ପିତା ବଲିଉଡ଼ର ସୁପରଷ୍ଟାର୍ ଏବଂ ମୁଣ୍ଡ ଉପରେ ଗୋଡ୍ ଫାଦରଙ୍କ ହାତ ତଥାପି ଫ୍ଲୋପ୍ ହୋଇଛନ୍ତି ଏହି ଷ୍ଟାର କିଡ୍ !

Spread the love

ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ବଲିଉଡ଼ରେ ବଂଶଗତ ପକ୍ଷପାତର ନିଆଁ ପୁଣିଥରେ ଜଳିଛି । ବଲିଉଡ଼ ଠାରୁ ଆରମ୍ଭ କରି ଫ୍ୟାନମାନଙ୍କ ପର୍ଯ୍ୟନ୍ତ ଇଣ୍ଡଷ୍ଟ୍ରିରେ ହେଉଥିବା ଭେଦଭାବ ଉପରେ ଖୋଲାଖୋଲି ଭାବରେ ମତ ରଖାଯାଇଛି । ସୁଶାନ୍ତଙ୍କ ସମ୍ପର୍କୀୟଙ୍କ କହିବା କଥା ଯେ ସେ ଜଣେ ବାହାର ଲୋକ ଥିଲେ ଏବଂ ଏହି କାରଣରୁ ଇଣ୍ଡଷ୍ଟ୍ରିରେ ତାଙ୍କୁ ଇଜ୍ଜତ ମିଳୁନଥିଲା । ଏମିତିକି ତାଙ୍କ ହାତରୁ ୬ଟି ପ୍ରୋଜେକ୍ଟ ଛଡ଼ାଇ ନିଆଯାଇଥିଲା ଯେଉଁ କାରଣରୁ ସୁଶାନ୍ତ ମାନସିକ ଚିନ୍ତାଗ୍ରସ୍ତ ହୋଇଥିଲେ । ବଲିଉଡ଼ ଷ୍ଟାର ମାନଙ୍କର ଏହି କଥା ସତ ଲାଗୁଛି କାରଣ ଇଣ୍ଡଷ୍ଟ୍ରିରେ ଯେଉଁଭଳି ଷ୍ଟାର କିଡ଼ଙ୍କର ବୃଦ୍ଧି ହେଉଛି ତାହା ଏହି କଥାକୁ ଆହୁରି ସୁନିଶ୍ଚିତ କରୁଛି । ହୁଏତ ଷ୍ଟାର କିଡଡ୍ ଏବଂ ଗୋଡ୍ ଫାଦର ସାଥୀରେ ରହିବା ସତ୍ୱେ ମଧ୍ୟ କିଛି ଏପରି ଷ୍ଟାର ଅଛନ୍ତି ଯେଉଁମାନେ ଅଧିକ ପ୍ରସିଦ୍ଧ ହୋଇନାହାଁନ୍ତି ।

ଅଭିଷେକ ବଚ୍ଚନ :-

newstrend

ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଲିଉଡ଼ର ଜଣେ ଏପରି ଷ୍ଟାର ଅଟନ୍ତି ଯାହାଙ୍କୁ ଅନେକ ଫିଲ୍ମ ମିଳିଥିଲା କିନ୍ତୁ ସେପରି ନାମ ମିଳିପାରି ନଥିଲା ଯାହା ସେମାନଙ୍କ ପିତାଙ୍କ ପାଖରେ ଅଛି । ଅଭିଷେକ ଯେତେବେଳେ ଫିଲ୍ମ ଦୁନିଆରେ ଏଣ୍ଟ୍ରି କରିଥିଲେ ତାଙ୍କର ହାବ ଭାବ ଚାଲି ଚଳଣ ସମ୍ପୂର୍ଣ୍ଣ ଭାବରେ ତାଙ୍କ ବାପାଙ୍କ ଭଳି ଥିଲା । ଫ୍ୟାନମାନଙ୍କୁ ଅଭିଷେକ ପସନ୍ଦ ଆସିନଥିଲା । କିନ୍ତୁ ମହାନାୟକଙ୍କ ପୁଅ ହେବା କାରଣରୁ ଅଭିଷେକଙ୍କୁ ସବୁବେଳେ ଫିଲ୍ମ ଅଫର ହେଉଥିଲା, କିନ୍ତୁ ସେ ବର୍ତ୍ତମାନ ସଫଳ ହିରୋ ଭାବରେ ନିଜକୁ ସ୍ଥାପିତ କରି ପାରିନାହାଁନ୍ତି ।

ତୁଷାର କପୂର :-

newstrend

ବଲିଉଡ଼ର ହିଟ୍ ଅଭିନେତା ଜିତେନ୍ଦ୍ରଙ୍କ ପୁଅ ତୁଷାରଙ୍କୁ ମଧ୍ୟ ଫିଲ୍ମରେ କାମ ମିଳିବାରେ କୌଣସି ଅସୁବିଧା ହୋଇନଥିଲା । କିନ୍ତୁ ତୁଷାର କପୂରଙ୍କ ଫିଲ୍ମ ଅଧିକ ଚାଲିନଥିଲା । ଜଣେ ହୀରୋ ହିସାବରେ ତୁଷାର କେବେ ମଧ୍ୟ ଲୋକଙ୍କୁ ଠିକ୍ ଲାଗିନାହାଁନ୍ତି । ତୁଷାର ଜଣେ ସାଇଡ଼ ଆକ୍ଟର ଭାବରେ ଫିଲ୍ମ ଗୋଲମାଲ୍ ପର୍ଯ୍ୟନ୍ତ ହିଁ ସାମିଲ ହୋଇଛନ୍ତି । ହୁଏତ ଏକ ଷ୍ଟାର କିଡ୍ ହୋଇଥିବା କାରଣରୁ ସେ ଫ୍ଲୋପ୍ ହେବା ପରେ ମଧ୍ୟ ତାଙ୍କୁ ଫିଲ୍ମ ମିଳୁଥିଲା ।

