ଆପଣ ଯଦି ପ୍ରତ୍ୟେକ ଦିନ ୧୦ ମିନିଟ୍ ଏହି କାମ କରନ୍ତି, ତେବେ ଆପଣଙ୍କ ଦେହରୁ ଥକ୍କାପଣ ଓ ଦୁର୍ବଳତା ଦୂର ହୋଇଯିବ ।

Spread the love

ଆଜିକାଲିର ବ୍ୟସ୍ତମୟ ଜୀବନରେ ଲୋକମାନେ ଥକ୍କି ଯାଉଛନ୍ତି । କାମ କରିବା ସମୟରେ ଆମେମାନେ ସବୁବେଳେ ନିଜ ଉପରେ ଧ୍ୟାନ ଦେବା ଭୁଲିଯାଇଥାଉ । ଏହିପରି ଜୀବନ ଯାପନ ଶୈଳୀ ଶରୀରର ବହୁତ କ୍ଷତି କରିଥାଏ । କେତେବେଳେ ଆଖିର ସମସ୍ୟା ଦେଖାଯାଏ ତ ପୁଣି କେତେବେଳେ ଅଣ୍ଟାରେ ଦରଜ ହୋଇଥାଏ, ପୁଣି କେତେବେଳେ ଥକ୍କାପଣ ଅନୁଭବ କରିବା । ପ୍ରାୟ ସମୟରେ ଅଧିକାଂଶ ଲୋକମାନେ ଏହି ସବୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଆସନ୍ତୁ ଆମେ ଆଜି ଜାଣିବା କେଉଁ ବିଷୟ ଗୁଡ଼ିକୁ ଧ୍ୟାନ ଦେଇ ଆମେ ଏହା ଠାରୁ ଦୁରେଇ ରହିପାରିବା ଓ ନିଜକୁ ସୁସ୍ଥ ଶବଳ ରଖିପାରିବା ।

ଦୁର୍ବଳ ଓ ଚାପ ଦୁହେଁ ଅଲଗା ଅଟେ –

ସର୍ବପ୍ରଥମେ ଆପଣ ସମସ୍ତେ ଏହି ବିଷୟରେ ଜାଣିବା ଉଚିତ କି ଦୁର୍ବଳ ଓ ଚାପ ମଧରେ ଅନ୍ତର ଥାଏ । କାରଣ ଏହି ଦୁହେଁ ଭିନ୍ନ ଭିନ୍ନ ଅଟେ । ଯେତେବେଳେ ଆପଣ କାମ ଯୋଗୁଁ ଅଧିକ ଚାପରେ ରହୁଛନ୍ତି ଓ ଆପଣ ଏଭଳି ଅନୁଭବ କରନ୍ତି କି, ଏବେ ବହୁତ ଥକ୍କି ଯାଇଛି ଏବେ ଆଉ କିଛି କରିପାରିବି ନାହିଁ । ଶରୀର ଅଧିକ ଥକ୍କିବା ଯୋଗୁଁ ଏହି ସ୍ଥିତିରେ ପହଞ୍ଚିଥାଏ, ଯେଉଁଠାରୁ କି ଗୋଟିଏ ପାଦ ମଧ୍ୟ ଆଗକୁ ଯାଇହୁଏ ନାହିଁ । ଆପଣଙ୍କ ଭିତରେ କିଛି କରିବା ପାଇଁ ଇଚ୍ଛା ଶକ୍ତି ଆଉ ରହିନଥାଏ ।

ଏହି ପରିସ୍ଥିରୀରେ ଆପଣ କେବଳ ଶାରୀରିକ ରୂପରେ ହିଁ ନୁହଁ ବରଂ ମାନସିକ ଓ ଭାବନାତ୍ମକ ରୂପରେ ମଧ୍ୟ ଥକ୍କିବା ଭଳି ଅନୁଭବ କରିବେ । ଏହି ସ୍ଥିତିକୁ ଦୁର୍ବଳତା କୁହାଯାଏ, ଯେତେବେଳେ କି ଏହା ଚାପ ଅଧିକରୁ ଅଧିକ ଥାଏ ।

