ଏହି ସବୁ ଗୁଣ ପାଇଁ ପ୍ରସିଦ୍ଧ ହୋଇଥାନ୍ତି ମଇ ମାସରେ ଜନ୍ମ ହୋଇଥିବା ଲୋକେ, ଏପରି ହୋଇଥାଏ କ୍ୟାରିଅର ଏବଂ ପ୍ରେମ ଜୀବନ ।

Spread the love

ଏପରି ହୋଇଥାଏ ମଇ ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ଵଭାଵ ।

ଜୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜନ୍ମ ଏକ ନିର୍ଦ୍ଧିଷ୍ଟ ସମୟ, ମାସ ଏବଂ ବର୍ଷ ଅନୁସାରେ ହୋଇଥାଏ । ପ୍ରତି ମାସ କିମ୍ବା ଦିନର କିଛି ନା କିଛି ମହତ୍ତ୍ୱ ରହିଛି । ଏହାକୁ ଆଧାର କରି ବ୍ୟକ୍ତିର ବ୍ୟକ୍ତିତ୍ୱ ଜଣା ପଡିଥାଏ । ବ୍ୟକ୍ତିର ଜନ୍ମ ମାସକୁ ନେଇ ବ୍ୟକ୍ତିର ଭଲ, ଖରାପ, ପସନ୍ଦ, ନାପସନ୍ଦ ଇତ୍ୟାଦି ବିଷୟରେ ଜଣା ପଡିଥାଏ । ଆଜି ଆମେ ମଇ ମାସରେ ଜନ୍ମ ହୋଇଥିବା ଲୋକଙ୍କ ବିଷୟରେ କହିବୁ । ଏହି ରାଶିର ବ୍ୟକ୍ତିଙ୍କ ସ୍ୱାମୀ ଗ୍ରହ ଶୁକ୍ର ହୋଇଥାଏ । ଆପଣଙ୍କ କିମ୍ବା ଆପଣଙ୍କ ସମ୍ପର୍କୀୟଙ୍କ ଜନ୍ମ ଦିନ ମଇ ମାସରେ ଆସେ, ତେବେ ଏହି ଲେଖାଟି ଆପଣଙ୍କ ପାଇଁ ଅଟେ । ମଇ ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ରାଶି ବୃଷ ହୋଇଥାଏ ।

ଏପରି ହୋଇଥାଏ ମଇ ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ଵଭାଵ :

ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଜିଦଖୋର ହୋଇଥାନ୍ତି । କାହାକୁ ମଧ୍ୟ କିଛି କହିଦେବା ଏମାନଙ୍କ ସ୍ଵଭାଵ ହୋଇଥାଏ । ବିନା କୌଣସି କଥା ଚିନ୍ତା ନ କରି କିଛି ମଧ୍ୟ କାହାକୁ କହି ଦିଅନ୍ତି । ଏମାନେ କେବଳ ନିଜ ପାଇଁ ହିଁ ଚିନ୍ତା କରିଥାନ୍ତି । ନିଜର ଫାଇଦା ପାଇଁ ଏହି ରାଶିର ବ୍ୟକ୍ତିମାନେ କିଛି ମଧ୍ୟ କରିଥାନ୍ତି । ଲୋକେ ଏମାନଙ୍କୁ ଡରିଥାନ୍ତି ଏବଂ ଏମାନଙ୍କ ସାମ୍ନାରେ କିଛି କହିବା ପାଇଁ କୁଣ୍ଠା ପ୍ରକାଶ କରିଥାନ୍ତି । ଏହି ବ୍ୟକ୍ତିଙ୍କ କର୍ମକ୍ଷେତ୍ରରେ ଖୁବ୍ କମ ଲୋକେ ପରିଚିତ ହୋଇଥାନ୍ତି ଏବଂ ଏହି ବ୍ୟକ୍ତି ମାନେ ନିଜ କର୍ମକ୍ଷେତ୍ରରେ ଭଲ ଉନ୍ନତି କରିଥାନ୍ତି । ଏହି ରାଶିର ବ୍ୟକ୍ତିମାନେ ବାହାରି ସୁନ୍ଦରତାକୁ ପ୍ରାଧାନ୍ୟ ଦେଇଥାନ୍ତି ।

ଏମାନଙ୍କ କ୍ୟାରିଅର ଏପରି ହୋଇଥାଏ :

