ପ୍ରତି ବ୍ୟକ୍ତିଙ୍କୁ ଏହି ୫ ଟି କାର୍ଯ୍ୟ ଉପରେ ନିୟନ୍ତ୍ରଣ କରିବା ଉଚିତ, ନଚେତ ଆପଣଙ୍କୁ ବଡ଼ କ୍ଷତି ହୋଇପାରେ ।

Spread the love

ମନୁସୃତିର ଏହି ନିୟମ ଗୁଡିକ ପାଳନ କରି ମନୁଷ୍ୟ ଜୀବନରେ ଅନେକ ଲାଭ ଉଠାଇପାରେ । ମନୁସୃତି ଅନୁସାରେ ମନୁଷ୍ୟକୁ ଏହି ୫ଟି କାର୍ଯ୍ୟ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ ଅଟେ ନଚେତ ବହୁତ ହାନି ହୋଇପାରେ । ଆସନ୍ତୁ ଜାଣିବେ କେଉଁସବୁ ୫ଟି କାର୍ଯ୍ୟ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ ଅଟେ ।

ଶବ୍ଦ

Google

କୁହାଯାଇଥାଏ ମନୁଷ୍ୟର ଶବ୍ଦ ବାଣ ସଦୃଶ୍ୟ ହୋଇଥାଏ । ମୁଖରୁ ବାହାରିଥିବା ଶବ୍ଦ ଏବଂ ଧନୁର ବାହାରିଥିବା ବାଣ କଦାପି ଫେରି ଆସିନଥାଏ । ଏହି କାରଣରୁ ନିଜ ଶବ୍ଦର ପ୍ରୟୋଗ ଭାବି ବିଚାରି କରିବା ଉଚିତ । ବିନା ଚିନ୍ତା କରି ଶବ୍ଦର ପ୍ରୟୋଗ କରିବା ଫଳରେ ମନୁଷ୍ୟ ନିଜର ହିଁ କ୍ଷତି କରିଥାଏ । ଅନେକ ସମୟରେ ମନୁଷ୍ୟର କ୍ରୋଧରେ ଏହିପରି କିଛି ଶବ୍ଦର ପ୍ରୟୋଗ କରିଦେଇଥାଏ ଯାହା ବ୍ୟକ୍ତିକୁ କଦାପି କହିବା ଉଚିତ ନୁହେଁ । ଏହିପରି କୁଶବ୍ଦ ପ୍ରୟୋଗ କରିବା ଫଳରେ ମନୁଷ୍ୟ ଦୋଷର ପାତ୍ର ପାଲଟି ଯାଇଥାଏ । ଏହି କାରଣରୁ ମନୁଷ୍ୟକୁ ଶବ୍ଦର ପ୍ରୟୋଗ ଭାବି ବିଚାରି କରିବା ଉଚିତ ।

ସ୍ପର୍ଶ

Google

ଯଦି କୌଣସି ବ୍ୟକ୍ତି ଉପରେ କାମୁକତା ଵଶ କରିଦେଇଥାଏ ସେହି ବ୍ୟକ୍ତି ନିଜ ନିୟନ୍ତ୍ରଣରୁ ଦୁରେଇଯାଇଥାଏ । କାମୁକ ପ୍ରକୃତିର ବ୍ୟକ୍ତି ଭଲ ଖରାପର ଚିନ୍ତା କରିପାରିନଥାଏ । କାମ ବାସନାରେ ପୀଡିତ ବ୍ୟକ୍ତି ନିଜର ଇଛା ପୁର୍ତ୍ତି ନିମନ୍ତେ କୌଣସି ଅନ୍ୟ ବ୍ୟକ୍ତି ସହ ଖରାପ ଆଚରଣ କରିବସିଥାଏ । ଏହିପରି ଭାବନା ବ୍ୟକ୍ତି ଦୋଷୀ କରାଇଥାଏ । ଏହି କାରଣରୁ ମନୁଷ୍ୟକୁ କଦାପି କାମବାସନାର ବଶବର୍ତ୍ତୀ ହେବା ଉଚିତ ନୁହେଁ ।

