ପିତା ନିଜର ଝିଅ ଉପରେ ହିଁ ଫିଙ୍ଗିଥିଲେ ଏସିଡ୍, ମୁଣ୍ଡ ଉପରେ କାହାର ହାତ ନଥିଲା ପରେ ବି ହାସଲ କରିଛନ୍ତି ସଫଳତା ।

Spread the love

ନୂଆଦିଲ୍ଲୀ : ଆମେ ଦେଶର ମହିଳାଙ୍କ ସମ୍ମାନ ପାଇଁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର କଥା କହିଥାଉ । କିନ୍ତୁ ଯେତେବେଳେ କରିବାର ସମୟ ଆସିଥାଏ ସମସ୍ତେ ପଛକୁ ହଟିଯାନ୍ତି । ଆଜିର ଯୁଗରେ ଝିଅମାନେ କୌଣସି ବି କ୍ଷେତ୍ରରେ କମ ନାହାଁନ୍ତି । ଘରର କାର୍ଯ ଓ ବାହାରର କାର୍ଯ୍ୟଭାର ଖୁବ୍ ଭଲଭାବରେ ଝିଅମାନେ ସମ୍ଭାଳିଥାନ୍ତି । ଏତେସବୁ ହେଲାପରେ ବି ସମାଜରେ କିଛି ଏପରି ଲୋକ ରହିଥାନ୍ତି, ଯେଉଁମାନେ ଝିଅକୁ ବୋଝ ବୋଲି ଭାବନ୍ତି ।

ଗୋଟିଏ ପିଲା ସବୁଠୁ ଅଧିକ ସୁରକ୍ଷିତ ନିଜ ଘରେ ଥାଏ । କିନ୍ତୁ ଆଜି ଆମେ ଯେଉଁ ଝିଅ ବିଷୟରେ ଆପଣମାନଙ୍କୁ କହିବାକୁ ଯାଉଛୁ ତାଙ୍କ ପାଇଁ ତାଙ୍କର ନିଜ ଘର ଅସୁରକ୍ଷିତ ସାବ୍ୟସ୍ତ ହୋଇଛି । ଆମେ ଏଠାରେ ଅନମୋଲ ରାଡ଼ଗ୍ରୀଜଙ୍କ ବିଷୟରେ କହୁଛୁ, ଯିଏ ମୁମ୍ବାଇରେ ବାସିନ୍ଦା ଅଟନ୍ତି ।

ଅନମୋଲ ଯେବେ ଜନ୍ମ ହେଲେ ତାଙ୍କ ପରିବାରରେ କେହି ବି ଖୁସି ନଥିଲେ । ଅନମୋଲ କିଛି ମାସର ହୋଇଥିଲେ ଯେତେବେଳେ ତାଙ୍କ ସହ ଏକ ବଡ଼ ଦୁର୍ଘଟଣା ଘଟିଥିଲା । ଗୋଟିଏ ଦିନ ଦ୍ୱିପହରେ ଅନମୋଲଙ୍କ ମାଆ ତାଙ୍କୁ କୋଳରେ ଧରି କ୍ଷୀର ପିଆଉଥିଲେ । ଅନମୋଲଙ୍କ ବାପା ଝିଅର ଜନ୍ମ ଯୋଗୁ ବହୁତ ରାଗରେ ଥିଲେ ଓ ରାଗରେ ଆସି ସେ ଅନମୋଲଙ୍କ ମାଆଙ୍କ ଉପରେ ଏସିଡ୍ ଫୋପାଡ଼ି ଦେଇଥିଲେ ।

ଅନମୋଲଙ୍କ ମାଆ ତୁରନ୍ତ ନିଜ ଝିଅର ଚେହେରା ଢାଙ୍କି ଦେଇଥିଲେ, କିନ୍ତୁ ନିଜକୁ ବଞ୍ଚାଇବାରେ ସେ ଅସଫଳ ରହିଲେ । ଅନମୋଲଙ୍କ ପିତାଙ୍କୁ ଜେଲ୍ ହୋଇଗଲା । ସମ୍ପର୍କୀୟମାନେ କିଛି ଦିନ ପର୍ଯ୍ୟନ୍ତ ଚିକିତ୍ସା କଲେ, କିନ୍ତୁ ପରେ ସେମାନଙ୍କ ଦ୍ୱାରା ମଧ୍ୟ ବୋଝ ଉଠାଇ ହେଲା ନାହିଁ । ମୁମ୍ବାଇର ଏକ ଅନାଥ ଆଶ୍ରମରେ ଅନମୋଲ ବଢ଼ିଛନ୍ତି ।

ଆଜି ଅନମୋଲ ଫ୍ୟାସନର ଦୁନିଆରେ ଏକ ବଡ଼ ହସ୍ତୀ ଅଟନ୍ତି । ତାଙ୍କ ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଲୋକ ଫୋଲର୍ସ ଅଛନ୍ତି । କିନ୍ତୁ ଏହି ସବୁକିଛି ଏତେ ସହଜ ନଥିଲା । ବହୁତ ସଙ୍ଘର୍ଷ କରିବା ପରେ ସେ ଏକାକୀ ନିଜ ଆତ୍ମବିଶ୍ୱାସ ବଳରେ ଏହି ସଫଳତାକୁ ହାସଲ କରିଛନ୍ତି ।

ୟୁଟ୍ୟୁବରେ, ସେ ଏକ ସର୍ଟ ଫିଲ୍ମରେ ମଧ୍ୟ କାମ କରି ସାରିଛନ୍ତି, ଯାହାକୁ ଲୋକ ମାନେ ଖୁବ୍ ପସନ୍ଦ କରିଛନ୍ତି । ସତରେ ଅନମୋଲଙ୍କ ଏହି ସାହସ କିଛି କରି ଦେଖାଇବାର ବାସ୍ତବରେ ପ୍ରଶଂସା ଯୋଗ୍ୟ ଅଟେ ।

ଅନମୋଲ ପ୍ରମାଣ କରିଛନ୍ତି ଯେ ଯଦି ଲକ୍ଷ୍ୟ ଠିକ ଅଛି ତେବେ ବଡ଼ ରୁ ବଡ଼ ବାଧା ମଧ୍ୟ ରାସ୍ତା ରୁ ହଟିଯିବ।