ପ୍ରତିଦିନ ସକାଳୁ ଉଠିବା ମାତ୍ର ୫ ମିନିଟ କରନ୍ତୁଵ ଏହି କାର୍ଯ୍ୟ ! ଆପଣଙ୍କ ମସ୍ତିଷ୍କ ଚାଲିବ କମ୍ପୁଟର ଭଳି…

Spread the love

ଆପଣ ଜାଣିଥିବେ, ସମସ୍ତ ବ୍ୟକ୍ତି ଆଜିର ବ୍ୟସ୍ତ ବହୁଳ ଜୀବନରେ ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି । ସମସ୍ତେ ନିଜ ଜୀବନକୁ ସୁସ୍ଥସବଳ ରହିବାକୁ ପସନ୍ଦ କରନ୍ତି । କିନ୍ତୁ ପ୍ରତିଦିନରେ ଜୀବନରେ ଘଟୁଥିବା ଖରାପ ଅଭ୍ୟାସ, ଖରାପ ଖାଇବା ଓ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ବହୁତ ପ୍ରଭାବ ପିଡୁଛି । ଯାହା ଫଳରେ ମନୁଷ୍ୟ ନିଜ ଯୁବ ଅବସ୍ଥାରେ ହିଁ ଦୁର୍ବଳ ହୋଇଯାଇଥାଏ ।

ଏମିତି ବହୁତ ଲୋକ ଅଛନ୍ତି; ଯେଉଁମାନେ ନିଜ ବ୍ୟସ୍ତ ବହୁଳ କାର୍ଯ୍ୟରେ ବ୍ୟସ୍ତତା ରହି ନିଜ ଶରୀରକୁ ଧ୍ୟାନ ଦିଅନ୍ତି ନାହିଁ । ଯାହାଫଳରେ ଶରୀର ଦୁର୍ବଳ ହୋଇଯାଏ । ଆଜିକାଲିର ଜୀବନରେ ଲୋକମାନେ ଅଶ୍ଳୀଳ ଚଳଚିତ୍ର ଦେଖିବା ପାଇଁ ବହୁତ ପସନ୍ଦ କରନ୍ତି । ଅଧିକ ସମୟ ମୋବାଇଲର ବ୍ୟବହାର ଏବଂ ବହୁତ କମ ସମୟ ଶୋଇବା ଦ୍ୱାରା ମନୁଷ୍ୟର ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ । ଏଥିପାଇଁ ଆମେ ଆପଣଙ୍କୁ ଆଜି ଏମତି କିଛି କହିବୁ ଯାହା କି ଆପଣ ସକାଳୁ ମାତ୍ର ୫ ମିନିଟ ଏହି କାର୍ଯ୍ୟ କରିବାକୁ ପଡିବ ! ଏହା ଦ୍ୱାରା ଆପଣଙ୍କ ମସ୍ତିଷ୍କ କମ୍ପୁଟର ଭଳି କାମ କରିବ ! ତ ଆସନ୍ତୁ ଜାଣିବା ସେହି ଉପାୟଟି…

ପ୍ରଥମ ଉପାୟ :

ପ୍ରଥମେ ଶାନ୍ତିରେ ଗୋଟିଏ ଜାଗାରେ ବସନ୍ତୁ ଓ ନୀରବତା ରକ୍ଷା କରନ୍ତୁ ଓ “ଓଁ” ଶବ୍ଦର ଉଚ୍ଚାରଣ କରନ୍ତୁ ଏବଂ ଶୁଣିବାକୁ ପ୍ରୟାସ କରନ୍ତୁ ଏହି ଶବ୍ଦ ଆପଣଙ୍କ ଆତ୍ମାରୁ ଆସୁଥାଏ । ବର୍ତ୍ତମାନ ଏହି ଶବ୍ଦକୁ ଅତ୍ୟନ୍ତ ଗଭୀରତାରୁ ଅନୁଭବ କରିବାକୁ ପ୍ରୟାସ କରନ୍ତୁ । ଏହିପରି ଭାବରେ ଆପଣଙ୍କୁ ୧୦ ମିନିଟ କରିବାକୁ ହେବ । ଏହିଁ କାର୍ଯ୍ୟ ଘୋର ସକାଳୁ ଉଠି କରିବା ବହୁତ ଭଲ । କାରଣ ସକାଳୁ ସକାଳୁ ଆପଣଙ୍କ ମନରେ କୌଣସି କାର୍ଯ୍ୟର ଚିନ୍ତା ନ ଥାଏ ଓ ଆପଣ ଆରାମରେ ନିଜ ମସ୍ତିଷ୍କକୁ ଶାନ୍ତ କରି ପାରିବେ । ଏହି ଉପାୟ ଦ୍ୱାରା ଆପଣ ଅତ୍ୟନ୍ତ ସହଜରେ ନିଜ ମସ୍ତିଷ୍କକୁ ଶାନ୍ତ କରିପାରିବେ ।

ଦ୍ଵିତୀୟ ଉପାୟ :

ମେଡିଟେସନ୍ କରନ୍ତୁ:- ଆପଣଙ୍କ ବ୍ୟସ୍ତ ବହୁଳ ଜୀବନରେ ମସ୍ତିଷ୍କକୁ ସୁସ୍ଥ ଓ ସତେଜ ରଖିବା ପାଇଁ ପ୍ରତିଦିନ ମେଡିଟେସନ୍ କରିବା ଫଳରେ ବହୁତ ପରିମାଣରେ ଲାଭ ମିଳିଥାଏ । ଏହା କରିବା ଦ୍ୱାରା ମସ୍ତିଷ୍କକୁ ଶାନ୍ତି ମିଳିଥାଏ ଏବଂ ସ୍ମରଣ ଶକ୍ତି ମଧ୍ୟ ବଢି ଥାଏ । ଯଦି ଆପଣ ପ୍ରତିଦିନ ସକାଳ ସମୟରେ ମେଡିଟେସନ୍ କରନ୍ତି; ତା’ହାଲେ ଆପଣଙ୍କ ଶରୀର ସୁସ୍ଥ ରହିପାରିବ, ତାହା ସଂଗେ ସଂଗେ ମନ ମଧ୍ୟ ପ୍ରଫୁଲ୍ଲ ରହିବ ।

ଆଶା କରୁଛୁ ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ । ଏବଂ ଆପଣଙ୍କୁ ଗୋଟିଏ ଅନୁରୋଧ ଆମର ଏହି ଅନୁଛେଦଟି ବାସ୍ତବରେ ଆପଣଙ୍କୁ କେତେ ଦୂର ଯୁକ୍ତିଯୁକ୍ତ Comment କରି ଜଣାନ୍ତୁ ! !!ଜୟ ଜଗନ୍ନାଥ !!