ପେଟ୍ରୋଲ ପମ୍ପରେ କାର୍ଯ୍ୟ କରୁଥିବା ପିଲାଟି ନିଜ କଠୋର ପରିଶ୍ରମ ଫଳରେ କଲେକ୍ଟର ହୋଇ ନିଜ ବାପାଙ୍କ ନା ଉଚ୍ଚା କରିଛି ।

Spread the love

ପୁଅକୁ ଅଫିସର କରିବା ପାଇଁ ବାପା ଘର ବିକି ଦେଇଥିଲେ । ବର୍ତ୍ତମାନ ପୁଅ କଲେକ୍ଟର ହୋଇ ବାପାଙ୍କ ସପ୍ନ ପୁରା କରିଛି ।

ମଧ୍ୟପ୍ରଦେଶର ପ୍ରଦୀପ ସିଂ ଅନେକ କଷ୍ଟରେ ମଧ୍ୟ ନିଜ କଠିନ ପରିଶ୍ରମ ଫଳରେ ସଫଳତା ପାଇଛନ୍ତି । ଗୋଟିଏ ସାଧାରଣ ପରିବାରରୁ ଆସିଥିବା ପ୍ରଦୀପ ସିଂ ଏହି ବର୍ଷ ସଂଘ ଲୋକସେବା ଆୟୋଗ (ୟୁପିଏସସି) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୯୩ ତମ ସ୍ଥାନ ଅଧିକାର କରିଛନ୍ତି । ପ୍ରଦୀପଙ୍କ ଏହି ସଫଳତା ପଛରେ ପ୍ରଦୀପଙ୍କ ପିତାଙ୍କ ହାତର ରହିଛି । ପିତାଙ୍କୁ ନିଜ ପୁଅ ଉପରେ ବହୁତ ଭରସା ଥିଲା ଓ ନିଜ ପୁଅକୁ ଅଫିସର ବନେଇବା ସପ୍ନ ପୂରଣ କରିବା ପାଇଁ ପିତା ବହୁତ ଗୁଡିଏ ବଳିଦାନ ଦେଇଛନ୍ତି ।

ପେଟ୍ରୋଲ ପମ୍ପରେ କାମ କରୁଥିଲେ :

ଇନ୍ଦୋରରେ ରହୁଥିବା ପ୍ରଦୀପଙ୍କ ପିତା ପେଟ୍ରୋଲ ପମ୍ପରେ କାର୍ଯ୍ୟ କରୁଥିଲେ, ଯାହାଫଳରେ ପିତାଙ୍କ ଆର୍ଥିକ ଅବସ୍ଥା ବିଶେଷ ଭଲ ନ ଥିଲା । ତେଣୁ ନିଜ ପୁଅକୁ କୌଣସି କୋଚିଂରେ ଦାଖଲ କରି ପାରିନଥିଲେ । କିନ୍ତୁ ପିତା ମୋନଜ ସିଂ ନିଜ ପୁଅର ସପ୍ନ ପୁରଣ କରିବା ପାଇଁ ନିଜ ଘର ବିକି ଦେଇଥିଲେ ଓ ଘର ବିକି ମିଳିଥିବା ଟଙ୍କାକୁ ପ୍ରଦୀପଙ୍କ ପଢ଼ାପଢିରେ ଲଗେଇ ଦେଇଥିଲେ । ପ୍ରଦୀପ ଦିଲ୍ଲୀରେ କୋଚିଂ ନେବା ପାଇଁ ଚାହୁଁଥିଲେ ଓ ଏହା କରିବା ପାଇଁ ପ୍ରଦୀପଙ୍କୁ ଟଙ୍କା ଦରକାର ପଡୁଥିଲା । ଯେତେବେଳେ ପିତାଙ୍କୁ ଏହି ବିଷୟ ଜଣାପଡିଥିଲା, ମୋନଜ ସିଂ ଘର ବିକି ଦେଇ ପରିବାର ସହ ଭଡ଼ା ଘରେ ରହିବାରେ ଲାଗିଲେ । ପ୍ରଦୀପଙ୍କ ପଢ଼ାପଢିରେ କୌଣସି ଅସୁବିଧା ନ ଆସିବା ପାଇଁ ପ୍ରଦୀପଙ୍କ ମାଆ ନିଜ ଗହଣାକୁ ମଧ୍ୟ ବିକି ଦେଇଥିଲେ ।

