ଭଗବାନ ହନୁମାନଙ୍କୁ ଶନିବାର ଦିନ ଏହି ଜିନିଷଗୁଡ଼ିକ ଅର୍ପଣ କରନ୍ତୁ, ଜୀବନର ସବୁ ସମସ୍ୟା ଦୂର ହେବ ଓ ଶନିଦେବଙ୍କ କୃପା ମଧ୍ୟ ମିଳିବ ।

Spread the love

ଆପଣ ସମସ୍ତେ ଜାଣିଥିବେ ଶନିବାର ଦିନ ଶନି ଦେବଙ୍କ ସହ ହନୁମାନଙ୍କୁ ମଧ୍ୟ ପୂଜା କରାଯାଏ । ଏଭଳି କୁହାଯାଏ କି, ଶନିବାର ଦିନ ହନୁମାନଙ୍କୁ ପୂଜା କରିଲେ ହନୁମାନଙ୍କ କୃପ ସହ ଶନି ଦେବଙ୍କ କୃପା ମଧ୍ୟ ପ୍ରାପ୍ତ ହେବ । କଳିଯୁଗରେ ଭଗବାନ ହନୁମାନ ହିଁ ଏଭଳି ଅଟନ୍ତି, ଯିଏକି ଭକ୍ତମାନଙ୍କର କଷ୍ଟକୁ ଶୀଘ୍ର ଦୂର କରିଥାନ୍ତି । ଯେଉଁମାନେ ସ୍ଵଚ୍ଛ ମନରେ ହନୁମାନଙ୍କୁ ସ୍ମରଣ କରନ୍ତି, ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଭଗବାନ ନିଶ୍ଚୟ ଆସିଥାନ୍ତି ଓ ଜୀବନର ପ୍ରତ୍ୟେକ ସମସ୍ୟା ଦୂର କରିଥାନ୍ତି ।

ଯଦି ଆପଣଙ୍କ ଜୀବନରେ କୌଣସି ପ୍ରକାରର ସମସ୍ୟା ଉତ୍ପନ୍ନ ହେଉଅଛି, ତେବେ ଭଗବାନ ହନୁମାନଙ୍କୁ କିଛି ବିଶେଷ ଜିନିଷ ଅର୍ପଣ କରି ନିଜ ଜୀବନର ସମସ୍ୟାରୁ ମୁକ୍ତି ପାଇ ପାରିବେ । ଆଜି ଆମେ ଆପଣଙ୍କୁ କିଛି ଏଭଳି ଉପାୟ କହିବାକୁ ଯାଉଛୁ, ଯାହାଦ୍ୱାରା କି ଆପଣ ଅନେକ ପ୍ରକାରର ସମସ୍ୟାଠାରୁ ମୁକ୍ତି ପାଇପାରିବେ । ଯଦି ଏହି ଉପାୟକୁ ଶନିବାର ଦିନ କରିବେ, ତେବେ ଅନେକ ସମସ୍ୟାର ସମାଧାନ ହେଇଯିବ ।

ଶନିବାର ଦିନ ଭଗବାନ ହନୁମାନଙ୍କୁ ଅର୍ପଣ କରନ୍ତୁ ଏହି ଜିନିଷ ଗୁଡ଼ିକ :

ସୋରିଷ ତେଲର ଦୀପ :

ଆପଣ ଶନିବାର ଦିନ ସୂର୍ଯ୍ୟାସ୍ତ ହେବାପରେ ହନୁମାନଙ୍କ ମନ୍ଦିର ଭିତରେ ସୋରିଷ ତେଲର ଦୀପ ଜଳାନ୍ତୁ । ଯଦି ଆପଣ ମାଟି ଦୀପରେ ସୋରିଷ ତେଲ ପକାଇ ଜାଳିବେ, ତେବେ ଏହା ବହୁତ ଲାଭଦାୟକ ହୋଇଥାଏ । ଏହାଛଡା ଆପଣ ହନୁମାନ ଚାଳିଶା ବା ସୁନ୍ଦରକାଣ୍ଡ ପଢନ୍ତୁ । ଯଦି ଆପଣ ଏହି ଉପାୟଟି କରିବେ; ତେବେ ଆପଣଙ୍କ ସବୁ କଷ୍ଟ ଦୁରେଇ ଯିବ ଓ ହନୁମାନଙ୍କ ସହ ଶନି ଦେବଙ୍କ କୃପା ମଧ୍ୟ ପ୍ରାପ୍ତ ହେବ ।

ହନୁମାନ ଚାଳିଶା ଯନ୍ତ୍ର :