ନିଜ କ୍ୟାରିଅରକୁ ନେଇ ଏହି ବ୍ୟକ୍ତିମାନେ ଖୁବ୍ ଜାଗ୍ରତ ହୋଇଥାନ୍ତି । ଅନେକ ବିକଳ୍ପ ଏମାନଙ୍କ ପାଖରେ ରହିଥାଏ କିନ୍ତୁ ନିର୍ଣ୍ଣୟ ନେବା ପାଇଁ ଏମାନେ ବିଳମ୍ବ କରିଥାନ୍ତି ।ଏମାନଙ୍କୁ ଜୀବନରେ ବିପଦର ସାମ୍ନା କରିବା ପସନ୍ଦ ଅଟେ । ଭିନ୍ନ ଭିନ୍ନ ପରିସ୍ଥିତିରେ ଏହି ରାଶିର ବ୍ୟକ୍ତିମାନେ ପରିଶ୍ରମ କରିଥାନ୍ତି । କଠିନ ପରିଶ୍ରମରେ ମିଳିଥିବା ସଫଳତା ଏମାନଙ୍କ ସହ ଲମ୍ବା ସମୟ ପର୍ଯ୍ୟନ୍ତ ରହିଥାଏ ।

ପ୍ରେମ ସମ୍ପର୍କ ଏହିପରି ହୋଇଥାଏ :

ପ୍ରେମରେ ଏହି ରାଶିର ଲୋକେ ସଫଳ ହୋଇଥାନ୍ତି । ଯେତେବେଳେ ଏମାନେ କାହା ପ୍ରେମ ପଡନ୍ତି, ଏମାନେ ନିଜ ସ୍ଵଭାଵ ବଦଳାଇ ଦେଇଥାନ୍ତି । ଏହି ରାଶିର ବ୍ୟକ୍ତିମାନେ ହୃଦୟରୁ କମ ଅର୍ଥାତ ମସ୍ତିସ୍କରୁ କାମ ଅଧିକ କରିଥାନ୍ତି । ଏହି ସ୍ୱାଭାବ ଯୋଗୁଁ ଏମାନେ ପ୍ରେମରେ ଧୋକା ଖାଇଥାନ୍ତି । କିନ୍ତୁ ଏମାନଙ୍କୁ ସତ୍ୟ ପ୍ରେମର ସମ୍ମାନ କରିବା ଖୁବ୍ ଭଲ ଭାବରେ ଆସିଥାଏ ।

ବିଶେଷ ଗୁଣ :

– ଏହି ରାଶିର ବ୍ୟକ୍ତିମାନେ ସର୍ବଦା ନିଜର ଅଧିକାର, ନିଜ ସମ୍ପର୍କ ଉପରେ ଜାହିର କରିଥାନ୍ତି । ପରିସ୍ଥିତି ଅନୁସାରେ ନିଜ ସ୍ଵଭାଵ ବଦଳାଇ ଏମାନେ ଲୋକଙ୍କ ଠାରୁ ନିଜ କାମ ହାସଲ କରି ନିଅନ୍ତି ।

– ଏହି ରାଶିର ବ୍ୟକ୍ତିମାନେ ଜୀବନରେ ବହୁତ ସଂଘର୍ଷ କରିଥାନ୍ତି । ଏହି ରାଶିର ବ୍ୟକ୍ତିମାନେ କ୍ଷଣକ ମଧ୍ୟରେ ଖୁସି ଓ କ୍ଷଣକ ମଧ୍ୟରେ ଦୁଃଖୀ ହୋଇଯାନ୍ତି । ବେଳେବେଳେ ଏମାନେ ନିରାଶ ମଧ୍ୟ ହୋଇପଡନ୍ତି ।

– ଏହି ରାଶିର ବ୍ୟକ୍ତିମାନଙ୍କ ମସ୍ତିସ୍କ ସନ୍ଦେହ ଘେରରେ ରଖିଥାନ୍ତି । ଏହି ବ୍ୟକ୍ତିମାନେ ହସମୁଖ ଏବଂ ସମସ୍ତଙ୍କ ସହ ମିଳାମିଶା ହୋଇଥାନ୍ତି ।

– ଶତ୍ରୁକୁ ପରାସ୍ତ କରିବା ଏମାନେ ଭଲ ରୂପେ ଜାଣନ୍ତି । ଏମାନେ ଭଲ ବନ୍ଧୁ ହୋଇଥାନ୍ତି ।

ଶୁଭ ସଂଖ୍ୟା – ୫, ୩୫, ୫୦, ୫୭, ୮୨

ଶୁଭ ରଙ୍ଗ – ଲାଲ, ହଲକ୍କା ନୀଳ, ଖାକି

ଶୁଭ ଦିନାଙ୍କ -ଶୁକ୍ରବାର, ଶନିବାର, ବୁଧବାର

ଶୁଭ ପଥର- ହୀରା, ଓପଲ