ରାନୁ ମଣ୍ଡଳଙ୍କ ଲୋକପ୍ରିୟତା ଉପରେ ଲତା ମଙ୍ଗେସକରଙ୍କ ପ୍ରତିକ୍ରିୟା ଶୁଣି ନିରାଶ ହେଲେ ସମର୍ଥକମାନେ ! କହିଲେ ଆପଣଙ୍କ ଠାରୁ ଏମିତି ଆଶା ନଥିଲା…

Spread the love

ଲତା ମଙ୍ଗେସକର ନିଜର ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ନକଲ କେବେ ମଧ୍ୟ ସଫଳତାର ପାହାଚ ହୋଇପାରି ନାହିଁ । ସେ ଏହି କଥା ରାନୁ ମଣ୍ଡଳଙ୍କ ବ୍ୟତୀତ ଅନ୍ୟ ଗାୟକମାନଙ୍କ ପାଇଁ ମଧ୍ୟ କହିଛନ୍ତି କିନ୍ତୁ ଲତା ମଙ୍ଗେସକରଙ୍କ ଏହି ମନ୍ତବ୍ୟରେ ସୋସିଆଲ ମିଡିଆରେ ଅନେକ ଲୋକଙ୍କୁ ନିରାଶ କରିଦେଇଛି ।

ଲତା ମଙ୍ଗେସକରଙ୍କ ମନ୍ତବ୍ୟରେ ନିରାଶ ହୋଇଛନ୍ତି ସମର୍ଥକମାନେ :

ଲତା ମଙ୍ଗେସକରଙ୍କ ମନ୍ତବ୍ୟରେ ଲୋକମାନେ ଦୁଃଖ ପ୍ରକାଶ କରିଛନ୍ତି । ସମର୍ଥକମାନେ କହିଲେ “ଆପଣଙ୍କ ଠାରୁ ଏହିପରି ଆଶା ନଥିଲା” ।

ରାନୁ ମଣ୍ଡଳଙ୍କ ସମର୍ଥନରେ ଆସିଲେ ଲୋକମାନେ :

ରାଣାଘାଟ ରେଳୱେ ଷ୍ଟେସନରେ ଗୀତ ଗାଇ ନିଜ ପେଟ ପୋଷୁଥିବା ରାନୁ ମଣ୍ଡଳ ବଲିଉଡ ଜଗତରେ ନିଜର ଭଲ ପରିଚୟ ସୃଷ୍ଟି କରିଦେଲେ । ରାଣାଘାଟ ରେଳୱେ ଷ୍ଟେସନରେ ରହୁଥିବା ରାନୁ ମଣ୍ଡଳ ଲତା ମଙ୍ଗେସକରଙ୍କ ଗୀତ “ଏକ ପ୍ୟାର କା ନଗମା ହେ…” ଗାଇ ସଫଳତା ଲାଭ କରିଛନ୍ତି । ନିକଟରେ ହିଁ ତାଙ୍କର ଏହି ସଫଳତାରେ ଲତା ମଙ୍ଗେସକର ନିଜେ ମଧ୍ୟ ନିଜର ମତବ୍ୟକ୍ତ କରିଛନ୍ତି । ଯଦିଓ ସେ ତାଙ୍କର ଏହି ସଫଳତାରେ ଖୁସି ହୋଇଥିଲେ କିନ୍ତୁ ଲତା ମଙ୍ଗେସକର ତାଙ୍କ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ନକଲ କେବେ ମଧ୍ୟ ସଫଳତାର ପାହାଚ ହୋଇପାରି ନାହିଁ । ସେମିତି ତ ସେ ଏହି କଥା ରାନୁ ମଣ୍ଡଳଙ୍କ ବ୍ୟତୀତ ଅନ୍ୟ ଗାୟକମାନଙ୍କ ପାଇଁ ମଧ୍ୟ କହିଥିଲେ କିନ୍ତୁ ଲତା ମଙ୍ଗେସକରଙ୍କ ଏହି ମନ୍ତବ୍ୟ ସୋସିଆଲ ମିଡିଆର ଅନେକ ଲୋକଙ୍କୁ ନିରାଶ କରିଦେଇଛି ।

ଲତା ମଙ୍ଗେସକରଙ୍କ ଏହି ମନ୍ତବ୍ୟକୁ ବିରୋଧ କରି ଲୋକମାନେ ଟ୍ୱିଟ କରି କହିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ସୋସିଆଲ ମିଡ଼ିଆ ୟୁଜର ଲେଖିଛନ୍ତି, “ମୁଁ ଲତା ମଙ୍ଗେସକରଙ୍କ ଜଣେ ବହୁତ ବଡ଼ ଫ୍ୟାନ ଅଟେ କିନ୍ତୁ ତାଙ୍କର ଏହି ପ୍ରତିକ୍ରିୟା ସାବ୍ୟସ୍ତ କରିଦେଇଛି ଯେ, ବଡ଼ ଲୋକମାନେ ଛୋଟ ଲୋକମାନଙ୍କ ସହ କିପରି ବ୍ୟବହାର କରନ୍ତି” ।

ସେଠାରେ, ଅନ୍ୟ ଜଣେ ୟୁଜର ଲତା ମଙ୍ଗେସକରଙ୍କ ପ୍ରତିକ୍ରିୟାରେ ଦୁଃଖ ପ୍ରକାଶ କରି ଲେଖିଛନ୍ତି, ଜଣେ ଗରିବ ମହିଳା ନିଜ ଜୀବନଯାପନ କରିବା ପାଇଁ ରେଳୱେ ଷ୍ଟେସନରେ ଗୀତ ଗାଉଥିଲେ । ରାନୁ ମଣ୍ଡଳଙ୍କ ସ୍ୱର ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିଥିଲା ଏବଂ ତା’ପରେ ସେ ସୁପରଷ୍ଟାର ହୋଇଗଲେ । ଲତା ଦିଦି ଆଉ ଟିକେ ଦୟାଳୁ ହୋଇ ପାରିଥାନ୍ତେ, ତାଙ୍କର ସାହାର ତାଙ୍କୁ ସାହାର୍ଯ୍ୟ କରି ପାରିଥାନ୍ତା । ନକଲ ଉପରେ ତାଙ୍କର ଏହି ମନ୍ତବ୍ୟ ଗ୍ରହଣ ଯୋଗ୍ୟ ନୁହେଁ ।