ସଡକରେ ଚାଲୁଥିବା ସମୟରେ ପିଏମଙ୍କ ଗାଡିର ଟାୟାର ଯଦି ପମ୍ପଚର ହୋଇଯାଏ; ତେବେ କଣ ହେବ ? ୯୯ ପ୍ରତିଶତ ଲୋକେ ଜାଣନ୍ତି ନାହିଁ ଏହାର ଉତ୍ତର ।

Spread the love

ସମୟର ତାଳେ ତାଳେ ଭାରତ ବହୁତ ଉନ୍ନତି କରିବାରେ ଲାଗିଛି ଏବଂ ବର୍ତ୍ତମାନ ଭାରତ ବଡ଼ ଏବଂ ଉନ୍ନତିଶୀଳ ଦେଶ ରୂପରେ ବିଶ୍ୱରେ ପରିଚିତ ହେବାରେ ଲାଗିଛି ।ଏହାର ଶ୍ରେୟ ଉଭୟ ଭାରତ ସରକାର ଏବଂ ଲୋକଙ୍କୁ ଯାଉଛି । ବର୍ତ୍ତମାନ ଆମ ଦେଶ ମଧ୍ୟ ଅନ୍ୟ ଦେଶମାନଙ୍କ ଭଳି ଶକ୍ତିଶାଳୀ ଦେଶ ରୂପେ ପରିଗଣିତ ହେବାରେ ଲାଗିଛି । ଦେଶ ଉନ୍ନତି ହେବା ସହ ଆଇନ କାନୁନ୍ ଏବଂ ସୁରକ୍ଷା ନିୟମ ମଧ୍ୟ କଠିନ ହେବାରେ ଲାଗିଛି । ଏହା ବ୍ୟତୀତ ଆପଣଙ୍କୁ କହିବା ପାଇଁ ଚାହୁଁଛୁ; ଶକ୍ତିଶାଳୀ ଦେଶ ତୁଳନାରେ ଭାରତର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗୁରୁତ୍ଵ ପୂର୍ଣ୍ଣ ହୋଇଯାଇଛି ।

କହିବା ପାଇଁ ଚାହୁଁଛୁ; ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ପାଇଁ ପ୍ରତିଦିନ ୨୦ ଜଣ ସୈନିକ ପ୍ରସ୍ତୁତ ରହିଥାନ୍ତି । ତାଙ୍କର ସୁରକ୍ଷା ପାଇଁ ସ୍ଵତନ୍ତ୍ର ଦଳ ବା ସ୍ପେସିଆଲ ପ୍ରୋଟେକ୍ସନ ଗ୍ରୁପ SPGକୁ ଦିଆଯାଇଛି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ଗାଡିର ସୁରକ୍ଷାଙ୍କୁ ନେଇ ଅନେକ ନୀତିନିୟମ ସବୁ ରହିଛି । ଏହି ପରିପ୍ରେକ୍ଷୀରେ ଯଦି ପ୍ରଧାନ ମନ୍ତ୍ରୀଙ୍କ ଗାଡି ରାସ୍ତାରେ ଚାଲୁଥିବା ସମୟରେ ହଠାତ ପମ୍ପଚର ହୋଇଯାଏ; ତେବେ ୯୦ କିମି ପ୍ରତି ଘଣ୍ଟା ବେଗରେ ୩୨୦ କିମି ପର୍ଯ୍ୟନ୍ତ ଯାଇପାରିବ ।

ଭାରତର ସୁରକ୍ଷା ବାହିନୀ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ସର୍ବଦା ତତ୍ପର ହୋଇରହିଥାଏ । ଏହି କାରଣରୁ ଯେଉଁଠିକୁ ମଧ୍ୟ ପ୍ରଧାନମନ୍ତ୍ରୀ ଯାଆନ୍ତି, ତାଙ୍କ ସହ ପ୍ରତି ଷ୍ଟେଜରେ ଏସପିଜି କର୍ମକର୍ତ୍ତାମାନେ ରହିଥାନ୍ତି । ଏହି ସୁଟର ମାନେ ଆତଙ୍କବାଦୀଙ୍କୁ ମାରିବାରେ ସିଦ୍ଧହସ୍ତ ହୋଇଥାନ୍ତି । ସୂଚନା ଅନୁସାରେ ଏସପିଜିରେ ବର୍ତ୍ତମାନ ପର୍ଯ୍ୟନ୍ତ ୩ ହଜାର ସୈନିକ ଅଛନ୍ତି । ଏହି ସୈନିକମାନଙ୍କୁ, ପ୍ରଧାନମନ୍ତ୍ରୀଙ୍କ ସମେତ ପୂର୍ବତମ ପ୍ରଧାନମନ୍ତ୍ରୀ ଏବଂ ସେମାନଙ୍କ ପରିବାରଙ୍କୁ ମଧ୍ୟ ସୁରକ୍ଷା ପ୍ରଧାନ କରିବାର ଦାୟିତ୍ୱ ଦିଆଯାଇଥାଏ । ଏହି ସୈନିକ ମାନଙ୍କୁ ଆମେରିକାର ସୁରକ୍ଷା କର୍ମୀଙ୍କ ଭଳି ପ୍ରସ୍ତୁତ କରାଯାଇଥାଏ ।

