ଏକଦା ବିୟୁଟି କୁଇନ୍ ସାଜି ସମସ୍ତଙ୍କ ହୃଦୟ ଜିଣିଥିଲେ ଏହି ମହିଳା । ବର୍ତ୍ତମାନ ଆର୍ମି ଅଫିସର ହୋଇ ଦେଶର ସେବା କରୁଛନ୍ତି ।

Spread the love

ସୁନ୍ଦରତା ପ୍ରତିଯୋଗିତାରେ ବିଜୟିନୀ ଗରିମା ବର୍ତ୍ତମାନ ଗର୍ବର ସହକାରେ ଭାରତୀୟ ସୈନ୍ୟର ଅଧିକାରୀ ହୋଇ ଯାଇଛନ୍ତି । ଗରିମା ୟାଦବ CDS 1 2017ରେ AIR -2ରେ ସାମିଲ ହୋଇଥିଲେ ଏବଂ ପରେ OTA ଚେନ୍ନାଇରେ ସାମିଲ ହୋଇଥିଲେ । ଗରିମା ୟାଦବ ଏକାଡେମୀରୁ ପରୀକ୍ଷା ପାସ କରି ସୈନ୍ୟ ବହିନୀରେ ପଦବୀ ମିଳିଥିଲା ।

ଗରିମା ଆର୍ମି ପବ୍ଲିକ ସ୍କୁଲ ଏବଂ ସେଣ୍ଟ ଷ୍ଟିଫନ କଲେଜରୁ ନିଜର ପାଠ ପଢ଼ା ଶେଷ କରିଥିଲେ । ସେ ଉଭୟ ସ୍କୁଲ ଏବଂ କଲେଜରେ ଭଲ ଛାତ୍ରୀ ଥିଲେ ଏବଂ ଆଇଏଏସରେ ସାମିଲ ହେବା ପାଇଁ ଇଚ୍ଛା ରଖିଥିଲେ । କିନ୍ତୁ ଗରିମା ୟାଦବ ନିଜର ଆଇଏଏସ ମୁଖ୍ୟ ପ୍ରବେଶ ପରୀକ୍ଷା ପାସ୍ ହେବାରେ ଅସଫଳ ହୋଇଥିଲେ ଏବଂ ପରେ ସେ ସିଡିଏସ୍ ପରୀକ୍ଷାରେ ଦାଖଲ ହୋଇଥିଲେ ଏବଂ ପରେ ଭାରତୀୟ ସୈନ୍ୟ ବାହିନୀରେ ଯୋଗ ଦେଇଥିଲେ ।

ନିକଟରେ ଗରିମା ଗୋଟିଏ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେଇଥିଲେ ଏବଂ ଗରିମା ଭାରତର ମିସ୍ ଚାର୍ମିଙ୍ଗ ଚେହେରା ପ୍ରାପ୍ତ କରିଥିଲେ । ଗରିମା, ଏହି ପ୍ରତିଯୋଗିତା ନଭେମ୍ବର 2017ରେ ବିଜୟୀ ହୋଇଥିଲେ । ସେ ପରେ ଏସ୍.ଏସ୍.ବି ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ମୁଁ ଜଣେ ସିଙ୍ଗଲ ମଦର ଚାଇଲଡ଼ ଅଟେ ଏବଂ ମୋ ମାଆ ସର୍ବଦା ମୋତେ ସାହାଯ୍ୟ କରିଛନ୍ତି ।

ମୋ ମାଆ ସର୍ବଦା ମୋତେ ପ୍ରେରଣା ଦେଇ ଆସିଛନ୍ତି; ସେ ଜଣେ ଶକ୍ତିଶାଳୀ ମହିଳା ଅଟନ୍ତି । ଏହି କାରଣରୁ ମୁଁ ମୋ ମାଆଙ୍କୁ ନେଇ ଗର୍ଵ ଅନୁଭଵ କରିଥାଏ । ମୁଁ ମୋ ପାଠ ପଢ଼ା ଆର୍ମି ପବ୍ଲିକ ସ୍କୁଲ ସିମଲାରେ ଶେଷ କରିଛି ଏବଂ ମୋ ସ୍ନାତକ ସେଣ୍ଟ ସ୍ଟିଫେନ କଲେଜରୁ ବିଏର ପାଠ ପଢା ଶେଷ କରିଛି ।

ବିୟୁଟି ପେଜେଣ୍ଟ ଭାରତୀୟ ସେନାର ଲେଫ୍ଟିନେଣ୍ଟ ହୋଇଥିଲେ :

OTAରେ ନିଜର ଅନୁଭଵ ବିଷୟରେ କହିଛନ୍ତି ଯେ, ମୋତେ OTAରେ ଏକ ଅଦଦ୍ଭୂତ ଅନୁଭୂତି ପ୍ରାପ୍ତ ହୋଇଛି । ପ୍ରଥମେ ଏହା ମୋ ପାଇଁ କଠିନ ପରୀକ୍ଷା ଥିଲା ।। ସବୁ କିଛି ଠିକ ହେବା ପରେ ମୋ ପାଖରେ ଶାରୀରିକ କ୍ଷମତା ନଥିଲା । କିନ୍ତୁ ସମସ୍ତ ଅସୁବିଧାକୁ ପଛରେ ପକାଇ ହାର ନ ମାନି ମୋ ଭିତରେ ସୁଧାର ଆଣିବା ପାଇଁ ଚେଷ୍ଟା କରିଥିଲି । ମୁଁ ସମସ୍ତ ପାଠ୍ୟକ୍ରମ ଗତିବିଧିରେ ସକ୍ରିୟ ରୂପରେ ଭାଗ ନେଇଥିଲି । ଲୋକଙ୍କ କହିବା ଭୁଲ ଅଟେ ଯେ, ଆପଣଙ୍କୁ ସମସ୍ତ ଖେଳରେ ଭଲ କରିବା ଉଚିତ୍ ।

କିନ୍ତୁ ମୋର ମାନ୍ୟତା ରହିଛି; କେବଳ ଆପଣଙ୍କୁ ଶାରୀରିକ ରୂପରେ ମଜଭୁତ ହେବା ଦରକାର ଏସଏସବିରେ ଚୟନ ହେବା ପାଇଁ । ଆପଣଙ୍କୁ କେବଳ ନିଜର ଦୁର୍ବଳତା ସ୍ୱୀକାର କରିବା ଉଚିତ ଏବଂ ସେହି ଦୁର୍ବଳତା ଉପରେ କାର୍ଯ୍ୟ କରିବା ଉଚିତ୍ । ଭଲରୁ ଭଲ ପ୍ରୟାସ କରିବା ଉଚିତ୍ । ଜଣେ ବ୍ୟକ୍ତିକୁ ସଚୋଟ, ସକାରାତ୍ମକ, ରଚନାତ୍ମକ ଏବଂ ସାବଧାନ ହେବା ଉଚିତ୍ । ଏହା ସହ ଯାହା ଆପଣଙ୍କ ଜୀବନରେ ଆପଣ ପାଇବା ପାଇଁ ଚାହୁଁଛନ୍ତି; ସେହି କ୍ଷେତ୍ରରେ କାର୍ଯ୍ୟ କରି ଚାଲନ୍ତୁ ସଫଳତା ନିଶ୍ଚିନ୍ତ ମିଳିବ ।