ଦୁଃଖଦ ସଡକ ଦୁର୍ଘଟଣା ଘଟିଛି ଦକ୍ଷିଣ ଭାରତର ଧାରାବାହିକ ଅଭିନେତ୍ରୀଙ୍କ କ୍ଷେତ୍ରରେ । ସୁଟିଂ ସାରି ଫେରିବା ସମୟରେ ଦୁର୍ଘଟଣା ଘଟି ଦୁଇ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଯାଇଛି ।

Spread the love

ଏପରି ଦୁର୍ଘଟଣା ବିଷୟରେ ଶୁଣିବା ପରେ କେହି ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡିବେ ,କମ ବୟସରେ ଏହି ତାରକା ଦୁଇ ଜଣ ଚମକିବା ଆରମ୍ଭ କରିବା ପୂର୍ବରୁ ହିଁ ଲିଭି ଯାଇଥିଲେ ଦୁନିଆରୁ ।

ବଲିଉଡ ହେଉ କିମ୍ବା ଟେଲିଭିଜନ ଜଗତର କଳାକାରମାନେ ଦର୍ଶକଙ୍କ ପସନ୍ଦିତ ତାରକା ହୋଇଛନ୍ତି । ଆଜି ଯେଉଁ ଘଟଣା ବିଷୟରେ ଆମେ କହିବା ପାଇଁ ଯାଉଛୁ; ତାହା ଏକ ମର୍ମଦନ୍ତୁ ସଡକ ଦୁର୍ଘଟଣା ଅଟେ । ଏକ ଭୟାବହ ସଡକ ଦୁର୍ଘଟଣାରେ ଦୁଇଜଣ ପ୍ରସିଦ୍ଧ କଳାକାରଙ୍କ ମୃତ୍ୟୁ ହୋଇଯାଇଛି । ଏହି ସଡକ ଦୁର୍ଘଟଣା ସେହି ସମୟରେ ହୋଇଥିଲା ଯେଉଁ ସମୟରେ ଏହି ଦୁଇ ଅଭିନେତ୍ରୀ ନିଜ ସୁଟିଂ ସାରି ଘରକୁ ଫେରୁଥିଲେ । ଏହି ଦୁଇ ଅଭିନେତ୍ରୀ ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି ।

ଯେତେବେଳେ ନିଜର ସୁଟିଂ ସାରି ଘରକୁ ଫେରୁଥିଲେ, ସେହି ସମୟରେ ଏହି ମର୍ମଦାନ୍ତୁ ସଡକ ଦୁର୍ଘଟଣା ଘଟି ଯାଇଥିଲା । ଘଟଣାଟି ବୁଧୁବାର ଦିନ ସକାଳେ ବିକାରାବାଦର ଘଟିଥିଲା, ଯେଉଁଠି ଦୁଇ ଅଭିନେତ୍ରୀ ନିଜର ଆଗାମୀ ପ୍ରୋଜେକ୍ଟର ସୁଟିଂ କରି ଘରକୁ ଫେରୁଥିଲେ । ଏହି ଦୁଇ ଅଭିନେତ୍ରୀ ନିଜ ନିଜ ସୁଟିଂ ସାରି ହାଇଦ୍ରାବାଦ ନିଜ ଘରକୁ ଫେରୁଥିଲେ । ଏମାନଙ୍କ ନାମ ହେଉଛି ଅନୁଷ୍କା ରେଡି ଏବଂ ଭାର୍ଗବୀ ଅଟେ । ସ୍ଥାନୀୟ ଲୋକେ କହିଛନ୍ତି; ଦୁର୍ଘଟଣା ସେହି ସମୟରେ ଘଟିଥିଲା ଯେତେବେଳେ ଏକ ଟ୍ରକ, ସେମାନଙ୍କ ଗାଡି ସାମ୍ନାକୁ ଚାଲି ଆସିଥିଲା । ଯେତେବେଳେ ଚାଳକ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଚେଷ୍ଠା କରିଥିଲେ, ସେହି ସମୟରେ କାରଟି ଭାରସାମ୍ୟ ହରାଇ ବସିଥିଲା ଏବଂ କାର ସିଧା ଯାଇ ଏକ ଗଛରେ ପିଟି ହୋଇ ଯାଇଥିଲା ।

ଏହି ଦୁର୍ଘଟଣାରେ ଦୁଇଜଣ ଅଭିନେତ୍ରୀ ଆଘାତ ପାଇଥିଲେ । ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଭାର୍ଗବୀଙ୍କ ବୟସ ୨୦ ଏବଂ ଅନୁଷ୍କା ରେଡିଙ୍କ ବୟସ ୨୧ ଅଟେ । ଏହି ଦୁଇ ଅଭିନେତ୍ରୀ ତାମିଲ ଇଣ୍ଡଷ୍ଟ୍ରିର ଜଣାଶୁଣା ପ୍ରସିଦ୍ଧ ଅଭିନେତ୍ରୀ ଥିଲେ । ଧାରାବାହିକ ସହ ଏହି ଦୁଇ ଅଭିନେତ୍ରୀ ଚଳଚିତରେ ମଧ୍ୟ ନିଜର ଭାଗ୍ୟ ପରୀକ୍ଷା କରିବା ପାଇଁ ଚାହୁଁଥିଲେ । ଭାର୍ଗବୀ ମୁତ୍ୟାଲୁ ମୁଗଗୁରେ କାମ କରୁଥିଲେ । ଏହି ଧାରାବାହିକରେ ସେ ଖଳନାୟିକାର ଚରିତ୍ରରେ ଅଭିନୟ କରୁଥିଲେ ।

ଅନୁଷ୍କା ରେଡ୍ଡୀ ତେଲେଙ୍ଗାନାର ଭୁପାଲାପଲ୍ଲୀର ନିବାସୀ ଅଟନ୍ତି । ଅଚାନକ ମୃତ୍ୟୁ ଫଳରେ ଅନୁଷ୍କାଙ୍କ ପରିବାର ସହ ଦକ୍ଷିଣ ଭାରତୀୟ ଚଳଚିତ୍ର ଏବଂ ଧାରାବାହିକ ଜଗତ ଦୁଃଖିତ ଖେଳି ଯାଇଛି । ।ଏତେ କମ ବୟସର ଅଭିନେତ୍ରୀଙ୍କ ସହ ଏପରି ମର୍ମଦନ୍ତୁ ସଡକ ଦୁର୍ଘଟଣା ଶୁଣିବା ପରେ ସମସ୍ତଙ୍କ ଆଖିରେ ଲୁହ ଆସିଯିବା ସୁନିଶ୍ଚିନ୍ତ ଅଟେ । ଏହି ତାରକାମାନେ ଦୁନିଆ ସାମ୍ନାରେ ଚମକିବା ପୂର୍ବରୁ ହିଁ ଦୁନିଆରୁ ସବୁ ଦିନ ପାଇଁ ଚାଲି ଯାଇଛନ୍ତି ।