କପିଲ ଶର୍ମାଙ୍କ “ଶୋ”ରେ ଫରାହ ଏକ ରହସ୍ୟ ଖୋଲିଛନ୍ତି, କହିଥିଲେ ଶାହରୁଖଙ୍କୁ ଥଣ୍ଡା ପାନୀୟ ପିଇବା ପାଇଁ ଅନୁମତି ନ ଥିଲା ।

Spread the love

ଫରାହ ଖାନ୍ କପିଲ ଶର୍ମା ଶୋରେ ଶାହରୁଖ ଖାନ୍ ଙ୍କ ବିଷୟରେ ଏକ ମଜଳିଆ ବାକ୍ୟ କହିଛନ୍ତି ।

ଏକ ସମୟ ଥିଲା ଚଳଚିତ୍ର ତାରକା ମାନଙ୍କର ସାକ୍ଷାତକାର ଗୋଟିଏ କିମ୍ବା ଦୁଇଟି “ଶୋ”ରେ ଆସୁଥିଲା କିନ୍ତୁ ବର୍ତ୍ତମାନ କୌଣସି ମଧ୍ୟ “ଶୋ”ରେ ତାରକାମାନେ ଆସି ସାକ୍ଷାତକାର ଦେଇ ପ୍ରସିଦ୍ଧ ହୋଇ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ କିଛି ତାରକା ନିଜର ବନ୍ଧୁ ତରକାଙ୍କ ବିଷୟରେ ମଧ୍ୟ କିଛି ରହସ୍ୟ ଖୋଲି ଚର୍ଚ୍ଚା ସାଉଁଟିବାରେ ପଛାଉ ନାହାନ୍ତି । ଏହିପରି ଏକ ଘଟଣା ଘଟିଛି କପିଲ ଶର୍ମାଙ୍କ “ଶୋ”ରେ, ଯେଉଁଠି ଫିଲ୍ମ ନିର୍ଦ୍ଦେଶିକା ଏବଂ ନିର୍ମାତା ଫରାହ ଖାନ୍ ଶାହରୁଖ ଖାନ୍ ଙ୍କ ବିଷୟରେ କିଛି ରହସ୍ୟ ଖୋଲିଛନ୍ତି । ସାରୁଖଙ୍କ ବିଷୟରେ ଫରାହ କିଛି ଏପରି କହିଛନ୍ତି, ଯାହା ଶୁଣିବା ପରେ ଆପଣ ନିଜ ହସକୁ ରୋକି ପାରିବେ ନାହିଁ । କପିଲ ଶର୍ମା “ଶୋ”ରେ ଫରାହ ଏକ ରହସ୍ୟ ଖୋଲିଛନ୍ତି, ଆସନ୍ତୁ ଜାଣିବେ ସେହି ରହସ୍ୟ ବିଷୟରେ ।

“କପିଲ ଶର୍ମା ଶୋ”ରେ ଫରାହ ଏକ ରହସ୍ୟ ଖୋଲିଛନ୍ତି :

ଫିଲ୍ମ ମେକର ଫରାହ ଖାନ୍ କହିଛନ୍ତି, ୧୯୯୪ ମସିହାରେ “କଭି ହାଁ କଭି ନା” ଫିଲ୍ମ ତିଆରି ସମୟର କିଛି ଘଟଣା । ସେ କହିଛନ୍ତି, ଏହି ଫିଲ୍ମ ମୋର ସବୁଠୁ ପସନ୍ଦୀୟ ଚଳଚିତ୍ର ଅଟେ । ଏହି ଫିଲ୍ମ ଜରିଆରେ ମୋର ଏବଂ ଶାହରୁଖ ଖାନ୍ ଙ୍କ ପ୍ରଥମ ଭେଟ ହୋଇଥିଲା । ସେହି ସମୟରେ ନିର୍ଦ୍ଦେଶକ ଶାହରୁଖଙ୍କୁ ଥଣ୍ଡା ପାନୀୟ ପିଇବା ପାଇଁ ମନା କରି ଦେଉଥିଲେ । ନିର୍ଦ୍ଦେଶକ କହୁଥିଲେ, ଯଦି ତୁମେ ଥଣ୍ଡା ପାନୀଯ ପିଇବ; ତେବେ ମୋତେ ଅନ୍ୟ ମାନଙ୍କୁ ମଧ୍ୟ ଥଣ୍ଡା ଜଳ ପିଇବା ପାଇଁ ଦେବାକୁ ପଡିବ ।ଫରାହ ହସି ହସି କହିଛନ୍ତି, ତାହା ଏକ ଗରିବ ପ୍ରଡକ୍ସନ ଥିଲା । ଫରାହ କହିଥିଲେ, ଶାହରୁଖଙ୍କ ସହ ମିଶି ଲାଗି ନ ଥିଲା ଯେ, ମୁଁ ତାଙ୍କ ସହ ପ୍ରଥମ ଥର ଭେଟିଥିଲି ।ମୋତେ ଏପରି ଲାଗିଥିଲା ଯେ, ଆମର ବନ୍ଧୁତା ବହୁ ପୁରାତନ ଅଟେ । ଯେମିତି ଆମେ ଦୁହେଁ ଏକତ୍ର କଲେଜରେ ମିଳିତ ପଢୁଥିଲୁ । ସେହି ଦିନ ଠାରୁ ଆମେ ଦୁହେଁ ଭଲ ବନ୍ଧୁ ହୋଇ ଯାଇଥିଲୁ । ଶାହରୁଖଙ୍କ ଏହି ଫିଲ୍ମଟି ୧୯୯୪ ମସିହାରେ ରିଲିଜ୍ ହୋଇଥିଲା । ଶାହରୁଖ ଖାନ୍ ବହୁତ ଭଲ ଅଭିନୟ କରିଥିଲେ ଏବଂ ତାଙ୍କ ଅଭିନେତ୍ରୀ ରୂପେ କବିତା କ୍ରିଷ୍ଣା ମୂର୍ତି କାର୍ଯ୍ୟ କରିଥିଲେ । ଲୋକଙ୍କୁ ଏହି ଚଳଚ୍ଚିତ୍ରଟି ପସନ୍ଦ ଆସିଥିଲା ।