ଖବର ଅନୁସାରେ, ପିଏମଙ୍କ ସୁରକ୍ଷାରେ ନିୟୋଜିତ ସୈନିକଙ୍କ ପାଖରେ FNF-2000 ଅସାଲଟ ରାଇଫାଲ, ଅଟମେଟିକ ଗନ୍ ଏବଂ 17M ରିଭଲବର ସହ ଅନ୍ୟ ଶକ୍ତିଶାଳୀ ହତିଆର ସବୁ ରହିଥାଏ । ଏସପିଜିର ଅତିରିକ୍ତ ଦିଲ୍ଲୀ ପୋଲିସ ମଧ୍ୟ ପିଏମଙ୍କ ସୁରକ୍ଷାର ଦାୟିତ୍ୱ ନେଇଥାନ୍ତି ଏବଂ ପିଏମ ଯେଉଁଠିକି ମଧ୍ୟ ଯାଆନ୍ତି, ସେହି ସ୍ଥାନର ନିରୀକ୍ଷଣ କରିଥାନ୍ତି । ଯେତେବେଳେ କୌଣସି ପ୍ରକାରର ପ୍ରୋଗ୍ରାମ କିମ୍ବା ଇଭେଣ୍ଟ ହୋଇଥାଏ, ସେହି ସମୟରେ ସେହି ଅଞ୍ଚଳକୁ ଏସପିଜି ନିଜ ଅଧୀନସ୍ଥ କର୍ମୀଙ୍କୁ ନେଇ ଯାଇଥାନ୍ତି । ପ୍ରାୟତଃ ପ୍ରୋଗ୍ରାମରେ ଏସପିଜି ଚିଫ ନିଜେ ସୁରକ୍ଷା ପ୍ରଦାନ କରିଥାନ୍ତି । ଯଦି କୌଣସି କାରଣ ବଶତଃ ଚିଫ ଅନୁପସ୍ଥିତ ରୁହନ୍ତି; ତେବେ ସୁରକ୍ଷା ଦାୟିତ୍ୱ ଅନ୍ୟ କୌଣସି ବ୍ୟକ୍ତିଙ୍କ ଉପରେ ନ୍ୟସ୍ତ ରହିଥାଏ ।

ପିଏମ ଦେଶର ଯେକୌଣସି କୋଣକୁ ଯାଆନ୍ତି; ସେଠାରେ ପିଏମ ପହଁଚିବାର ୧୦ ମିନିଟ ପୂର୍ବରୁ ସାରା ଟ୍ରାଫିକକୁ ନିୟନ୍ତ୍ରଣ କରାଯାଇଥାଏ ଏବଂ ଟ୍ରାଫିକକୁ ମଧ୍ୟ ରୋକି ଦିଆ ଯାଇଥାଏ । ସେହି ସମୟରେ ପ୍ରତିଟି ବାହାନକୁ ଯାଞ୍ଚ କରା ଯାଇଥାଏ । ଏସପିଜି ଜବାନ ଖାସ ରୂପେ ଯାଞ୍ଚ କରିଥାନ୍ତି, ପିଏମଙ୍କ ଗାଡି କେଉଁ ସ୍ଥାନକୁ ଯାଉଛି ଏବଂ ସେଠାକାର ଟ୍ରାଫିକ ବ୍ୟବସ୍ଥା ଠିକ ଅଛି ନା ନାହିଁ । ଏହା ବ୍ୟତୀତ ପିଏମଙ୍କ ବାସ ସ୍ଥାନକୁ ୫୦୦ରୁ ଅଧିକ କମାଣ୍ଡର ସୁରକ୍ଷା ପ୍ରଦାନ କରିଥାନ୍ତି ।