ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ୨ଟି ଲବଙ୍ଗ ଖାଇ ପାଣି ପିଇ ନିଅନ୍ତୁ ପରେ ଦେଖନ୍ତୁ ଏହାର ଫଳ ।

Spread the love

ପ୍ରାୟତଃ ଲୋକେ ଭୋଜନରେ ସ୍ୱାଦ ବଢାଇବା ପାଇଁ ମସଲା ରୂପରେ ଲବଙ୍ଗର ବ୍ୟବହାର କରିଥାନ୍ତି । ଏହା ସମସ୍ତଙ୍କ ରୋଷେଇ ଘରେ ଉପଲବ୍ଧ ଥାଏ । କିନ୍ତୁ ଆପଣଙ୍କୁ କହିବା ପାଇଁ ଚାହୁଁଛୁ; ଆୟୁର୍ବେଦ ଅନୁସାରେ ଲବଙ୍ଗରେ ଅନେକ ଔଷଧୀୟ ଗୁଣ ରହିଥାଏ । ଲବଙ୍ଗରେ ଏଣ୍ଟିଅକ୍ସୀଡେଣ୍ଟ, ଜୀବାଣୁ ନିରୋଧୀ, ଏଣ୍ଟିଭାଇରସ୍, ଏଣ୍ଟିସେପ୍ଟିକ୍ ଏବଂ ଏଣ୍ଟିଇଂଫ୍ଲେମେଟ୍ରି ପରି ଗୁଣ ରହିଛି; ଯାହା ଶରୀରରେ ହେଉଥିବା ବିଭିନ୍ନ ରୋଗରୁ ରକ୍ଷା କରିଥାଏ । ଏହା ସହ ଲବଙ୍ଗରେ ପୋଟାସିୟମ, ସୋଡିୟମ, ଫସଫରସ୍, ଆୟୋଡିନ ଏବଂ ଫାଇବାର ପ୍ରଚୁର ପରିମାଣରେ ରହିଥାଏ । ଆଜି ଆମେ କହିବୁ, ରାତିରେ ଶୋଇବା ପୂର୍ବରୁ ୨ଟି ଲବଙ୍ଗ ଖାଇଲେ କଣ ସବୁ ଫାଇଦା ହୋଇଥାଏ । ତେବେ ଆସନ୍ତୁ ଜାଣିବା :

ନିଜର ସ୍ଵତନ୍ତ୍ର ଗୁଣ ଯୋଗୁଁ ଲବଙ୍ଗ ନା କେବଳ ଆମ ଦେଶରେ, ପୁରା ଦୁନିଆରେ ମଧ୍ୟ ପ୍ରସିଦ୍ଧ ଅଟେ । ଯାହା ମୁହଁର ଦୂର୍ଗନ୍ଧ ଦୂର କରିବା ଠାରୁ ଆରମ୍ଭ ଦାନ୍ତ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।ଯେଉଁମାନଙ୍କ ଦାନ୍ତରେ ସମସ୍ୟା ରହିଛି ସେମାନେ ପ୍ରତିଦିନ ରାତିରେ ଲବଙ୍ଗ ଖାଇବା ଦ୍ୱାରା ଦାନ୍ତ ସମସ୍ୟାରୁ ଦୁରେଇ ପାରିବେ ।

ଆଜିକାଲିର ଜୀବନ ଯାପନ ଶୈଳୀରେ ପ୍ରତି ବ୍ୟକ୍ତି ଫାଷ୍ଟଫୁଡକୁ ପସନ୍ଦ କରିଥାନ୍ତି । ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ପାଇଁ ପସନ୍ଦ କରନ୍ତି । ଯାହାଫଳରେ ସେମାନଙ୍କ ପେଟ ସମସ୍ୟା ଦେଖା ଯାଇଥାଏ । କିନ୍ତୁ ଆପଣଙ୍କୁ କହିବା ପାଇଁ ଚାହୁଁଛୁ; ଲବଙ୍ଗରେ ଏପରି ତତ୍ୱ ସବୁ ରହିଛି; ଯାହା ଆପଣଙ୍କ ପାଚନ ତନ୍ତ୍ରକୁ ଠିକ୍ କରିଥାଏ । ଏଥିପାଇଁ ରାତିରେ ଶୋଇବା ପୂର୍ବରୁ ଲବଙ୍ଗ ଖାଇ ଅଳ୍ପ ଉଷୁମ ପାଣି ପିଇବା ଉଚିତ୍ । ଏପରି କରିବା ଦ୍ୱାରା ପାଚନତନ୍ତ୍ର ଠିକ୍ ହେବା ସହ ଗ୍ୟାସ, କୋଷ୍ଟକାଠିନ୍ୟ, ଏସିଡିଟି ଜନିତ ସମସ୍ୟାରୁ ଉପଶମ ମିଳିଥାଏ ।

ଆଜିକାଲିର ବ୍ୟସ୍ତ ଜୀବନଶୈଳୀରେ ଚିନ୍ତା ହେବା ଏକ ସାଧାରଣ ସମସ୍ୟା ଅଟେ । ଏହାର ଖରାପ ପ୍ରଭାବ ଆମ ଜୀବନ ଉପରେ ପଡିଥାଏ, ଏହା ଦ୍ୱାରା ହୃଦୟ ସମସ୍ୟା ଦେଖାଯାଇ ଥାଏ । ଯଦି ଆପଣ ଚିନ୍ତଗ୍ରସ୍ତରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତେବେ ପ୍ରତିଦିନ ଗାଧୋଇବା ପାଣିରେ ଲବଙ୍ଗ ତେଲ ମିଶାଇ ଗାଧୋଇବା ଗାଧାଇବା ଦ୍ୱାରା ଆପଣ ଚିନ୍ତା ମୁକ୍ତ ହୋଇପାରିବେ ।