ଯଦି ଆପଣ ଚାହୁଁଛନ୍ତି କି, ଭଗବାନ ହନୁମାନ ଆପଣଙ୍କ ଉପରେ ପ୍ରସନ୍ନ ହୋଇ ରହିବେ ଓ ହନୁମାନଙ୍କ ଆଶୀର୍ବାଦ ସବୁବେଳେ ଆପଣଙ୍କ ଉପରେ ରହୁ; ତେବେ ଆପଣ ଆପଣଙ୍କ ଇଛା ପୂରଣ କରିବା ନିମନ୍ତେ ହନୁମାନ ଚାଳିଶା ଯନ୍ତ୍ର ବ୍ୟବହାର କରନ୍ତୁ । ଯଦି ଆପଣ ହନୁମାନଙ୍କ ଚାଳିଶା ଯନ୍ତ୍ରର ଛୋଟ ଲୋକେଟ ଧାରଣ କରିବେ, ତେବେ ଆପଣଙ୍କ ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହେବ ।

ନଡ଼ିଆ ଅର୍ପଣ କରନ୍ତୁ :

ଶନିବାର ଦିନ ହନୁମାନ ମନ୍ଦିରକୁ ଗୋଟିଏ ନଡ଼ିଆ ନିଅନ୍ତୁ ଓ ହନୁମାନଙ୍କ ପ୍ରତିମା ସାମ୍ନାରେ ନଡ଼ିଆକୁ ନିଜ ମୁଣ୍ଡ ଉପରେ ୭ଥର ବୁଲାଇବେ, ଏଭଳି କରିବା ସମୟରେ “ଓଁ ରାମ ଦୂତାୟ ନମଃ” ବା “ଓଁ ମହାବିରାୟ ନମଃ” ମନ୍ତ୍ରର ଜପ କରନ୍ତୁ । ଏହାପରେ ହନୁମାନଙ୍କ ପ୍ରତିମା ସାମ୍ନାରେ ନଡ଼ିଆ ଭାଙ୍ଗନ୍ତୁ ଓ ସେହି ନଡ଼ିଆକୁ ହନୁମାନଙ୍କୁ ଅର୍ପଣ କରି ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କର ଶନି ଦୋଷ ଓ ନିଜ ଜୀବନରେ ହେଉଥିବା ସମସ୍ୟା ଗୁଡ଼ିକୁ ଦୂର କରିବା ପାଇଁ ପ୍ରାର୍ଥନା କରନ୍ତୁ ଓ ନଡ଼ିଆ ପ୍ରାସାଦକୁ ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କୁ ବାଣ୍ଟି ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କୁ ଲାଭ ମିଳିବ ।

ଅଶ୍ଵତତ୍ଥଗଛ ପତ୍ରର ପ୍ରୟୋଗ :

ଅଧିକାଂଶ ଲୋକମାନେ ଜାଣିଥିବେ କି, ଶନିବାର ଦିନ ଅଶ୍ଵତତ୍ଥ ଗଛକୁ ପୂଜା କରିବାର ଅଧିକ ମହତ୍ତ୍ୱ ରହିଛି । ଏଭଳି କୁହାଯାଏ କି, ଶନି ଦେବଙ୍କ ବାସ ଅଶ୍ଵତତ୍ଥ ଗଛ ଅଟେ । ଯିଏ ଶନିବାର ଦିନ ଅଶ୍ଵତତ୍ଥ ଗଛକୁ ପୂଜା କରିଥାନ୍ତି, ସେମାନଙ୍କର ଶନି ଦୋଷ ଦୁରେଇ ଯାଇଥାଏ । ୧୧ଟି ଅଶ୍ଵତତ୍ଥ ପତ୍ର ନିଅନ୍ତୁ କିନ୍ତୁ ଧ୍ୟାନ ରଖିବେ ସେଥିରେ ଯେଭଳି କି କୌଣସି ଫଟା ବା କଣା ନ ରହିବ । ଏହି ପତ୍ରକୁ ପାଣିରେ ଭଲ ରୁପେ ଧୋଇ ଦିଅନ୍ତୁ ଓ ଏହାକୁ ହନୁମାନ ମନ୍ଦିରକୁ ନିଅନ୍ତୁ, ଏହି ପତ୍ର ଉପରେ ଚନ୍ଦନରେ ଶ୍ରୀରାମ ଲେଖି ଗୋଟିଏ ମାଲା ବନନ୍ତୁ ଓ ଏହି ମାଲ ହନୁମାନଙ୍କୁ ଅର୍ପଣ କରନ୍ତୁ ।