ପ୍ରତ୍ୟେକ ଦିନ ଗରିବ ପିଲାମାନଙ୍କୁ ରସ୍ତକଡରେ ମାଗଣାରେ ପଢ଼ାନ୍ତି ଏହି ବ୍ୟକ୍ତି, ଏହାଙ୍କ ପାଖରେ ପଢ଼ୁଥିବା ପିଲାମାନେ ଟପ୍ପର ହେଉଛନ୍ତି !

Spread the love

ଆଜିର ଦୁନିଆରେ ଲେଖା ପଢା କରିବା ପ୍ରତ୍ୟେକଙ୍କ ପାଇଁ ଆବଶ୍ୟକ ହୋଇଥାଏ । ଆପଣଙ୍କ ଜ୍ଞାନ ହିଁ ଆପଣଙ୍କ ଭବିଷ୍ୟତ ନିର୍ଦ୍ଧାରିତ କରିଥାଏ । ଏଥିପାଇଁ ଆମ୍ଭେମାନେ ଆମ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇଥାଉ । ଆମ ସଭିଁଙ୍କ ଚେଷ୍ଟା ଏହା ହୋଇଥାଏ କି, ଆମ୍ଭେମାନେ ଆମ ପିଲାମାନଙ୍କୁ ଭଲ ବିଦ୍ୟାଳୟରେ ପାଠ ପଢ଼ାଇବା । କିନ୍ତୁ ଅଧିକାଂଶ ପିଲାମାନଙ୍କୁ ଏଭଳି ବିଦ୍ୟାଳୟରେ ପଢ଼ିବାକୁ ଭାଗ୍ୟରେ ଲେଖା ହୋଇନଥାଏ । ବିଶେଷ କରି ଗରିବ ପିଲାମାନେ ସରକାରୀ ବିଦ୍ୟାଳୟକୁ ଯାଇଥାନ୍ତି । କେତେକ ପିଲାମାନେ ଏଠାକୁ ମଧ୍ୟ ଯାଇନଥାନ୍ତି । ବର୍ତ୍ତମାନ ସରକାରୀ ବିଦ୍ୟାଳୟର ଅବସ୍ଥା କିଭଳି ଅଛି ତାହା ଆପଣ ସମସ୍ତେ ଜାଣିଥିବେ ! ତେଣୁ ଏଠାରେ ପାଠ ପଢି ମଧ୍ୟ ଅଧିକାଂଶ ପିଲାମାନେ ଅପାଠୁଆ ବା ମୂର୍ଖ ହୋଇ ରହିଯାନ୍ତି । ସେହି ଗରିବ ପିଲାମାନଙ୍କ ପାଖରେ ଏତିକି ମଧ୍ୟ ଟଙ୍କା ନଥାଏ କି ଟ୍ୟୁସନ୍ ଯାଇ ପାଠ ପଢିବେ । କିନ୍ତୁ ଦୁନିଆରେ ଆଜି ମଧ୍ୟ ସେଭଳି ବ୍ୟକ୍ତି ଦେଖିବାକୁ ମିଳୁଛି, ଯିଏକି ଗରିବ ପିଲାଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି । ଆସନ୍ତୁ ଜାଣିବା ସେହିଭଳି ଜଣେ ବ୍ୟକ୍ତିଙ୍କ ଯାହାଙ୍କ ବୟସ ୬୫ ବର୍ଷ, ତଥାପି ବାର୍ଦ୍ଧକ୍ୟତା ତାଙ୍କୁ ଘରେ ବାନ୍ଧି ପାରିନାହିଁ, ରାସ୍ତାକଡରେ ମାଗଣାରେ ଟ୍ୟୁସନ୍ ପଢାଉଛନ୍ତି ଏହି ବ୍ୟକ୍ତି ଜଣକ ।

ଏ ହେଉଛନ୍ତି ହିଁ ସେହି ବ୍ୟକ୍ତି ଯାହାକୁ ୬୫ ବର୍ଷ ହୋଇଛି ଓ ତାଙ୍କର ନାମ ହେଉଛି କମଳ ପରମାର । ସେ ଅହମ୍ମଦାବାଦର ଭୁଦରପୁର କ୍ଷେତ୍ରରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ୧୫୦ରୁ ଉର୍ଦ୍ଧ ପିଲାମାନଙ୍କୁ ପଢ଼ାଇଥାନ୍ତି । ଏହି ବ୍ୟକ୍ତି ଗତ ୧୫ ବର୍ଷରୁ ଏହି କାମ କରିଆସୁଛନ୍ତି । ଗରିବ ପିଲାମାନଙ୍କୁ ଫୁଟପାତ୍ ରେ ମାଗଣାରେ ପାଠ ପଢାଇବା ସହ ସେମାନଙ୍କୁ ରାତ୍ର ଭୋଜନ ମଧ୍ୟ ମାଗଣାରେ ଦେଇଥାନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପିଲାମାନଙ୍କୁ ପଢ଼ାଉଥିବା କମଳ ନିଜେ ଏକ ବିଦ୍ୟାଳୟରେ ପାଠ୍ୟକ୍ରମ ତ୍ୟାଗ କରିଥିବା ବ୍ୟକ୍ତି ଅଟନ୍ତି । କିନ୍ତୁ ଏହା ସତ୍ତ୍ୱେ ସେ ପିଲାମାନଙ୍କୁ ସଠିକ୍ ରାସ୍ତାରେ ନେବା ପାଇଁ ଚେଷ୍ଟା କରୁଛନ୍ତି ।

