ଏକଦା ଭୋକିଲା ପେଟରେ ରହି ଦିନ ଅତିବାହିତ କରିବାକୁ ବାଧ୍ୟ ହେଉଥିବା ଏହି ଅଭିନେତ୍ରୀ, ଆଜି କୋଟି କୋଟି ଟଙ୍କାର ମାଲିକାଣୀ…!

Spread the love

ଟିଭିର ସନ୍ଧ୍ୟା ବୋହୂ ନାମରେ ପ୍ରସିଦ୍ଧ ଦୀପିକା ସିଂ ଏକଦା ଗରୀବର ଜୀବନ ଦେଖିଥିଲେ ।

ଜୀବନ କେତେବେଳେ କାହାକୁ କେଉଁଠାକୁ ନେଇଯାଏ, ଏ ବିଷୟରେ କିଛି କହି ହେବ ନାହିଁ । ଯାହାର ପିଲାଦିନ ଏବଂ ଯୁବା ଅବସ୍ଥା ଅନେକ ଅସୁବିଧାରେ ବିତି ଥିବ, ହୋଇପାରେ କେତେବେଳେ ସେମାନଙ୍କ ଜୀବନରେ ଏତେ ସୁଖ ଆସିଯାଏ ଯେ, ସେମାନେ ପରିବ୍ୟାପ୍ତ କରିପାରୁ ନଥିବେ । ଈଶ୍ୱର କାହାର ମଧ୍ୟ ଜୀବନରେ କେତେବେଳେ ମଧ୍ୟ କିଛି ହେଲେ କରିପାରନ୍ତି । ଏହି ଜୀବନ ଈଶ୍ୱରଙ୍କ ଦାନ ଏବଂ ସେ କିଛି ମଧ୍ୟ କରିପାରନ୍ତି । ଆମେ ବହୁତ ଦୂରକୁ ନ ଯାଇ ଏପରି ଏକ ଅଭିନେତ୍ରୀଙ୍କ ବିଷୟରେ କଥା ହେବା ଯିଏକି ଆଜି ବହୁତ ପ୍ରସିଦ୍ଧ ଅଟନ୍ତି କିନ୍ତୁ ଏକ ସମୟ ଥିଲା ଯେତେବେଳେ ସେ ବହୁତ ନିକଟରୁ ଗରୀବ ଅବସ୍ଥାକୁ ମଧ୍ୟ ଦେଖିଥିଲେ । ଏକ ଟିଭି ଧାରାବାହିକ ମାଧ୍ୟମରେ ଏତେ ପ୍ରସିଦ୍ଧ ହୋଇଗଲେ କିନ୍ତୁ ଏହା ପରେ ସେ ନିଜ ଘର-ପରିବାରରେ ଵ୍ୟସ୍ତ ରହିଥିଲେ । ହେଲେ ମଧ୍ୟ ଆଜି ତାଙ୍କ ପାଖରେ ଭଲ ସମ୍ପତ୍ତି ରହିଛି । ଏକଦା ଭୋକିଲା ପେଟରେ ରହି ଦିନ ଅତିବାହିତ କରିବା ପାଇଁ ବାଧ୍ୟ ଥିଲେ ଏହି ଅଭିନେତ୍ରୀ । କିଏ ସେ ସୁନ୍ଦରୀ ଅଭିନେତ୍ରୀ ଚାଲନ୍ତୁ ଆପଣଙ୍କୁ କହିବୁ ।

ଏକଦା ଭୋକିଲା ପେଟରେ ଦିନ ଅତିବାହିତ କରିବା ପାଇଁ ବାଧ୍ୟ ଥିଲେ ଏହି ଅଭିନେତ୍ରୀ :

ସଂଘର୍ଷ ତ ସମସ୍ତଙ୍କ ଜୀବନରେ ଆସିଥାଏ ଏବଂ ସଂଘର୍ଷର ଦିନରେ ଜୀବନ ବହୁତ ଶାନ୍ତିରେ କଟି ଯାଇଥାଏ କିନ୍ତୁ ସଙ୍ଘର୍ଷର ଦିନରେ କିପରି ସମୟ ଅସୁବିଧାରେ କଟିଥାଏ, ଯେଉଁମାନେ ସେହି ଦିନ ଗୁଡାକ ଅତିବାହିତ କରିଥାନ୍ତି ସେମାନେ ହିଁ ଜାଣନ୍ତି । ଆମେ ଟିଭିର ପ୍ରସିଦ୍ଧ ଅଭିନେତ୍ରୀ ଦୀପିକା ସିଂଙ୍କ ବିଷୟରେ କହୁଛୁ । ଯିଏକି ଏକମାତ୍ର ଧାରାବାହିକ ମାଧ୍ୟମରେ ରାତି ରାତି ପ୍ରସିଦ୍ଧ ହୋଇଗଲେ । ଦୀପିକା ସିଂ ମଧ୍ୟ ଗରୀବର ଦୁଃଖଭରା ଦିନ କାଟି ସାରିଛନ୍ତି । ସେ ମଧ୍ୟ ସଂଘର୍ଷର ଦିନରେ ଅର୍ଥର ଅଭାବ ଦେଖିଛନ୍ତି ଏବଂ ସେଇଥିପାଇଁ ତାଙ୍କୁ ବହୁତ କିଛି ସହିବାକୁ ମଧ୍ୟ ପଡିଥିଲା । ଯେତେବେଳେ ଦୀପିକା ସିଂ ନିଜ କ୍ୟାରିୟର ତିଆରି କରିବା ପାଇଁ ଦିଲ୍ଲୀରୁ ମୁମ୍ବାଇ ଆସିଲେ, ସେତେବେଳେ ହଠାତ ତାଙ୍କ ପିତାଙ୍କ କାରବାର ମାନ୍ଦାବସ୍ଥା ଚାଲି ଆସିଥିଲେ ଏବଂ ସେଥିପାଇଁ ସେମାନଙ୍କ ଘରର ଆର୍ଥିକ ଅବସ୍ଥା ଖରାପ ହୋଇ ଯାଇଥିଲା ।

