ଅଲଗା ହେବା ପରେ ମଧ୍ୟ ଗୋଟିଏ ଘରେ ରହନ୍ତି ଅଭିନବ ଏବଂ ଶ୍ଵେତା ? ମତଭେଦର ଖବର ମଧ୍ୟରେ ସମ୍ନାକୁ ଆସିଲା ଏପରି ମୋଡ଼

Spread the love

ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ ଶ୍ଵେତା ତିୱାରୀ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହନ୍ତି । ଏବେ ଏବେ ତାଙ୍କ ସ୍ଵାମୀ ଅଭିନବ କୋହଲୀ ଏକ ଭିଡ଼ିଓ ସେୟାର କରିଛନ୍ତି ଯାହାକି ପ୍ରାୟ ଭାଇରଲ ହୋଇଯାଇଛି । ଏହା ପରଠାରୁ ହିଁ ଫ୍ୟାନ ମାନେ ଅଭିନବ ଏବଂ ଶ୍ଵେତାଙ୍କ ସମ୍ପର୍କକୁ ନେଇ ଦ୍ଵନ୍ଦରେ ପଡିଯାଇଛନ୍ତି । ଜଣାଇଦେଉଛୁ ଯେ ଶ୍ଵେତା ନିଜର ଦ୍ଵିତୀୟ ସ୍ଵାମୀ ଅଭିନବଙ୍କ ଠାରୁ ଅଲଗା ହୋଇସାରିଛନ୍ତି, କିନ୍ତୁ ଏବେ ଅଭିନବ କୋହଲୀ ଯେଉଁ ଭିଡ଼ିଓ ଏବଂ ପୋଷ୍ଟ ସେୟାର କରିଛନ୍ତି ସେଥିରେ ତାଙ୍କର ସମ୍ପର୍କ ଉପରେ ଅନ୍ୟ କିଛି ତଥ୍ୟ ସମ୍ନାକୁ ଆସୁଥିବାର ଦେଖାଯାଉଛି ।

google

ଅଭିନବ ସେୟାର କରିଛନ୍ତି ଶ୍ଵେତାଙ୍କ ଭିଡ଼ିଓ :-

ଅଭିନବ କୋହଲୀ ନିଜର ଇନସ୍ଟାଗ୍ରାମ ଆକାଉଣ୍ଟରେ ଶ୍ଵେତା ତିୱାରୀ ଏବଂ ଫହୱାନ ଖାନଙ୍କର ଭିଡ଼ିଓ ସେୟାର କରିଛନ୍ତି । ଏହି ଭିଡ଼ିଓ ସାମ୍ନାକୁ ଆସିବା ମାତ୍ରେ ହିଁ ଶ୍ଵେତାଙ୍କ ଫ୍ୟାନ ମାନେ ଅନେକ ପ୍ରଶ୍ନ ଉଠାଇବା ଆରମ୍ଭ କରିଦେଇଛନ୍ତି । ଲୋକଙ୍କ କହିବା କଥା ଯେ ଅଭିନବ ଶ୍ଵେତାଙ୍କ ଉପରେ ନଜର ରଖୁଛନ୍ତି ଏବଂ ତାଙ୍କ ପ୍ରତି ଇର୍ଷା ଭାବ ରଖିଛନ୍ତି । ପୁଣି ସେହିସବୁ ଖବର ଗୁଡ଼ିକ ମଧ୍ୟରେ ଏହି ଖବର ମଧ୍ୟ ସମ୍ନାକୁ ଆସିଛି ଯେ, ଅଭିନବ ଏବଂ ଶ୍ଵେତାଙ୍କ ମଧ୍ୟରେ ହୋଇପାରେ ମନମାଳିନ୍ୟ ରହିଛି କିନ୍ତୁ ଦୁହେଁ ଏକା ସାଥୀରେ ଗୋଟିଏ ଛାତ ତଳେ ରହନ୍ତି ।

View this post on Instagram

Fahwaan Khan @shweta.tiwari

A post shared by Abhinav Kohli (@abhinav.kohli024) on

ଗତ ବର୍ଷ ହିଁ ଶ୍ଵେତା, ଅଭିନବ କୋହଲୀଙ୍କ ଉପରେ ଘରୋଇ ହିଂସାର ଆରୋପ ଲଗାଇଥିଲେ ଏବଂ ପୋଲିସ ଷ୍ଟେସନ ଯାଇ ତାଙ୍କ ବିରୋଧରେ ଅଭିଯୋଗ ମଧ୍ୟ କରିଥିଲେ । ଏହାପରେ ଦୁହିଁଙ୍କ ତରଫରୁ ଏହିପରି ଅନେକ ବୟାନ ସମ୍ନାକୁ ଆସିଥିଲା ଯେଉଁଥିରୁ ଜଣା ପଡ଼ିଥିଲା ଯେ ଦୁହେଁ ଅଲଗା ହୋଇ ସାରିଛନ୍ତି । ପୁଣି ମିଡିଆ ରିପୋର୍ଟ ଅନୁସାରେ ବିଷୟଟି ସମୂର୍ଣ୍ଣ ଓଲଟା ଅଟେ।, ଏପରି କୁହାଯାଉଛି ଯେ ଅଭିନବ ଏବଂ ଶ୍ଵେତା ଏକା ସାଥିରେ ହିଁ ଗୋଟିଏ ଘରେ ରହନ୍ତି ।

