କେବେ ଅଡିସନରେ ଇଣ୍ଟିମେଟ ଦୃଶ୍ୟକୁ ନେଇ ବିସ୍ମିତ ହୋଇଥିବା ଏହି ଅଭନେତ୍ରୀ ଜଣକ ଆଜି ପଦ୍ମାବତ ଭଳି ଫିଲ୍ମରେ ଏକ ମୁଖ୍ୟ ଚରିତ୍ରରେ ଅଭିନୟ କରି ସାରିଛନ୍ତି ।

Spread the love

ଚଳଚ୍ଚିତ୍ରରେ କାମ କରୁଥିବା ଅଭିନେତ୍ରୀ ମାନଙ୍କ ସହିତ ତାଙ୍କ ପ୍ରଥମ ଦିନ ଗୁଡିକରେ ଏମିତି ସବୁ ବହୁତ ଘଟଣା ହୁଏ, ଯାହା ସେତେବେଳେ ତାଙ୍କୁ ଅସହଜ ଲାଗେ କିନ୍ତୁ ଏବେ ସେ କଥାକୁ ମନେ ପକେଇଲେ ତାଙ୍କ ମନରେ ହସ ଆସିଯାଏ । ଏମିତିକା ଘଟଣାମାନ କେବଳ ଛୋଟ ଛୋଟ ଅଭିନେତ୍ରୀ ମାନଙ୍କ ସହିତ ହୋଇ ନ ଥାଏ ବରଂ କିଛି ବଡ଼ ବଡ଼ ଅଭିନେତ୍ରୀ ମାନଙ୍କ ସହିତ ମଧ୍ୟ ହୋଇ ସାରିଛି । ଏଥିରେ ଅଭିନେତ୍ରୀ ଆଦିତି ରାଓ ହୈଦରଙ୍କ ନାମ ମଧ୍ୟ ଆସିଛି, ଯିଏ ତାଙ୍କର ପୁରୁଣା କଥାକୁ ମନେପକାଇ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ସେ ଯେତେବେଳେ ଅଡିସନ ଦେଇଥିଲେ; ସେତେବେଳେ ସେ ଅଡିସନର ଇଣ୍ଟିମେଟ ଦୃଶ୍ୟକୁ ନେଇ ବିସ୍ମିତ ହୋଇ ଯାଇଥିଲେ । ସେହି ସମୟରେ ତାଙ୍କୁ କିପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଲା ଚାଲନ୍ତୁ ଜାଣିବା ।

କେବେ ଅଡିସନରେ ଇଣ୍ଟିମେଟ ଦୃଶ୍ୟକୁ ନେଇ ଏହି ଅଭିନେତ୍ରୀ ଜଣକ ବିସ୍ମିତ ହୋଇଯାଇ ଥିଲେ :

ବଲିଓଡ଼ ଅଭିନେତ୍ରୀ ଆଦିତି ରାଓ ହୈଦର ଅଡିସନ ଦେବା ସମୟରେ ହୋଇଥିବା ଏକ ଘଟଣା ବିଷୟରେ କହିଲେ; ଯାହାର ବହୁତ ଚର୍ଚ୍ଚା ମଧ୍ୟ କରାଯାଉଛି । ଆଦିତି କହିଥିଲେ ଯେ, ଚଳଚ୍ଚିତ୍ର ‘ୟେ ସାଲି ଜିନ୍ଦଗୀ’ ପାଇଁ ସେ ଯେତେବେଳେ ଅଡିସନ ଦେଇଥିଲେ; ସେହି ସମୟରେ ତାଙ୍କୁ ଏକ ଅଜଣା ଲୋକଙ୍କ ସହିତ ଇଣ୍ଟିମେଟ ସିନ ଦେବାର ଥିଲା । ଗୋଟିଏ Talk Showରେ ଅଭିନେତ୍ରୀ ଆଦିତି କହିଥିଲେ ଯେ, “ଫିଲ୍ମ ୟେ ସାଲି ଜିନ୍ଦଗୀ” ଅଡିସନ ଦେବା ସମୟରେ ମୋତେ ଏମିତି ଏକ ବ୍ୟକ୍ତିଙ୍କ ସହ ଇଣ୍ଟିମେଟ ହେବାର ଥିଲା ଯାହାକୁ ମୁଁ ଜାଣି ନଥିଲି ଏବଂ ସେ ବହୁତ ଲମ୍ବା ଚଉଡ଼ା ମଧ୍ୟ ଥିଲେ । ମୁଁ ସେହି ସମୟରେ ଏମିତି ଭାବୁଥିଲି ଯେ ଏଠି କଣ ସବୁ ଚାଲୁଛି ?