ସେଇଥିପାଇଁ ଦୀପିକା ସିଂଙ୍କୁ ମଧ୍ୟ ଅର୍ଥର ଅଭାବରେ ବଞ୍ଚିବା ପାଇଁ ପଡୁଥିଲା । ତାଙ୍କ ପିତା ଏକ ଭଲ ବ୍ୟବସାୟୀ ବ୍ୟକ୍ତି ଥିଲେ କିନ୍ତୁ ଖରାପ ଦିନ ତ ସମସ୍ତଙ୍କୁ ଦେଖିବାକୁ ପଡିଥାଏ ଏବଂ ସେମାନଙ୍କ ଜୀବନରେ ସେହି ଦିନ ସେତେବେଳେ ଆସିଥିଲା । ଦୀପିକା ବହୁତ ବିଳାସପୂର୍ଣ ଜୀବନ ଅତିବାହିତ କରୁଥିଲେ କିନ୍ତୁ ସେହି ଦିନମାନଙ୍କରେ ତାଙ୍କୁ ଖାଇବା ପିଇବାରେ ମଧ୍ୟ ବହୁତ ଅସୁବିଧା ହେଉଥିଲା । ଯେତେବେଳେ ତାଙ୍କ ପିତାଙ୍କ ଆର୍ଥିକ ସ୍ଥିତି ଖରାପ ହୋଇଥିଲା, ସେ ନିଜ ପିତାଙ୍କଠୁ ଅର୍ଥ ମାଗିବାକୁ ଚାହୁଁ ନଥିଲେ ।

ଏପରି ଅବସ୍ଥାରେ ଦୀପିକା ମୁମ୍ବାଇରେ ଅର୍ଥ ସଞ୍ଚୟ କରି ଜୀବନକୁ ସୁନ୍ଦର କରିବାକୁ ଆରମ୍ଭ କରିଲେ । ଏହି ସଙ୍ଘର୍ଷ ଭରା ଦିନ ଗୁଡିକରେ ଅର୍ଥ ସଞ୍ଚୟ କରିବା ପାଇଁ ଭୋକିଲା ପେଟରେ ମଧ୍ୟ ଶୋଇବାକୁ ପଡୁଥିଲା ଏବଂ ନିଜର ସେହି ସଙ୍ଘର୍ଷ ଆଉ ପରିଶ୍ରମ ଯୋଗୁଁ ଆଜି ଦୀପିକା ଟିଭି ଜଗତରେ ଏକ ଜଣାଶୁଣା ଅଭିନେତ୍ରୀ ହୋଇ ସାରିଛନ୍ତି । ତାଙ୍କୁ ଟିଭି ଜଗତରେ ସବୁଠାରୁ ଅଧିକ ସନ୍ଧ୍ୟା ନାମରେ ଲୋକେ ଜାଣିଥାନ୍ତି ଏବଂ ଏହି ଅଭିନୟଟି ତାଙ୍କର ପ୍ରସିଦ୍ଧ ଧାରାବାହିକ “ଦିଆ ଔର ବାତୀ”ରେ ଥିଲା । ସନ୍ଧ୍ୟା ନାମରେ ଦୀପିକା ସିଂଙ୍କୁ ଘରେ ଘରେ ସମସ୍ତେ ଚିହିଁବାକୁ ଲାଗିଲେ ଆଉ ଲୋକେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରିଲେ । ତାଙ୍କର ସବୁଠୁ ଭଲ ଗୁଣ ହେଲା ଧନୀ ହୋଇଗଲେ ମଧ୍ୟ ତାଙ୍କ ପାଖରେ ଗର୍ବ ଆସିନଥିଲା ଏବଂ ତାଙ୍କ ହୃଦୟରେ ଧନୀ ହେବାର ଅହଂକାର ଦେଖିବାକୁ ମିଳି ନଥିଲା । ସେ ସମସ୍ତଙ୍କ ସହ ପ୍ରେମରେ କଥା ହେଉଥିଲେ । ଏହାର ଉଦାହରଣ ତାଙ୍କର ଏକ ସାକ୍ଷାତକାରରେ ଦେଖିବାକୁ ମିଳିଥିଲା । ଆପଣଙ୍କୁ କହିବା ପାଇଁ ଚାହୁଁଛୁ, ଦୀପିକା ଜଣେ ଭଲ ମାଆ ମଧ୍ୟ ଅଟନ୍ତି । ସେ ୨୦୧୭ରେ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ୨୦୧୪ ମସିହାରେ ସେ “ଦିଆ ଔର ବାତୀ” ଧାରାବାହିକର ନିର୍ଦ୍ଦେଶକ ରୋହିତ ରାଜ ଗୋଏଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହାପର ଠାରୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଟିଭି ଠାରୁ ଦୂରରେ ଅଛନ୍ତି ।