ବିଶ୍ୱସ୍ଥ କୁକୁର : ଦୀର୍ଘ 90 ଦିନ ହେଲା ମାଲିକର ଅପେକ୍ଷା ରାସ୍ତାରେ

Spread the love

କୁକୁର ହିଁ ମଣିଷର ପ୍ରକୃତ ବନ୍ଧୁ । କୁକୁର ଗୋଟିଏ ବିଶ୍ୱସ୍ତ ପ୍ରାଣୀ । ଯିଏ ତାର ମାଲିକ ପାଇଁ ସଦାସର୍ବଦା ଭରସା ଯୋଗ୍ୟ ହୋଇ ରହିଥାଏ । ଯଦି ତାର ମାଲିକ ବାହାରକୁ ଯାଇଥାଏ ତେବେ ମାଲିକର ଫେରିବା ବାଟକୁ ଚାହିଁ ବସିଥାଏ । ଏପରି ଅନେକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳେ, ଅନେକ ସମୟରେ କୁକୁର ତା ମାଲିକର ଜୀବନ ମଧ୍ୟ ବଞ୍ଚାଇବା ସଂଗେ ସଂଗେ ପରିବାରର ଛୋଟ ପିଲାମାନଙ୍କ ମଧ୍ୟ ଜୀବନ ରକ୍ଷା କରିଛି । ନିଜ ଜୀବରକୁ ଖାତିର ନକରି ତା ମାଲିକର ଜୀବନ ବଞ୍ଚାଇଥାଏ । କିନ୍ତୁ ଆଜି ଆମେ ଏପରି ଏକ ଘଟଣା କହିବୁ ଯାହାକି ନିକଟ ଅତୀତରେ ଘଟିଛି ଏବଂ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଗତ କିଛି ଦିନ ହେଲା ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହୋଇଛି । ଯାହାକୁ ଦେଖିବା ପରେ ସମସ୍ତେ ଭାବବିହ୍ୱଳ ହୋଇ ପଡୁଛନ୍ତି ଏବଂ ଆଖିରୁ ସ୍ୱତଃ ଭାବେ ଲୁହ ଝରି ଆସୁଛି । ଭିଡ଼ିଓରେ ମଙ୍ଗୋଲିଆରେ ଥିବା ଏକ ରାସ୍ତା କଡ଼ରେ ଏକ କୁକୁର ବସିଥିବାର ଦେଖାଯାଇଛି । କୁକୁରଟି ଏପରି ନୀରବତାର ସହ ବସିଥିବା କାରଣ କଣ ଏହା ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଅଗଷ୍ଟ୨୧ରେ କୁକୁରଟିର ମାଲିକ ଓ ତାଙ୍କ କୁକୁରକୁ ଧରି ସେହି ରାସ୍ତା ଦେଇ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଥିଲେ । କିନ୍ତୁ ବିଚରା କୁକୁର ବା କଣ ଜାଣିନ ଏ ବିଷୟରେ । ମାଲିକର ମୃତ୍ୟ ପରା ଠାରୁ କୁକୁରଟି ସେହି ସ୍ଥାନରୁ ନ ଘୁଂଚି ଦୀର୍ଘ 9୦ ଦିନ ହେଲାଣି ସେହିଠାରେ ହିଁ ଅପେକ୍ଷା କରିଛି ରାର ମାଲିକର ଫେରିବା ବାଟକୁ । ସେ ଅବା କଣ ଜାଣିବା ତାର ମାଲିକ ଏହି ଦୁନିଆ ଛାଡି ଚିରଦିନ ପାଇଁ ଛାଡି ଆରପାରିକୁ ଚାଲିଗଲା ବୋଲି । ରାସ୍ତାର ଜନ ସାଧାରଣ କୁକୁରଟି କେତେ ଘଉଡାଇଲେ ମଧ୍ୟ ବିଶ୍ୱସ୍ତ କୁକୁରଟି ମାଲିକର ଅପେକ୍ଷାର ସେହି ସ୍ଥାନରେ ହିଁ ଅପେକ୍ଷା କରି ବସିଛି । ତାର ମନରେ ଦୃଢ ବିଶ୍ୱାସ ଅଛି ଯେ ତାର ମାଲିକ ଫେଇବା ଆଉ ତାକୁ ପ୍ରଭା ଭଳି ସ୍ନେହ ଶ୍ରଦ୍ଧା କରିବ ଏବଂ ଦୁହେଁ ଅର୍ଥାତ ମାଲିକ ସହ ମିଶି ଘରକୁ ଯିବା । କିଣୁ ସେ ଜାଣି ନାହିଁ ଯେ,ତାର ମାଲିକ ଆଉ କେବେ ବି ଫେରିବା ନାହିଁ ।

କୁକୁର ହିଁ ମଣିଷର ପ୍ରକୃତ ବନ୍ଧୁ ।