୪ଜଣ ପତ୍ନୀ ଥିବା ଶଶୁର କଲେ ବୋହୂଙ୍କର ବଳତ୍କାର ! ଏହିପରି ଭାବରେ ନିଜ ବୋହୂକୁ କଲେ ନିଜ ଲାଳସାର ଶିକାର ।

Spread the love

ଗୋଟେ ବୋହୂ ନିଜ ଶଶୁରଙ୍କ ନାମରେ ଦୁଷ୍କର୍ମର ଅଭିଯୋଗ କରିଛନ୍ତି । ବୋହୂଙ୍କ କହିବା ଅନୁସାରେ ଶଶୁର ୪ ଜଣଙ୍କୁ ବିବାହ କରିଛନ୍ତି କିନ୍ତୁ ତଥାପି ତାଙ୍କ ଯୋୖନ ଭୋକ ମେଣ୍ଟିଲା ନାହିଁ । ଶଶୁର ତାଙ୍କ ପିଠିରେ ସାବୁନ ଲଗେଇ ଦେବା ପାଇଁ ତାଙ୍କୁ ଡାକିଲେ ଏବଂ ସେଠାରେ ତାଙ୍କର (ବୋହୂଙ୍କର) ବଳତ୍କାର କରିଥିଲେ । ବର୍ତ୍ତମାନ ବୋହୂଟି ନ୍ୟାୟ ଭିକ୍ଷାକରି ପୋଲିସଙ୍କ ଅନୁସରଣ ହୋଇଛି । ଏହି ଚାଞ୍ଚଲ୍ୟକର ଘଟଣାଟି ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲାର ଅଟେ ।

ଆଜମଗଡ଼ର ମୁବାରକପୁର ଥାନାରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଗୋଟେ ବୋହୂ ନିଜ ଶଶୁରଙ୍କ ଉପରେ ବଳାତ୍କାରର ଅଭିଯୋଗ ଲଗେଇଛନ୍ତି । ଯେତେବେଳେ କି ଶଶୁର ୪ଟି ବିବାହ କରିସାରିଛନ୍ତି । ବର୍ତ୍ତମାନ ପୀଡ଼ିତା ଜଣକ ଏସ୍ପିଙ୍କ ନିକଟରେ ପହଞ୍ଚି ନିଜ ଶଶୁରଙ୍କ ଠାରୁ ନିର୍ଯ୍ୟାତିତ ହେବାର କଥା କହିଛନ୍ତି ।

ପୀଡିତାଙ୍କୁ, ତାଙ୍କ ଶଶୁର ପିଠିରେ ସାବୁନ ଲଗେଇ ଦେବା ପାଇଁ ବାଥରୁମକୁ ଡାକିଥିଲେ । ଯେତେବେଳେ ପୀଡିତା ସେଠାରେ ପହଁଚିଲେ ତ ତାଙ୍କୁ ନିଜ ହବସର ଶିକାର କରିଥିଲେ ।

ହାହାକାରର ଶବ୍ଦ ଶୁଣି ପରିବାର ଲୋକେ ଏକାଠି ହେଲେ ତ ସେମାନେ ବୋହୂଙ୍କ ଉପରେ ପ୍ରତାରଣାର ପାଲଟା ଅଭିଯୋଗ ଲଗାଇଲେ ଏବଂ ତାଙ୍କୁ ଗୋଟିଏ କୋଠରି ଭିତରେ ବନ୍ଦ କରିଦେଲେ ।

ବହୁତ ସମୟ ପରେ ବୋହୂ ନିଜ ପରିବାର ଲୋକଙ୍କୁ ଜଣେଇ ଥିଲେ ଏବଂ ୧୦୦ ନମ୍ବରରେ ଫୋନ କରି ପୋଲିସକୁ ଡାକିଲେ । ଏହାପରେ ତାଙ୍କୁ ଆବଦ୍ଧ କୋଠରିରୁ ବାହାର କରାଯାଇଥିଲା । ଘଟଣାର ହାହାକାର ଚାରିଆଡେ ପ୍ରସାରିତ ହୋଇଗଲା, ଶାଶୁଘର ପରିବାର ଲୋକେ ଏହି ଘଟଣାଟିକୁ ଦବାଇ ଦେବା ପାଇଁ ପ୍ରୟାସ କଲେ କିନ୍ତୁ ବୋହୂଟି କାହାରି କଥା ଶୁଣିଲେ ନାହିଁ । ସେ ସିଧା ପୋଲିସଙ୍କ ନିକଟରେ ପହଞ୍ଚିଗଲେ । ପୋଲିସ ଏହି ଘଟଣାର ଗମ୍ଭୀରତାକୁ ଆଖି ଆଗରେ ରଖି ଦୁଷକର୍ମୀ ଶଶୁରଙ୍କ ନାମରେ ମକଦ୍ଦମା ରଜ୍ଜୁ କଲେ ।