ପ୍ରତି ମନୁଷ୍ୟକୁ ନିଜ ଜୀବନରେ ଥରେ ମଧ୍ୟ ସୁନ୍ଦରକାଣ୍ଡ ପାଠ କରିବା ଉଚିତ୍ । ଜାଣନ୍ତୁ ଏହାର କାରଣ ।

Spread the love

ପ୍ରତି ଶୁଭ କାର୍ଯ୍ୟରେ ଲୋକେ ଶ୍ରୀରାମ ଚରିତ ମାନସର ସୁନ୍ଦରକାଣ୍ଡ ପାଠ ନିଜ ଘରେ କରିଥାନ୍ତି । ମାନ୍ୟତା ରହିଛି, କୌଣସି ଶୁଭ କାର୍ଯ୍ୟର ପ୍ରାରମ୍ଭରେ ସୁନ୍ଦରକାଣ୍ଡର ପାଠ କରିବା ଦ୍ୱାରା ସମସ୍ତ କ୍ଷେତ୍ରରେ ସଫଳତା ମିଳିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୁନ୍ଦରକାଣ୍ଡ ପାଠର ଗୁରୁତ୍ୱ କଣ ପାଇଁ ଦିଆଯାଉଛି ଏବଂ କଣ ପାଇଁ ସୁନ୍ଦରକାଣ୍ଡର ପାଠ କରିବା ଜରୁରୀ ? ଏହି ବିଷୟରେ ଆଜି ଆମେ ଆପଣ ମାନଙ୍କୁ ଅବଗତ କରାଇବୁ ।

ଆସନ୍ତୁ ଜାଣିବେ ସୁନ୍ଦରକାଣ୍ଡ ପାଠ ବିଷୟରେ ।

ସମସ୍ୟାରୁ ମୁକ୍ତି ମିଳିଥାଏ :

ଯେତେବେଳେ ବ୍ୟକ୍ତି ଚିନ୍ତା ଏବଂ ସମସ୍ୟାରେ ଘେରି ହୋଇ ରହିଥାଏ; ତେବେ ସେହି ବ୍ୟକ୍ତିକୁ କୌଣସି କ୍ଷେତ୍ରରେ ମଧ୍ୟ ସଫଳତା ମିଳି ନ ଥାଏ । ଏହା ଦ୍ୱାରା ବ୍ୟକ୍ତି ଆତ୍ମବିଶ୍ୱାସ କମ ହୋଇ ଯାଇଥାଏ । ଏହି ସ୍ଥିତିରେ ସୁନ୍ଦରକାଣ୍ଡର ପାଠ କରିବା ଆବଶ୍ୟକ ଅଟେ ଏବଂ ସୁନ୍ଦରକାଣ୍ଡର ପାଠ କରିବା ଦ୍ୱାରା ଜୀବନର ପ୍ରତିଟି ସମସ୍ୟା ଦୂର ହୋଇଯାଇଥାଏ ।

କୁଣ୍ଡଳୀ ବା ଜାତକରେ ଥିବା ଦୋଷ ଦୂର ହୋଇଥାଏ :

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତିର କୁଣ୍ଡଳୀରେ ଦୋଷ ଥିଲେ ଏବଂ ଜୀବନର ପ୍ରତିଟି ସମସ୍ୟା ଦୂର କରିବା ପାଇଁ ଚାହୁଁଥିଲେ, ସୁନ୍ଦରକାଣ୍ଡ ପାଠ କରିବା ନିହାତି ଆବଶ୍ୟକ ଅଟେ । ଏହା ଆପଣଙ୍କ ସମସ୍ତ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ ।

ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ :

ସୁନ୍ଦରକାଣ୍ଡ ପାଠ କରିବା ଦ୍ୱାରା ଆତ୍ମବିଶ୍ୱାସ ଏବଂ ଇଛାଶକ୍ତିରେ ବୃଦ୍ଧି ହୋଇଥାଏ । ଏହା ପାଠ କରିବା ଦ୍ୱାରା ବ୍ୟକ୍ତିକୁ ମାନସିକ ଶାନ୍ତି ପ୍ରାପ୍ତି ହୋଇଥାଏ ଏବଂ କୌଣସି କାର୍ଯ୍ୟ କରିବା ପାଇଁ ଇଛାଶକ୍ତି ଜାଗ୍ରତ ହୋଇଥାଏ । ଯାହାଫଳରେ ସଫଳତା ପ୍ରାପ୍ତି ହୋଇଥାଏ ।

ଶ୍ରୀରାମଙ୍କ କୃପା ପ୍ରାପ୍ତି ହୋଇଥାଏ :

ଯଦି ଆପଣ ନିଜ ଘରେ ସୁନ୍ଦରକାଣ୍ଡ ପାଠ କରନ୍ତି, ଏହା ଦ୍ୱାରା ହନୁମାନଙ୍କ ସହ ପ୍ରଭୁ ଶ୍ରୀରାମଙ୍କ କୃପା ମଧ୍ୟ ଆପଣଙ୍କୁ ପ୍ରାପ୍ତି ହୋଇଥାଏ । ଜୀବନରେ ଚାଲୁଥିବା ସମସ୍ତ ସମସ୍ୟା ଦୂର ହେବା ସହ ଜୀବନରେ ସଫଳତା ପ୍ରାପ୍ତି ହୋଇଥାଏ । ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ନିମନ୍ତେ, ଏହା ସବୁଠୁ ସରଳ ଉପାୟ ଅଟେ ।

ଜିତିବାର ବିଶ୍ୱାସ ଦେଇଥାଏ :

ସୁନ୍ଦରକାଣ୍ଡ ଜଣେ ଭକ୍ତର ବିଜୟର କାଣ୍ଡ ଅଟେ ଯିଏ ନିଜର ଇଛାଶକ୍ତି ମାଧ୍ୟମରେ ଜୀବନରେ ସଫଳତା ହାସଲ କରିପାରିବ । ରାମ ଚରିତ ମାନସରେ ଏହିପରି ଅନେକ ଗୁଡିଏ ମହତ୍ୱପୂର୍ଣ୍ଣ ସୁତ୍ର ବିଷୟରେ କୁହାଯାଇଛି, ଯାହାକୁ ପାଳନ କରିବା ଦ୍ୱାରା ବ୍ୟକ୍ତି ଜୀବନରେ ସଫଳତା ଅର୍ଜନ କରିପାରିବ । ସୁନ୍ଦରକାଣ୍ଡ ଏହିପରି ଏକ ଅଧ୍ୟାୟ ଅଟେ, ଯାହା ଶ୍ରୀରାମଙ୍କ ଭକ୍ତ ହନୁମାନଙ୍କ ବିଜୟ କାଣ୍ଡ ଅଟେ । ସାରା ରାମାୟଣରେ ସୁନ୍ଦରକାଣ୍ଡ ସବୁଠୁ ଶ୍ରେଷ୍ଠ କାଣ୍ଡ ଅଟେ । ଏହାକୁ ପାଠ କରିବା ଦ୍ୱାରା ଜୀବନର ସମସ୍ତ ସମସ୍ୟା ଦୂର ହେବା ସହ ସଫଳତା ମିଳିଥାଏ । ଏହି ସମସ୍ତ କାରଣରୁ କୁହାଯାଇଛି ମନୁଷ୍ୟକୁ ଜୀବନରେ ଥରେ ସୁନ୍ଦରକାଣ୍ଡର ପାଠ କରିବା ନିହାତି ଜରୁରୀ ଅଟେ ।