ଚାପ ଯୋଗୁଁ ହୋଇଥାଏ ମୁଣ୍ଡ ବ୍ୟଥା ଓ କାନ୍ଧ ବ୍ୟଥା –

ଦୁନିଆରେ ଏଭଳି ଅନେକ ଲୋକମାନେ ଅଛନ୍ତି; ଯେଉଁମାନେ କି ଦୁର୍ବଳ ଅନୁଭବ କରିବାର ଶିକାର ହୋଇଛନ୍ତି । ଏଭଳି ଲୋକମାନେ ଅଧିକ ଚାପ ଅନୁଭବ କରିଥାନ୍ତି କି ସେମାନଙ୍କୁ କାନ୍ଧରେ ଯନ୍ତ୍ରଣା, ଆଖି ପୀଡା ଓ ମୁଣ୍ଡରେ ବ୍ୟଥା ଅନୁଭବ କରିଥାନ୍ତି । ଯଦି ଏଭଳି ସ୍ଥିତି ନିରନ୍ତର ରହିଥାଏ, ତେବେ ଆପଣଙ୍କୁ ହୃଦୟକୁ ଖରାପ ପ୍ରଭାପ ପକାଇବା ସହ ପ୍ରାଣ ମଧ୍ୟ ଚାଲି ଯାଇପାରେ ।

ଏହି ଚାପକୁ ଦୂର କରିବାପାଇଁ ଉପାୟ –

ଶରୀରରେ ବ୍ୟଥା ହେବା ଯୋଗୁଁ ଶେଜରୁ (ଖଟ) ଉଠିବାକୁ ଇଚ୍ଛା ନ ଲାଗୁଥିଲେ । ଏହିପରି ସ୍ଥଳରେ ନିଜକୁ ବାଧ୍ୟ କରି ଉଠାଇବାକୁ ଚେଷ୍ଟା କରନ୍ତୁ ନାହିଁ । ଏହା ବଦଳରେ ଆପଣ ଖଟ (ଶେଜ) ଉପରେ ଅଳ୍ପ ଆରାମ କରିନେବା ଉଚିତ । ଏହାପରେ ଆପଣ ଆସନ କରନ୍ତୁ; ଏହାଦ୍ୱାରା ଆପଣ ଚାପରୁ ଦୁରେଇ ରହିପାରିବେ ।

ଯୋଗ ଭଙ୍ଗା ବିପରୀତ କରିବା –

ଏହି ଯୋଗକୁ କରିବାପାଇଁ ଆପଣ ତଳେ ଶୋଇ ନିଜ ଗୋଡ଼କୁ କାନ୍ଥରେ ଉପରେ ସିଧାରେ ରଖିବା ଉଚିତ ଓ ଶରୀରକୁ ଇଂରାଜୀ ଅକ୍ଷର ଏଲ୍ ଆକାରରେ କରିବା ଆବଶ୍ୟକ । ଯେତେବେଳେ ଆପଣଙ୍କୁ ଲାଗିଥାଏ କି ଆପଣଙ୍କ ଶରୀରରେ ଅଧିକ ବ୍ୟଥା ହେଉଛି; ତେବେ ଆପଣ ଅନ୍ୟ ଉପାୟ ପ୍ରୟୋଗ କରିବା ବଦଳରେ ଏହି ଯୋଗକୁ କରନ୍ତୁ ।

ଶରୀର ଓ ମସ୍ତିଷ୍କକୁ ଆରାମ ଦେବାପାଇଁ ଏହି ଯୋଗ ସବୁଠାରୁ ଉତ୍ତମ ଅଟେ । ଏହି ଯୋଗ ଦ୍ୱାରା ଯେକୌଣସି ପ୍ରକାରର ଚାପ, ଦୁର୍ବଳତା, ଅଳସୁଆ ଓ ଥକ୍କାପଣ ସହ ଲଢ଼ିବା ପାଇଁ ବହୁତ ଲାଭଦାୟକ ଅଟେ । ଏହି ଯୋଗକୁ ପ୍ରତ୍ୟେଜ ଦିନ ଅତି କମରେ ୧୦ ମିନଟ୍ କରନ୍ତୁ ।