ରୂପ

Google

ଯଦି କୌଣସି ବ୍ୟକ୍ତି ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇଥାଏ ତେବେ ମନୁଷ୍ୟକୁ ସେହି ସୌନ୍ଦର୍ଯ୍ୟତା ପ୍ରାପ୍ତି ନିମନ୍ତେ ଆଶା ଜାଗ୍ରତ ହୋଇଥାଏ । ରୂପ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ବ୍ୟକ୍ତି କିଛି ମଧ୍ୟ ଖରାପ କାର୍ଯ୍ୟରେ ଲିପ୍ତ ହୋଇପାରେ । ନିଜ ଦୃଷ୍ଟି ଉପରେ ନିୟନ୍ତ୍ରଣ ରହିବା ଉଚିତ । ଆମେ କଣ ଦେଖିବା ଏବଂ କେଉଁ ଭାବନାରେ ଦେଖିବା ଏହି ବିଷୟର ନିର୍ଣ୍ଣୟ ଆମକୁ ନିଜ ଚିନ୍ତା ଶକ୍ତି ଦ୍ୱାରା କରିବା ଉଚିତ । ଯେତେବେଳେ ମନୁଷ୍ୟ ନିଜ ବିବେକ ବ୍ୟବହାର ନକରି ଦୃଷ୍ଟି ଶକ୍ତିର ବ୍ୟବହାର କରିଥାଏ ସେହି ସମୟରେ ବ୍ୟକ୍ତି ଭୁଲ ଠିକର ଚିନ୍ତା କରିନଥାଏ ଏବଂ ପ୍ରାୟତଃ ଦୋଷୀ ହୋଇଯାଇଥାଏ ।

ସ୍ୱାଦ

Google

ଯେଉଁ ବ୍ୟକ୍ତି ନିଜର ଆଶା ଆକ୍ଷଙ୍କା ଉପରେ ନିୟନ୍ତ୍ରଣ କରିପାରେ ନାହିଁ ଏବଂ ସର୍ବଦା ସ୍ଵାଦକୁ ପ୍ରାଥମିକତା ଦେଇ ଭୋଜନ କରିଥାଏ ଏହିପରି ବ୍ୟକ୍ତି ରୋଗାଗ୍ରସ୍ତ ହୋଇଯାଇଥାଏ । ଆଶା ଆକ୍ଷଙ୍କାକୁ ନିୟନ୍ତ୍ରଣ କରିବା ପ୍ରତିବଦଳରେ ବ୍ୟକ୍ତି ସ୍ୱାଦର ବଶବର୍ତ୍ତୀ ହୋଇଯାଇଥାଏ ଏବଂ ସ୍ୱାଦର ବଶବର୍ତ୍ତୀ ହୋଇ ଅନେକ ରୋଗର ଶିକାର ହୋଇଯାଇଥାଏ ।

ଗନ୍ଧ

Google

ନାସିକା ଅର୍ଥାତ ଆମର ନାକ ଆମ ପାଞ୍ଚ ଇନ୍ଦ୍ରିୟ ମଧ୍ୟରୁ ସର୍ବଶ୍ରେଷ୍ଠ ଅଟେ । ନିଶ୍ୱାସପ୍ରଶ୍ୱାସ ନେବା ବ୍ୟତୀତ ନାକ ଶୁଙ୍ଘିବା କାର୍ଯ୍ୟ କରିଥାଏ । କୌଣସି ବ୍ୟକ୍ତି ପ୍ରାୟତଃ ତିନୋଟି କାରଣରୁ କୌଣସି ଜିନିଷର ଆଶା ରଖିଥାଏ । ସେହି କାରଣ ଗୁଡିକ ହେଉଛି କୌଣସି ଜିନିଷର ରଙ୍ଗ ରୂପ କିମ୍ବା ଆକୃତି ଦେଖି , କୌଣସି ଜିନିଷର ସ୍ୱାଦ କାରଣରୁ କିମ୍ବା କୌଣସି ଜିନିଷର ଗନ୍ଧ ଯୋଗୁଁ । ଅନେକ ସମୟରେ ଭଲ ଗନ୍ଧ ଯୁକ୍ତ ଜିନିଷ ସ୍ୱାସ୍ଥ୍ୟ ନିମନ୍ତେ ହାନିକାରକ ହୋଇଥାଏ । ଆମକୁ ଆମ ନାକ ଉପରେ ନିୟନ୍ତ୍ରଣ ରଖିବା ଉଚିତ , ଯାହାଫଳରେ ବ୍ୟକ୍ତି ଅନେକ କ୍ଷତିରୁ ନିବୃତ ହୋଉପରିବ ।