ଏହି କୃଷକ ଭାଇ ମାତ୍ର 70 ଦିନରେ ରୋଜଗାର କରିଥାନ୍ତି 21 ଲକ୍ଷ ଟଙ୍କା, ଚାଷର ଟେକ୍ନିକ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Spread the love

ଆପଣ ଗୋଟେ ଲୋକକଥା ଶୁଣି ଥିବେ ଯେ “ଏକ ରୁ ଏକୋଇଶ ହେବା” ଏହାର ମାନେ ଦିନ ରାତି ଉନ୍ନତି କରିବା । କିଛି ଲୋକଙ୍କ ପାଇଁ ଏହା ହୁଏତ ଗୋଟେ ମଜା କଥା ହୋଇ ପାରେ କିନ୍ତୁ ଖେତାଜି ସୋଲଙ୍କି ପାଇଁ ଏହା ସତ୍ୟ ଅଟେ । 41 ବର୍ଷର ଖେତାଜି ଜଣେ କୃଷକ ଅଟନ୍ତି । ବହୁତ ବର୍ଷ ହେଲାଣି ସେ ଚାଷ କରୁଛନ୍ତି କିନ୍ତୁ ଏବର୍ଷ ସେ ତାଙ୍କୁ ଛପର ଫାଡ଼ି ଲାଭ କରିଛନ୍ତି । 3 ବର୍ଷ ହେଲା ଆଲୁର ଚାଷ କରି ଡିସା ର କୃଷକ ଙ୍କର କ୍ଷତି ହିଁ ହୋଇଛି । ଖେତାଜି ଆଳୁ ଫସଲ ଛାଡି ଆଉ କିଛି ନୂଆ ଫସଲ କରିବାର ନିଷ୍ପତ୍ତି ନେଲେ , ଆଉ ଏଥର ସେ ଆଳୁ ଫସଲ ନ କରି ତା ସ୍ଥାନରେ ତରଭୁଜ ଫସଲ କଲେ ।

7 ବିଘା ଜମିରେ ତରଭୁଜ ଫସଲ କିଛି ଏମିତି ହେଲା ଯେ ଖେତାଜି ଙ୍କର ଭାଗ୍ୟ ଖୋଲି ଗଲା । 70 ଦିନ ଭିତରେ ତରଭୁଜ ଅମଳ ହେଲା ପାଖା ପାଖି 140 ଟନ ଯାହାର ବଜାର ମୂଲ୍ୟ ହେଲା 21 ଲକ୍ଷ ଟଙ୍କା । ଏହାର ମାନେ ମାତ୍ର 70 ଦିନରେ ଖେତାଜି ବେହାଲ କୃଷକ ରୁ ଉଠି ସିଧା ମାଲା ମାଲ କୃଷକ ହୋଇ ଗଲେ । ପରମ୍ପରା ଗତ ପାଣି ଛିଞ୍ଚନ ନ କରି ଖେତାଜି ଡ୍ରିପ ସିଞ୍ଚନ ପଦ୍ଧତି ଆପଣାଇଲେ । ଆଉ ସୋଲାର ମଟର ଦ୍ୱାରା ଚାଷ କଲେ ଯାହା ଫଳରେ ଇଲେକ୍ଟ୍ରି ବିଲ କମ୍ ଆସିବ । ଖେତାଜି ଦ୍ୱାରା ପ୍ଲାନିଂଗ ପଦ୍ଧତି ରେ ଚାଷ କଲେ ମାନେ ଜମି ଉପରେ ପ୍ରଥମେ ପ୍ଲାଷ୍ଟିକ ବିଛେଇଲେ ଆଉ ସେଥିରେ କଣା କଲେ ଆଉ ସେଥିରେ ମଞ୍ଜି ପୋତିଲେ  ଆଉ ସେଠାରେ ସେତିକି ମାତ୍ରା ରେ ଫାଟିଲାଇଜର ପକେଇଲେ ଯେଉଁଥି  ପାଇଁ ଅତିରିକ୍ତ ଫାଟିଲାଇଜରର ବ୍ୟବହାର କରିବାକୁ ନ ପଡେ । ସେଥିପାଇଁ ସେ ୟୁଟ୍ୟୁବ ର ସହାରା ନେଇ ନୂଆ ଲେଟେଷ୍ଟ ତଥ୍ୟ ନେଲେ ଆଉ ସରକାର ଦ୍ୱାରା ଦିଆ ଯାଉ ଥିବା ସବ୍ସିଡି ର ଲାଭ ବି ଉଠେଇଲେ ।

ଏବେ ପରିଣାମ ସାମ୍ନାରେ ଥିଲା, ଖେତାଜିଙ୍କ କ୍ଷେତରୁ ରସଭରା ମିଠା ତରଭୁଜ ନେବା ପାଇଁ ବେପାରୀ ଜାମ୍ମୁ କାଶ୍ମୀର , ଉତ୍ତରପ୍ରଦେଶ, ରାଜସ୍ଥାନ ତଥା କର୍ଣ୍ଣାଟକ ରାଜ୍ୟରୁ ବି ପହଁଚିଲେ ।

ମାତ୍ର ସପ୍ତମ ପାସ ଖେତାଜି ନିଜର ଭାଗ୍ୟକୁ ଦୋଷ ନ ଦେଇ ସେ ଚାଷ ପାଇଁ ଆଧୁନିକ ଟେକ୍ନିକ ବାଛିଲେ, ଆଉ ସଫଳ ହେଲେ । ଆଉ ଏବେ ତାଙ୍କର ରୋଜଗାର ଦେଖି ଅନ୍ୟ କୃଷକମାନେ ବି ତାଙ୍କ ରାସ୍ତା ବାନାଇଛନ୍ତି ।