ଏଭଳି ପ୍ରେରଣା ମିଳିଲା –

କମଳ ଅଟୋ ଚାଳକ ଅଟନ୍ତି । ଭୁଦରପୁରର ଅଞ୍ଚଳ ନିକଟରେ ତାଙ୍କର ଏକ ଫେବ୍ରିକେସିଅନ୍ ଦୋକାନ ଅଛି । ୧୫ ବର୍ଷ ପୂର୍ବେ ଦିନେ ସେ ଦେଖିଲେ କି କେତେକ ପିଲାମାନେ ନିଜ ବାର୍ଷିକ ପରୀକ୍ଷା ଦେଇ ଘରକୁ ଫେରିଥିଲେ । କମଳ ଯେତେବେଳେ ସେହି ପିଲାମାନଙ୍କ ସହ କଥା ହେଲେ, ତେବେ ସେ ଆଶ୍ଚର୍ଯ୍ୟ ହୋଇ ରହିଗଲେ । ସେହି ପିଲାମାନେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ କିନ୍ତୁ ସେମାନଙ୍କୁ ଲେଖିବା ବା ବଢିବା ଆସୁନଥିଲା । ଏହି ଘଟଣା ପରେ ସେ ସେହି ବସ୍ତି ବା ସାହିର ଚାରିପାଖରେ ଖୋଜିବା ପରେ ପାଇଲେ କି, ସେଠାରେ କେବଳ ୫ ଜଣ ହିଁ ଏଭଳି ପିଲା ଥିଲେ ଯେଉଁମାନେ କି ପଢିବା ଓ ଲେଖିବା ଜାଣିଥିଲେ । ସେ ଏହି ମୁହୂର୍ତ୍ତରୁ ପିଲାମାନଙ୍କୁ ମାଗଣାରେ ପାଠ ପଢାଇବା ପାଇଁ ସୁନିଶ୍ଚିତ ହେଲେ ।

ପ୍ରତିଦିନ ସନ୍ଧ୍ୟାରେ ଫୁଟପାତ୍ ରେ ପାଠ ପଢ଼ାଯାଏ –

ସେ ପିଲାମାନଙ୍କୁ ପାଠ ପଢାଇବା ପାଇଁ ସାନ୍ଧ୍ୟ ୫:୩୦ରେ କ୍ଳାସ ଆରମ୍ଭ କରନ୍ତି । ଏହି ସମୟରେ କମଳ ନିଜ କାମ ସବୁକୁ ପୂରଣ କରି ଦେଉଥିଲେ । ପ୍ରଥମେ ଏଠାକୁ ୧୦ ଜଣ ପଢିବାକୁ ଆସୁଥିଲେ କିନ୍ତୁ ଏବେ ଧୀରେ ଧୀରେ ପିଲା ସଂଖ୍ୟା ବଢି, ତାହା ୧୫୦ରୁ ଉର୍ଦ୍ଧ୍ଵ ହୋଇଗଲେ । ଏଠାରେ ପିଲାମାନଙ୍କୁ ସବୁକିଛି ପଢ଼ାଯାଏ । କମଳଙ୍କୁ ପଚାରିଲେ କି ଏହିସବୁ କରି ଆପଣଙ୍କୁ କଣ ମିଳୁଛି, “ସେ ଛାତି ଫୁଲେଇ କହିଲେ, ମୋର ପୁରସ୍କାର କେବଳ ଏହା ଅଟେ କି ଏହି ପିଲାମାନେ ପୂର୍ଣ୍ଣ ଆତ୍ମବିଶ୍ୱାସରେ ନିଜ ଗୋଡରେ ଛିଡ଼ା ହୋଇପାରିବେ ଓ ସେହି ପିଲାମାନଙ୍କ ସହ ସମାନତା କରିପାରିବେ ଯେଉଁମାନେ ଭଲ ପରିବାରରୁ ଆସିଥାନ୍ତି” ।

ସାରା ବିଶ୍ୱରେ ହେଲା ଚର୍ଚ୍ଚା –

ନିଜର ଏହି ମହାନ କାମ ଯୋଗୁଁ ସେ ଆଜି ସାରା ବିଶ୍ୱରେ ଚର୍ଚ୍ଚିତ । ଅଳ୍ପ ଦିନ ପୂର୍ବେ ଫ୍ରାନ୍ସରୁ ଲେସି ଅନ୍ତର୍ଜାତୀୟ st. ଜର୍ମାମୈନ୍ ଏନଲାୟେ ନାମକ ବିଦ୍ୟାଳୟର ଛାତ୍ରମାନେ ଏହି ପିଲାମାନଙ୍କୁ ପଢ଼ାଇବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । କମଳଙ୍କ ଏହି ମହାନ କାମ ପାଇଁ ତାଙ୍କୁ ୨୦୦୯ରେ “ଧରିତ୍ରୀ ରତ୍ନ” ଆୱାର୍ଡ ଦିଆଯାଇଥିଲା ।