ସଲମାନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ପୂର୍ବତନ ପ୍ରେମିକା, କହିଲେ- ୮ ବର୍ଷ ଧରି ସଲମାନ୍ ମତେ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବଲିଉଡ ସୁପରଷ୍ଟାର ସଲମାନ ଖାନ ନିଜର ଅଭିନୟ ପାଇଁ ଫ୍ୟାନ୍ ମାନଙ୍କ ପାଖରେ ଯେତିକି ପ୍ରଶଂସା ପାଇଥାନ୍ତି। ନିଜର ଲାଇଫଷ୍ଟାଇଲ୍ ଏବଂ ଅସଫଳ ପ୍ରେମ ସଂମ୍ପର୍କ ଗୁଡିକୁ ନେଇ ସମାଲୋଚନାର ଶିକାର ମଧ୍ୟ ହୋଇଥାନ୍ତି । ଏବେ ପୁଣିଥରେ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଟ୍ରୋଲ ହୋଇଥିବାର ଦେଖିବା ପାଇଁ ମିଳିଛନ୍ତି । ଏହା ଆଉ କେହି ନୁହେଁ ତାଙ୍କର ପୂର୍ବତନ ପ୍ରେମିକା ସୋମି ଅଲ୍ଲୀ ।

ସଲମାନଙ୍କ ସହିତ ତାଙ୍କର ବ୍ରେକଅପ୍ ହୋଇଥିବା କଥା ସୋମି ଅନେକ ଥର କହିଥିଲେ । ସେ ଜଣେ ଭଲ ମଣିଷ ବୋଲି ଅନେକ ସାକ୍ଷାତକାରରେ କହି ଆସୁଥିଲେ । ହେଲେ ସଦ୍ୟତମ ଏକ ପୋଷ୍ଟରେ ସଲମାନ ତାଙ୍କୁ ମାରପିଟ ଏବଂ ଶୋଷଣ କରିଥିବା ନେଇ ସେ କହିଥିଲେ । ବନ୍ଧୁଗଣ କିଛି ଦିନ ତଳେ ସୋସିଆଲ ମିଡିଆ ଏକାଉଣ୍ଟରେ ସେ ଏକ ପୋଷ୍ଟ କରି ସଲମାନଙ୍କୁ ବଲିଉଡର ହର୍ଭି ୱାଇନଷ୍ଟିନ୍ ବୋଲି ସମ୍ବୋଧିତ କରିଥିଲେ ।

Somi Alli

ତେବେ ବନ୍ଧୁଗଣ ହଲିଉଡ଼ର ପ୍ରଖ୍ୟାତ ଡ଼ାଇରେକ୍ଟର ହର୍ଭିଙ୍କ ଉପରେ 80 ରୁ ଅଧିକ ମହିଳା ଯୌ-ନ ନିର୍ଯାତନାର ଅଭିଯୋଗ ଆଣି ସାରିଛନ୍ତି । ସିଧାସଳଖ ସଲମାନଙ୍କ ନାମ ନେଇ ନଥିଲେ ସେ । ମୈନେ ପ୍ୟାର କିୟା । ଚଳଚିତ୍ରର ଏକ ସ୍କ୍ରିନସଟ୍ ଦେଖାଇ ବଲିଉଡର ଏହି ହର୍ଭି ୱାଇନଷ୍ଟିନର କେବେ ପର୍ଦାଫାସ୍ ହେବ ବୋଲି ସେ ପ୍ରଶ୍ନ କରିଥିଲେ । ଆଉ ପରେ କିଛି ସମୟ ପରେ ସେ ଏହି ପୋଷ୍ଟଟିକୁ ଡିଲିଟ୍ କରି ଦେଇଥିଲେ ।

ସଲମାନ ପ୍ରଥମେ ଅଭିନେତ୍ରୀ ସଙ୍ଗୀତା ବିଜଲାନିଙ୍କୁ ପ୍ରେମ କରୁଥିଲେ । ଉଭୟଙ୍କର ବିବାହ ମଧ୍ୟ ଠିକ ହୋଇ ସାରିଥିଲା । ହେଲେ ପାକିସ୍ତାନୀ ଅଭିନେତ୍ରୀ ସୋମି ଅଲ୍ଲୀ ସଲମାନଙ୍କ ଜୀବନରେ ଆସିବା ପରେ ସେହି ବିବାହ ଭାଙ୍ଗି ଯାଇଥିଲା । ପରେ 1991 ଠାରୁ 1999 ପର୍ଯ୍ୟନ୍ତ ସଲମାନ ସୋମିଙ୍କ ସହିତ ଡେଟ୍ କରୁଥିଲେ । ପରେ ଐଶ୍ୱର୍ୟା ରାୟ ତାଙ୍କ ଜୀବନକୁ ଆସିବା ପରେ ସଲମାନ ସୋମିଙ୍କ ସହ ତାଙ୍କର ସମ୍ପର୍କ ଭାଙ୍ଗି ଦେଇଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *