍ଧରେ ଏଫ୍.ଆଇ.ଆର୍ ଦର୍ଜ କରାଯାଇଛି । ପୋଲିସ ଛାତ୍ରକୁ ଗିରଫ କରିବା ପାଇଁ ଚେଷ୍ଠା କରିଛି କିନ୍ତୁ ଛାତ୍ର ଜଣଙ୍କ ଫେରାର ହୋଇଯାଇଛି । ପୋଲିସ କହିଛି; ଘଟଣାର ଯାଞ୍ଚ ଚାଲିଛି । ଛାତ୍ରୀଙ୍କ ପରିଜନ ବଦନାମୀ ଭୟରେ ନିଜର ପରିଚୟ ସାମ୍ନାକୁ ଆଣିବା ପାଇଁ ମନା କରିଛନ୍ତି । ଆମ ସୂଚନା ଅନୁସାରେ ଛାତ୍ର ଜଣଙ୍କ ଫେରାର ହୋଇଯାଇଛି ଏବଂ ତାକୁ ଧରିବା ପରେ ସବୁ ଘଟଣା ସାମ୍ନାକୁ ଆସିବ ।