ଉଦୟ ଚୋପଡ଼ା :-

newstrend

ପ୍ରସିଦ୍ଧ ଫିଲ୍ମ ଅଭିନେତାଙ୍କ ପୁଅ ଉଦୟ ଚୋପଡ଼ା ଫିଲ୍ମ ମୋହବତେ ଠାରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ କିନ୍ତୁ ସେ ହୀରୋ ଭାବରେ ଲୋକପ୍ରିୟ ହୋଇ ପାରିନଥିଲେ । ତାଙ୍କ ଭାଇ ଫିଲ୍ମ ନିର୍ମାଣ ବିଜନେସରେ ହିଟ୍ ରହିଛନ୍ତି କିନ୍ତୁ ଉଦୟ ଚୋପଡ଼ା ହିରୋ ହୋଇ ପାରିନଥିଲେ ଏବଂ କେବଳ ସାଇଡ଼ ରୋଲ କରିବାରେ ନଜର ଆସନ୍ତି। ।

ହରମନ୍ ବାୱେଜା :-

newstrend

ନିର୍ଦେଶକ ହେରୀ ବାୱେଜାଙ୍କ ପୁଅ ହରମନ୍ ବାୱେଜା ଯେତେବେଳେ ଲୋକଙ୍କ ସାମ୍ନାରେ ଆସିଲେ ସେତେବେଳେ ତାଙ୍କର ତୁଳନା ହ୍ରୀତିକ୍ ରୋଶନଙ୍କ ସହିତ କରାଯାଇଥିଲା । କିନ୍ତୁ ହରମନ୍ ପ୍ରଥମ ଫିଲ୍ମରୁ ହିଁ ଫ୍ଲୋପ୍ ହୋଇଯାଇଥିଲେ । ହରମନ୍ ଫିଲ୍ମ ଲୋଭ୍ ଷ୍ଟୋରୀରୁ ଡେବ୍ୟୁ କରିଥିଲେ କିନ୍ତୁ ତାଙ୍କ କ୍ୟାରିଅର ଚାଲିପାରିନଥିଲା । କିଛି ଦିନ ପୂର୍ବରୁ ହରମନଙ୍କ ଫୋଟ ଖୁବ୍ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଖୁବ୍ ମୋଟା ନଜର ଆସିଛନ୍ତି । ଏହାପରେ ହରମନ୍ ସବୁଦିନ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରି ତ୍ୟାଗ ଦେଇଥିଲେ ।

ସୋହେଲ ଖାନ୍ :-

newstrend

ବଲିଉଡ଼ର ପ୍ରସିଦ୍ଧ ଲେଖକ ସଲୀମ୍ ଖାନଙ୍କ ପୁଅ ଏବଂ ସଲମାନ ଖାନଙ୍କ ଭାଇ ସୋହେଲ ଖାନ୍ ମଧ୍ୟ ଷ୍ଟାର କିଡ୍ ହେବା ସତ୍ୱେ ମଧ୍ୟ କୌଣସି ବଡ଼ କିଛି କରି ପାରି ନଥିଲେ । ସୋହେଲ ଖାନ୍ ବଲିଉଡ଼ରେ ଯେତେବେଳେ ଏଣ୍ଟ୍ରି କରିଥିଲେ, ଫ୍ୟାନମାନଙ୍କୁ ସେ ପ୍ରାୟ ଏତେ ପସନ୍ଦ ଆସିନଥିଲେ । ଏହାପରେ ସୋହେଲ ଖାନ୍ ଫିଲ୍ମ ନିର୍ଦେଶକ ହୋଇଗଲେ । ସେ ସଲମାନଙ୍କୁ ନେଇ ଫିଲ୍ମ ବନେଇଲେ ଏବଂ ଯାହାକି ପୁରାପୁରି ଫ୍ଲୋପ୍ ହୋଇଥିଲା ।

ଫରଦୀନ୍ ଖାନ୍ :-

newstrend

ଫିରୋଜ ଖାନଙ୍କ ପୁଅ ଫରଦୀନ୍ ଖାନ୍ ମଧ୍ୟ ବଲିଉଡ଼ରେ ନାମ କରିପାରି ନଥିଲେ । ଯେଉଁଠି ତାଙ୍କ ବାପା ବଡ଼ ପରଦାରେ ଜଣେ ପ୍ରସିଦ୍ଧ ଷ୍ଟାର ଥିଲେ । ଏବଂ ଫରଦୀନଙ୍କ ଫ୍ଲୋପ-ପ୍ ଫିଲ୍ମ କାରଣରୁ ସେ ବଲିଉଡ଼ ଠାରୁ ଦୂରେଇ ଯାଇଥିଲେ । ଅନେକ ଫିଲ୍ମ କରିବା ପରେ ମଧ୍ୟ ଫରଦୀନ୍ କେବେ ହିଟ୍ ହୋଇନଥିଲେ ଏବଂ ଆଜିକାଲି ସେ ଲାଇମଲାଇଟ ଠାରୁ ଦୂରରେ ଲଣ୍ଡନରେ ସମୟ ବିତାଉଛନ୍ତି ।