ଝିଅ ସୁନିଧି ଚୌହାନଙ୍କୁ ଗାୟିକା କରିବା ପାଇଁ ବାପା ଛାଡିଦେଲେ ନିଜର ଚାକିରୀ ।

Spread the love

ଟିଭିର ଲୋକପ୍ରିୟ ଶୋ’ କପିଲ ଶର୍ମା ଲୋକମାନଙ୍କୁ ଅଧିକ ପସନ୍ଦ ଆସୁଛି । ପ୍ରତିଥର ଏହି ଶୋ’ରେ ନୂଆଁନୂଆଁ ଅତିଥି ନଜରକୁ ଆସୁଛନ୍ତି । ଏହିଥର କପିଲ ଶର୍ମା ଶୋ’ରେ ଜଣାଶୁଣା ବଲିଉଡର ସଙ୍ଗୀତକାର ସୁନିଧି ଚୌହାନ ଆସିଥିଲେ । ତାଙ୍କ ସହ ଅଭିନେତା ସଞ୍ଜୟ ସୁରି ଏବଂ ଦିବ୍ୟା ଦତ୍ତ ମଧ୍ୟ ନଜରକୁ ଆସିଥିଲେ । ଏହି ତିନି ଜଣ ସହ କପିଲଙ୍କ ପୁରା ଟିମ ବହୁତ ଖୁସି ମାନଇଥିବା ନଜରକୁ ଆସିଛି ।

କପିଲ ଶର୍ମା ଶୋ’ରେ ପ୍ରସିଦ୍ଧ ସଙ୍ଗୀତକାର ସୁନିଧି ଚୌହାନ ଅତିଥି ହୋଇ ପହଂଚିଲେ । ଶୋ’ରେ ତାଙ୍କ ସାଥିରେ ଅଭିନେତା ସଞ୍ଜୟ ସୁରି ଏବଂ ଦିବ୍ୟା ଦତ୍ତା ପହଂଚିଥିଲେ । ସେମାନେ ନିଜର ଫିଲ୍ମର ପ୍ରମୋସନ ପାଇଁ ଶୋ’କୁ ଆସିଥିଲେ । ସଞ୍ଜୟ ଏବଂ ଦିବ୍ୟା ଦୁହେଁ ଫିଲ୍ମ ସହ ଜଡିତ ଅନେକ କଥା କହିଲେ । ସେହି ଶୋ’ରେ ଅର୍ଚ୍ଚନା ପୁରାଣ ସିଂ ସୁନିଧିଙ୍କର ସଙ୍ଘର୍ଷ ବିଷୟରେ କହିଥିଲେ ।

ଅର୍ଚ୍ଚନା କହିଥିଲେ ଯେ, ସୁନିଧିକୁ ସଙ୍ଗୀତକାର କରିବା ପାଇଁ ତାଙ୍କ ବାପା ନିଜର ଚାକିରୀ ମଧ୍ୟ ଛାଡ଼ି ଦେଇଥିଲେ । ସୁନିଧିଙ୍କ ସହ ସେ ମଧ୍ୟ ଅଧିକ ସଂଘର୍ଷ କରିଥିଲେ । ସେ କହିଲେ ଯେ ସୁନିଧିଙ୍କ ବାପା ଦୁଷ୍ମନ୍ତ ଚୌହାନ ନିଜର ଚାକିରୀ ଛାଡି ଝିଅକୁ ନେଇ ମୁମ୍ବାଇ ଆସି ଯାଇଥିଲେ, କାରଣ ସେ ଗାୟିକା ହୋଇ ନିଜର ସପ୍ନକୁ ଶାକର କରିପାରିବ ।

ସେ କହିଥିଲେ ଯେ, ସୁନିଧିଙ୍କ ବାପା ଅଧିକ ସହଯୋଗ ଦେଇଥିଲେ, ଯେଉଁଥି କାରଣରୁ ସେ ଜଣେ ସଫଳ ଗାୟିକା ହୋଇ ସଫଳତା ପାଇପାରିଥିଲେ । ଅର୍ଚ୍ଚନା ଆହୁରି ମଧ୍ୟ କହିଥିଲେ ଯେ ମୁଁ ଯେତେବେଳେ ସଙ୍ଗୀତ ଶୋ’ରେ ଜର୍ଜ ହୋଇଥିଲି, ସେତେବେଳେ ସୁନିଧି ଯୁବତୀ ଥିଲେ । ସେ ସମୟରେ ମୁଁ ସୁନିଧିଙ୍କ ଆଙ୍ଗୁଠି ଧରି ତାଙ୍କୁ ଷ୍ଟେଜ ଉପରକୁ ଆଣି ଦେଉଥିଲି । କହିବା ପାଇଁ ଚାହୁଁଛୁ ସୁନିଧି ଚୌହାନ ଆଜିର ସମୟରେ ବଲିଉଡର ପ୍ରସିଦ୍ଧ ଗାୟିକାମାନଙ୍କ ମଧ୍ୟରୁ ଜଣେ । ସେ ଅନେକ ପ୍ରସିଦ୍ଧ ଗୀତ ଗାଇଛନ୍ତି ଯାହା ଆଜି ମଧ୍ୟ ଲୋକମାନେ ପସନ୍ଦ କରିଆସୁଛନ୍ତି ।