
ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସକ୍ରିୟ ହେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ପ୍ରଭାରେ ଅନେକ ରାଜ୍ୟ ବର୍ଷା। ଉତ୍ତର ଓଡିଶା ଓ ସଲଗ୍ନ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ହେଉଛି। ଏବେ ସୂଚନା ଅନୁଯାୟୀ ଆସନ୍ତା ସପ୍ତାହରେ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ବିଶେଷଙ୍କ ଏଥି ଯୋଗୁଁ ୧୫ ତାରିଖ ଯାଏ ସାରା ରାଜ୍ୟରେ ବର୍ଷା ଜାରି ରହିବ ବୋଲି ସୂଚନା ମିଳୁଛି।
୧୦ ଓ ୧୪ ରେ ପ୍ରବଳ ବର୍ଷା ହେବ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ୯ ତାରିଖ ଯାଏ ବିଭିନ୍ନ ସ୍ଥାନରେ ଏହିଭଳି ଭାବେ ବର୍ଷା ଜାରି ରହିବ। ୧୦ ତାରିଖ ରେ ବର୍ଷାର ପରିମାଣ ବୃଦ୍ଧି ଦେଖାଯିବ। ସାରା ରାଜ୍ୟରେ ବର୍ଷା ହେବ କିନ୍ତୁ ଉତ୍ତର ଓଡିଶାରେ ପ୍ରଭାବ କମ୍ ରହିବ। ୧୩ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ।
ଏହା ଦକ୍ଷିଣ ଆଡେ ଢଳି ରହିବ। ଫଳରେ ଦକ୍ଷିଣ ଓଡିଶା କୋରାପୁଟ, ମାଲାକନଗିରି, ଗଞ୍ଜପତି, ରୟଗଡା, ଗଞ୍ଜାମ ରେ ପ୍ରଭାବ ଅଧିକ ରହିବ। ସାରା ଦେଶରେ ସକ୍ରିୟ ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ତେଣୁ ପ୍ରାୟତଃ ରାଜ୍ୟ ଗୁଡିକରେ ବର୍ଷା ହେବ। ମଧ୍ୟପ୍ରଦେଶ ବିଦ୍ରୁପ ଛତିଶଗଡ଼ , କଙ୍କଣ, ଗୋଆ, ଉପକୂଳ କଣ୍ଣାଟକ ଓ କେରଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଭାରତୀୟ ପାଣିପାଗ ବିଭାଗ ବୁଧବାର ଏପରି ପୂର୍ବାନୁମାନ କରିଛି।
ପାଣିପାଗ ବିଭାଗ ଆକଳନ ଅନୁସାରେ ଓଡିଶା, ଜମ୍ମୁକାଶ୍ମିର, ଲେହେର, ଲଦା, ଗିଲଗିଲ୍, ବଲଟିସାନ୍, ପିଏକର ମୋଜାଫରବାଦ୍, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ତ୍ରିପୁରା, ଗୁଜୁରାଟ ଆଦି ରାଜ୍ୟରେ ପ୍ରବଳ ବର୍ଷା ହେବ। କେତେକ ଅଞ୍ଚଳରେ ଘଡ଼ଘଡ଼ି ଓ ବିଜୁଳି ମାରିବା ସହ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।
ତେବେ ଯଦି ଓଡିଶାର ସ୍ଥିତି ଦେଖିବା ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ହେଉଛି। ପାଗ କହୋଲା କରିଛି । ତେବେ ରାଜ୍ୟରେ ଜାରି ରହିଛି ବର୍ଷା। ଆସନ୍ତା ୧୫ ତାରିଖ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ରହିଛି ଓଡିଶାକୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।