ବର୍ଷ ୨୦୧୭ରେ କୋଚିଂ ଆରମ୍ଭ କରିଥିଲେ :

ଘର ବିକିବା ପରେ ପ୍ରଦୀପ ଦିଲ୍ଲୀ ଆସି କୋଚିଂ ଆରମ୍ଭ କରିଥିଲେ ଓ ୨୦୧୭ରୁ ଦିଲ୍ଲୀରେ ରହି ୟୁପିଏସସି ପାଇଁ ପ୍ରସ୍ତୁତି ଚଲେଇ ଥିଲେ । ଏହି ବର୍ଷ ସଫଳତା ମିଳିଛି ଓ ପ୍ରଦୀପ ଏହି ପରୀକ୍ଷାରେ ୯୩ ତମ ସ୍ଥାନ ଅଧିକାର କରିଛନ୍ତି । ଏହି ରେଙ୍କ୍ ହାସଲ କରିବା ପରେ କଲେକ୍ଟର ହୋଇ, ନିଜ ପିତାମାତାଙ୍କ ବଳିଦାନକୁ ବ୍ୟର୍ଥ କରି ନାହାଁନ୍ତି । ପ୍ରଦୀପ କହିଛନ୍ତି; ସେ ଜୀବନରେ ବହୁତ ସଂଘର୍ଷ କରିଛନ୍ତି ।

୨୨ ବର୍ଷୀୟ ପ୍ରଦୀପ ଇନ୍ଦୋରର ଡିଏବିବିରୁ ନିଜର ଶିକ୍ଷା ସମାପ୍ତ କରିଛନ୍ତି ଓ ସେ ଆଇଆଇପିଏସ୍ ରୁ ବାଣିଜ୍ୟ (ବିକୋମ୍) ଶେଷ କରିଛନ୍ତି । ପ୍ରଦୀପଙ୍କ ସ୍ଵପ୍ନ ହେଉଛି ଭବିଷ୍ୟତରେ ସେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରିବେ । ଶୁକ୍ରବାର ଦିନ ସିଭିଲ ସର୍ଭିସ ପରୀକ୍ଷା ଫଳ ବାହାରିଥିଲା ଓ ଏଥିରେ ମୋଟ ୭୫୯ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ୫୭୭ ଜଣ ପୁରୁଷ ଓ ୧୮୨ ଜଣ ମହିଳା ଉତ୍ତୀର୍ଣ୍ଣ ହୋଇଛନ୍ତି ।

ବର୍ଷ ୨୦୧୮ ଜୁନ୍ ମାସରେ ଏହି ପରୀକ୍ଷା ହୋଇଥିଲା ଓ ଏହି ପରୀକ୍ଷାରେ ୪୯୩୯୭୨ ଜଣ ପରୀକ୍ଷା ଦେଇଥିଲେ । ସେଥିରୁ ୧୦୪୬୮ ଜଣ ଲିଖିତ ପରୀକ୍ଷା ପାଇଁ ବଛା ହୋଇଥିଲେ । ଲିଖିତ ପରୀକ୍ଷା ପରେ ମୋଟ ୧୯୯୪ ଜଣ ସାକ୍ଷାତକାରରେ ଭାଗ ନେବା ପାଇଁ ବଛା ହୋଇଥିଲେ । ସାକ୍ଷାତକାରରେ କେବଳ ୭୫୯ ଜଣ ହିଁ ସଫଳ ହୋଇଥିଲେ । ଏହି ପରୀକ୍ଷାରେ କନିଷ୍କ କଟାରୀୟା ଶୀର୍ଷ ସ୍ଥାନ ହାସଲ କରିଛନ୍ତି । କନିଷ୍କ କଟାରିୟା ବମ୍ବେ ଆଇଆଇଟିରୁ ବି.ଟେକ୍ ଶେଷ କରିଛନ୍ତି ।