ଏକ ସମୟ ଏପରି ଥିଲା ଯେତେବେଳେ ଶାହରୁଖ ଖାନ୍ ଏବଂ ଫରାହ ଖାନ୍ ମଧ୍ୟରେ ମନାନ୍ତର ହୋଇ ଯାଇଥିଲା କିନ୍ତୁ ଚଳଚିତ୍ର “ତିସ୍ ମାର ଖାନ୍” ଫ୍ଲପ ହେବା ପରେ ଫରାହ ଶାହରୁଖଙ୍କୁ କ୍ଷମା ମାଗିଥିଲେ । ଦୁହିଁଙ୍କ ବନ୍ଧୁତା ପୁଣି ହୋଇଯାଇଥିଲା ଏବଂ ଦୁହେଁ ମିଳିତ ରୂପେ “ହାପି ନିୟୁୟର୍” ଚଳଚିତ୍ରକୁ କରିଥିଲେ । ଶାହରୁଖଙ୍କୁ ଫରାହ ନିଜର ଭାଗ୍ୟର ପ୍ରତୀକ ମନେ କରନ୍ତି ।

ଅମୂଲ୍ୟ ଅଟେ ଶାହରୁଖ ଏବଂ ଫରାହଙ୍କ ବନ୍ଧୁତା :

ଶାହରୁଖ ଏବଂ ଫରାହଙ୍କ ବନ୍ଧୁତା ବଲିଉଡରେ ପ୍ରସିଦ୍ଧ ଅଟେ ଏବଂ ଦୁହେଁ ଏକତ୍ର ଅନେକ ହିଟ୍ ଚଳଚିତ୍ର ଦର୍ଶକଙ୍କୁ ଭେଟି ଦେଇଛନ୍ତି । ନିଜର କ୍ୟାରିଅର କୋରିଓଗ୍ରାଫର୍ ରୂପେ ଫରାହ ପ୍ରାରମ୍ଭ କରିଥିଲେ । ଫରାହ ଶାହରୁଖଙ୍କ ସହ “ମେ ହୁଁ ନା” ୨୦୦୫ରେ, “ଓଁ ଶାନ୍ତି ଓଁ” ୨୦୦୭ରେ, “ହେପି ନିୟୁୟର” ୨୦୧୪ରେ ତିଆରି କରିଥିଲେ । ଏହାସହ ଫରାହ ଖାନ୍ “ତିଶ ମାର୍ ଖାନ୍” ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । କପିଲଙ୍କ “ଶୋ”ରେ ଫରାହଙ୍କ ତିନି ଛୁଆଙ୍କୁ କିଛି ସମୟ ପାଇଁ ଦେଖିବା ପାଇଁ ମିଳିଥିଲା । ଫରାହଙ୍କ ଦୁଇଟି ଝିଅ ଏବଂ ଗୋଟିଏ ପୁଅ । ଫରାହ ୨୦୦୪ରେ ଶିରିସ କୁନ୍ଦ୍ରାଙ୍କ ସହ ବିବାହ କରିଥିଲେ ।