ଚେହେରାର ସୁନ୍ଦରତା ବଢ଼େଇବା ପାଇଁ ପ୍ରତି ଦିନ ଏହି କାମ କରନ୍ତୁ । କିଛି ଦିନ ମଧ୍ୟରେ ଚମକି ଉଠିବ ଆପଣଙ୍କ ଚେହେରା ।

Spread the love

ଚେହେରାର ଟୋନିଂ ଏବଂ ମୈଶ୍ଚରାଇଜିଙ୍ଗ ପୂର୍ବରୁ ଏହି କଥାର ଧ୍ୟାନ ରଖିବା ଉଚିତ୍ ଯେ ଏକ୍ସଫ୍ଲାଲିଏଟ କରିବା ଜରୁରୀ ଅଟେ ।

ପ୍ରାୟତଃ ଝିଅ ମାନେ କହିଥାନ୍ତି, ସେମାନଙ୍କ ଚେହେରା ଗ୍ଲୋ କରୁନାହିଁ । ଏହି କାରଣରୁ ଲୋକେ ସେମାନଙ୍କ ପ୍ରତି ଧ୍ୟାନ ଦେଇ ନଥାନ୍ତି । ଏହା ପ୍ରାୟତଃ ସେମାନଙ୍କ କାମ ଉପରେ ପ୍ରଭାବ ପକାଇଥାଏ ତ ବେଳେବେଳେ ସେମାନଙ୍କ ସମ୍ପର୍କ ଉପରେ ପ୍ରଭାବ ପକାଇଥାଏ । ସେମାନଙ୍କ ଏହି ସମସ୍ୟାର କାରଣ ହେଉଛି; ନିଜ ଚେହେରାର ଠିକ ଯତ୍ନ ନ ନେବା । କିଛି ଝିଅ ନିଜ ଚେହେରା ପ୍ରତି ଧ୍ୟାନ ଦେଇ ନଥାନ୍ତି । କିଛି ଝିଅ ନିଜକୁ ସୁନ୍ଦର ଦେଖାଇବା ପାଇଁ ଯାଇ ବିୟୁଟି ପାର୍ଲର ଯାଇଥାନ୍ତି କିନ୍ତୁ କିଛି ଝିଅ ଏପରି କରିବା ପସନ୍ଦ କରିନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ଏପରି କିଛି ଉପାୟ ବିଷୟରେ କହିବୁ; ଯାହାକୁ ଆପଣାଇବା ପରେ ଆପଣଙ୍କ ଚେହେରା ଚମକି ଉଠିବ ।

୧. ଆପଣଙ୍କ ଚେହେରା ଯେକୌଣସି ପ୍ରକାରର ହୋଇଥାଉ ନା କାହିଁକି ଯଦି ଆପଣ ତାହାର ଠିକ ଯତ୍ନ ନେବେ; ତେବେ ଆପଣଙ୍କ ଚେହେରା ଚମକି ଉଠିବ । ଆପଣଙ୍କ ଶୁଷ୍କ ଚେହେରା ଅନେକ ସମୟରେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ଯାହାଫଳରେ ଆପଣଙ୍କ ଚେହେରାରେ ଅନେକ ଦାଗ ଦେଖା ଯାଇଥାଏ । ଯେତେବେଳେ ଆପଣ ନିଜ ଚେହେରା ପାଇଁ କୌଣସି କ୍ରିମ ବ୍ୟବହାର କରନ୍ତି; ତେବେ ସର୍ବଦା ଧ୍ୟାନ ଦିଅନ୍ତୁ ଆପଣଙ୍କ ଚେହେରା ଶୁଷ୍କ ଅଟେ କିମ୍ବା ତେଲିଆ ଅଟେ ।

୨. ବେଳେବେଳେ ଆପଣଙ୍କୁ ଆପଣଙ୍କ ଚେହେରାକୁ ଠିକ ରୂପେ କୌଣସି ଭଲ କ୍ରିମ ଲଗାଇ ସଫା କରିବା ଉଚିତ୍ । ଏପରି କରିବା ଦ୍ୱାରା ଆପଣଙ୍କ ଚେହେରାରେ ଜମି ରହିଥିବା ମଇଳା ଠିକ ରୂପେ ସଫା ହୋଇ ଆପଣଙ୍କ ଚେହେରା ଚମକି ଉଠିବ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଯଦି ଆପଣ ଟୋନିଙ୍ଗ କରୁଛନ୍ତି, ତେବେ ଆପଣଙ୍କ ଚେହେରାର ମଇଳା ଗୁଡିକ ସଫା ହେବ ସଙ୍ଗେ ସଙ୍ଗେ ଚେହେରାର ଉଜ୍ଵଳତା ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ଥାୟୀ ରହିଥାଏ ।

୩. ଯଦି ଆପଣଙ୍କ ଚେହେରା ଶୁଷ୍କ ଅଟେ ଏହି ସମୟରେ ଆପଣ ନିଜ ଚେହେରା ପାଇଁ ଏକ କୋମଳ କରୁଥିବା କ୍ରିମ ବ୍ୟବହାର କରିବା ଉଚିତ୍ । ଚେହେରାର କୋମଳତା ବଜାୟ ରଖିବା ପାଇଁ ଆପଣଙ୍କୁ ଠିକ କ୍ରିମର ଚୟନ କରିବା ଉଚିତ୍ ।

୪. ଠିକ କ୍ରିମର ବ୍ୟବହାର ଫଳରେ ଆପଣଙ୍କ ଚେହେରାର ମୃତ କୋଷ ଗୁଡିକ ପୁଣି ଥରେ ଜୀବିତ ହୋଇ ଆପଣଙ୍କ ଚେହେରା ଚମକିବାରେ ସାହାଯ୍ୟ କରିବ ।

୫॰ ଯଦି ଆପଣଙ୍କ ଗୋଡ଼ର ନଖରେ ମଇଳା ଥାଏ ଏବଂ ଆପଣଙ୍କ ପାଦ ଫାଟି ଥାଏ କିମ୍ବା ଗୋଡ଼ରେ ଅନିଚ୍ଛା କେଶ ଉଠିଥାଏ; ତେବେ ଏହା ଆପଣଙ୍କୁ ଅସୁନ୍ଦର କରି ଦେଇଥାଏ । ତେଣୁ ଆପଣ ସଠିକ କ୍ରିମର ବ୍ୟବହାର କରି ଏଥିରୁ ନିବୃତ ରୁହନ୍ତୁ ।

୬. ଯେତେବେଳେ ଆପଣ ଛୋଟ କପଡା ପିନ୍ଧୁଛନ୍ତି; ସେହି ସମୟରେ ଆପଣ ନିଜ ଗୋଡ଼ ଏବଂ ପାଦ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ ଅଟେ । ଏପରି କ୍ରିମ ବ୍ୟବହାର କରନ୍ତୁ; ଯାହା ଆପଣଙ୍କ ପାଦ ଏବଂ ଗୋଡ଼କୁ ସୁନ୍ଦର ଦେଖାଇବାର ସାହାଯ୍ୟ କରି ପାରିବ ।