“ପ୍ରକୃତରେ ଆଦିତି ଅଭିନେତା ଅରୁଣଦୟ ସିଂଙ୍କ ବିଷୟରେ କହୁଥିଲେ । ଆଦିତି ବଲିଉଡ଼ ଚଳଚ୍ଚିତ୍ର “ୟେ ସାଲି ଜିନ୍ଦଗୀ” ଜରିଆରେ ଡେବ୍ୟୁ କରିଥିଲେ । ଆଦିତି ଏକ ଇଣ୍ଟରଭ୍ୟୁରେ ଏହା ମଧ୍ୟ କହିଛନ୍ତି ଯେ, ସେହି ଅଡିସନରେ ତାଙ୍କୁ ବହୁତ ଅଜୀବ ଲାଗିଥିଲା । କାହିଁକି ନା ଏହା ତାଙ୍କ ଜୀବନର ସବୁଠାରୁ ଭିନ୍ନ ଅଡିସନ ଥିଲା ।

ଯେତେବେଳେ ତାଙ୍କୁ ପଚରାଗଲା କି କ’ଣ ଆପଣ ଅଡିସନ ସମୟରେ ଅସହଜ ଅନୁଭବ କରୁଥିଲେ । ଏହାର ଉତ୍ତରରେ ଆଦିତି କହିଲେ ଯେ, ସେତେବେଳେ ସେ ଲମ୍ବା-ଚଉଡ଼ା ଉଚ୍ଚତା ବିଶିଷ୍ଟ ଅରୁଣଦୟଙ୍କୁ ଜାଣିନଥିଲେ, ସେଥିପାଇଁ ତାଙ୍କୁ ବହୁତ ଅଲଗା ଲାଗୁଥିଲା କିନ୍ତୁ ତାଙ୍କର ସହ-କଳାକାରଙ୍କର ବ୍ୟବହାର ବହୁତ ଭଲ ଥିଲା । ଯାହାଦ୍ୱାରା କି ତାଙ୍କୁ ପରେ କୌଣସି ହଇରାଣ ହେବାକୁ ପଡ଼ିଲା ନାହିଁ । ଶୋ’ ମଝିରେ ଆଦିତି ନିଜେ ନିଜକୁ ଗୁଗଲରେ ଖୋଜିବା ବନ୍ଦ କରିବାର କାରଣ ମଧ୍ୟ କହିଲେ କି ଏହି ଚଳଚ୍ଚିତ୍ର ମୁକ୍ତି ଲାଭ କରିବା ପରେ ତାଙ୍କୁ ଇଣ୍ଟରନେଟରେ ଚଳଚ୍ଚିତ୍ରର ଗୋଟିଏ ସିନରୁ ତାଙ୍କର ଏକ ବେକ୍ ଲେସ୍ ଫୋଟୋ ମିଳିଲା ଓ ଏହା ପରେ ସେ ନିଜକୁ ନିଜେ ଇଣ୍ଟରନେଟରେ ଖୋଜିବା ବନ୍ଦ କରି ଦେଲେ । କୌଣସି କଳାକାରଙ୍କୁ ଉତ୍ସବରେ ଆମନ୍ତ୍ରଣ ଦେବାର ପ୍ରଶ୍ନରେ ଆଦିତି ଶାହରୁଖ ଓ କରନ ଜୋହରଙ୍କ ନାମ ନେଇଥିଲେ । ଆଦିତି ବଲିଉଡ଼ରେ ବହୁତ କମ ଚଳଚ୍ଚିତ୍ର କରିଛନ୍ତି କିନ୍ତୁ ସେ ନିଜର ଦମଦାର ଅଭିନୟ ବଳରେ ସେ କେତେକ ସଫଳ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ଆଦିତି ୨୦୧୮ ମସିହାରେ ଆସିଥିବା ଚଳଚ୍ଚିତ୍ର ପଦ୍ମାବତରେ ଆଲ୍ଲା ଉଦ୍ଦିନ ଖିଲଜୀ ମାନେ ରଣବିର ସିଂଙ୍କ ପତ୍ନୀ ଭୂମିକାରେ ନଜର ଆସିଥିଲେ ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ ।