ଏହି କାରଣ ଯୋଗୁଁ ସଲମାନ ଖାନ୍ ୫୩ ବର୍ଷ ବୟସ ପର୍ଯ୍ୟନ୍ତ ଅବିବାହିତ ହୋଇରହିଛନ୍ତି । ବିବାହକୁ ନେଇ ଏପରି କିଛି କହିଛନ୍ତି ସଲମାନ ।

Spread the love

ଏହି କାରଣ ପାଇଁ ସଲମାନ ବିବାହ କରି ନାହାନ୍ତି । କାରଣ ଯଦି ସତ୍ୟ ଅଟେ; ତେବେ ସଲମାନ ଭବିଷ୍ୟତରେ କଦାପି ବିବାହ କରି ପାରିବେ ନାହିଁ ।

ସଲମାନ ନିଜର ଚଳଚିତ୍ର “ଭାରତ”କୁ ନେଇ ବେସ୍ ଖୁସି ଅଛନ୍ତି । ବକ୍ସ ଅଫିସରେ ମଧ୍ୟ ବହୁତ ଭଲ ସଫଳତା ମିଳିଛି । ଏହି ଫିଲ୍ମଟି ଆପଣମାନେ ଦେଖି ସାରିଥିବେ । ୫୩ବର୍ଷ ବୟସରେ ମଧ୍ୟ ସଲମାନ ଏକ୍ସନ ଏବଂ ପ୍ରେମ ଉଭୟ ଅଭିନୟ ନିପୁଣତାର ସହ କରି ପାରୁଛନ୍ତି । ସଲମାନଙ୍କ ଜୀବନରେ ବିବାହ ଏକ ପ୍ରଶ୍ନବାଚକ ହୋଇ ରହିଛି । ଏକ ସାକ୍ଷାତକାର ସମୟରେ ସଲମାନ ନିଜର ଅବିହାତିହ ହେବାର ରହସ୍ୟ ଖୋଲିଛନ୍ତି ।

ଏହି କାରଣ ଯୋଗୁଁ ସଲମାନ୍ ଅବିବାହିତ ରହିଛନ୍ତି :

ରିପୋର୍ଟ ଅନୁସାରେ ସଲମାନ କହିଛନ୍ତି, ମୁଁ ବର୍ତ୍ତମାନ ମୋ ନିଜ ପରିବାରକୁ ଯଥେଷ୍ଟ ସମୟ ଦେବା ପାଇଁ ଚାହୁଁଛି । ମୁଁ ମୋ ପରିବାରକୁ ବହୁତ ପସନ୍ଦ କରେ । ଅଧିକରୁ ଅଧିକ ସମୟ ପରିବାର ସହ ବିତାଇବା ପାଇଁ ଚାହେଁ ।

ବିବାହକୁ ନେଇ ପ୍ରଶ୍ନ ହେବା ପରେ ସଲମାନ ଉତ୍ତର ଦେଇଛନ୍ତି; ଜୀବନସାଥୀଙ୍କୁ ସମୟ ଏବଂ ସମ୍ମାନ ଦେବା ଉଚିତ୍, ଯଦି ଆପଣ ଏପରି କରି ପାରନ୍ତି ନାହିଁ; ତେବେ ଏହା ଭୁଲ୍ ଅଟେ । ସଲମାନ କହିଛନ୍ତି ପରିବାରକୁ ସମୟ ଦେବା କାରଣରୁ ସଲମାନ ବିବାହ କରି ନାହାଁନ୍ତି । କିଛିଦିନ ପୂର୍ବରୁ ସଙ୍ଗୀତା ବିଜଲାନିଙ୍କ ସହ ନିଜ ବିବାହର ରହସ୍ୟ ଖୋଲିଛନ୍ତି ସଲମାନ । ସେ କହିଛନ୍ତି ସଂଗୀତାଙ୍କ ସହ ବିବାହର କାର୍ଡ ଛପା ଯାଇ ସାରିଥିଲା । କିନ୍ତୁ କଥା ଆଗକୁ ବଢି ପାରିନଥିଲା । କିଛି ସମୟ ପୂର୍ବରୁ ସଲମାନ ଚଳଚିତ୍ର ଗୁଡିକରେ ଓଠ ଚୁମ୍ବନ ନ କରିବାର କାରଣ ଜଣାଇଥିଲେ । ସଲମାନ ଚଳଚିତ୍ରରେ ଏପରି ସିନକୁ ନାପସନ୍ଦ କରନ୍ତି ।

ଏଶ୍ ଏବଂ କେଟଙ୍କ ସହ ମଧ୍ୟ ସମ୍ପର୍କ ଠିକ ହୋଇ ପାରିନଥିଲା :

ସଲମାନଙ୍କ ସହ ଅନେକ କଳାକାର ପ୍ରେମ ସମ୍ପର୍କରେ ରହିଛନ୍ତି । କିନ୍ତୁ କଥା କେବେ ମଧ୍ୟ ବିବାହ ପର୍ଯ୍ୟନ୍ତ ଯାଇପାରି ନାହିଁ । ସଲମାଳ୍ ଜୁହି ଚାୱଲାଙ୍କୁ ମଧ୍ୟ ଖୁବ୍ ପସନ୍ଦ କରୁଥିଲେ ଏବଂ ଜୁହୀଙ୍କ ସହ ବିବାହ କରିବା ପାଇଁ ଚାହୁଁଥିଲେ । କିନ୍ତୁ ଜୁହୀଙ୍କ ପିତା ସଲମାନଙ୍କ ସହ ଜୁହୀଙ୍କ ବିବାହକୁ ପସନ୍ଦ କରିନଥିଲେ । ପରେ ସଂଗୀତାଙ୍କ ସହ ସଲମାନଙ୍କ ନାମ ଯୋଡି ହୋଇଥିଲା । କିନ୍ତୁ ସଲମାନଙ୍କ ସହ ସଂଗୀତାଙ୍କ ବିବାହ ହୋଇ ପାରିନଥିଲା ।

ସଲମାନଙ୍କ ଜୀବନରେ ଏଶ୍ ଆସିଥିଲେ, ଯେପରି ଜଣା ପଡ଼ିଥିଲା ଏହିଥର ବିବାହ ଠିକ୍ ହୋଇଯିବ । ଏଶଙ୍କ ସହ ସଲମାନଙ୍କ ସମ୍ପର୍କ ଭଲ ଚାଲିଥିଲା କିନ୍ତୁ କିଛି ଘଟଣା ପାଇଁ ସମ୍ପର୍କ ଆଗକୁ ବଢି ପାରିନଥିଲା । ଏହା ପରେ ସଲମାନଙ୍କ ଜୀବନରେ କେଟରିନା ଆସିଥିଲେ । କିନ୍ତୁ କେଟ ସଲମାନଙ୍କୁ ନିଜର ଜଣେ ଭଲ ବନ୍ଧୁ ଭାବିଥିଲେ ।ବର୍ତ୍ତମାନ ସଲମାନ ନିଜ ପରିବାରକୁ ପ୍ରାଧ୍ୟାନ ଦେଉଛନ୍ତି ।