ଗୋଟିଏ ଛାତ ତଳେ ହିଁ ରହିଛନ୍ତି ଅଭିନବ ଏବଂ ଶ୍ଵେତା :-

ଫହୱାନ ଏବଂ ଶ୍ଵେତାଙ୍କ ଭିଡ଼ିଓ ବିଷୟରେ ଯେତେବେଳେ ଅଭିନବ କୋହଲୀଙ୍କୁ ଏକ ଚ୍ୟାନେଲ ପ୍ରଶ୍ନ କରିଥିଲା ସେତେବେଳେ ସେ କିଛିବି ସଠିକ ଭାବରେ କହିନଥିଲେ । ଅଭିନବ କହିଲେ ଯେ ମୁଁ ଏବେ ଏହି ବିଷୟରେ ବିଶେଷ କିଛି କହିବାକୁ ଚାହୁଁନାହିଁ , କିନ୍ତୁ ଲୋକଙ୍କ ପାଇଁ ଅନେକ କିଛି ପୋଷ୍ଟ କରିବାର ଅଛି । ସେ ପୂର୍ବରୁ ମଧ୍ୟ ଶ୍ଵେତାଙ୍କର ଅନେକ ଫୋଟ ସେୟାର କରି ଲେଖିଥିଲେ ଯେ, ପୋଲିସ ପାଖରେ ତାଙ୍କ ବିରୋଧରେ କୌଣସି ପ୍ରକାରର ଅଭିଯୋଗ ଦାଖଲ ହୋଇନାହିଁ ।

ଏହାବ୍ୟତୀତ ଅଭିନବ କୋହଲୀ ପରିଷ୍କାର ଭାବରେ କହିଛନ୍ତି ଯେ ଆମେ ଅଲଗା ହୋଇନାହୁଁ ଏବଂ ସାଥୀରେ ହିଁ ରହିଛୁ । ମୁଁ ଏହି ସମ୍ବନ୍ଧରେ ଅଧିକ କିଛି କହି ପାରିବି ନାହିଁ, ଧୀରେ ଧୀରେ ସବୁ କଥା ସମ୍ନାକୁ ଆସିଯିବ । ଏହା ବ୍ୟତୀତ ସେ ଏକ ନୂଆ ପୋଷ୍ଟ ସେୟାର କରିଛନ୍ତି, ଏଥିରେ ସେ ଶ୍ଵେତା ତିୱାରୀଙ୍କ ସହିତ ହୋଇଥିବା ୱାଟସଏପ ଚାଟକୁ ଦେଖାଇଥିଲେ । ସେଥିରେ ଲେଖିଥିଲେ ଯେ, ଆମେ ପଲକକୁ ଲୋବୂ ଡାକୁ ଏବଂ ଅପ୍ରେଲ ୧୨, ୨୦୨୦ରେ ଆମର କଥାବାର୍ତ୍ତା ହୋଇଥିଲା ।

ଭିଡ଼ିଓ ପ୍ରତି ଶ୍ଵେତାଙ୍କର ପ୍ରତିକ୍ରିୟା :-

ହୁଏତ ଏସବୁ ବିଷୟରେ ଶ୍ଵେତା ତିୱାରୀ ମଧ୍ୟ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ନିଜ ଇନସ୍ଟାଗ୍ରାମ ଆକାଉଣ୍ଟରେ ଏକ ପୁସ୍ତକର କିଛି ଲାଇନ ସେୟାର କରିଛନ୍ତି । ଏହି ଲାଇନ ଗୁଡ଼ିକର ଅର୍ଥ ଥିଲା ଯେ ଯେଉଁ ଲୋକ ସବୁଠାରୁ ଅଧିକ ମହତ୍ୱପୂର୍ଣ୍ଣ ସେ ସତ ଜାଣିବା ନିହାତି ଆବଶ୍ୟକ । ମୋତେ ଅନ୍ୟ ପାଇଁ ଚିନ୍ତା ନାହିଁ , ଯାଇ ଟିକେ ଆରାମ କରିନିଅ । ଏମିତିରେ ଶ୍ଵେତାଙ୍କର କଥାରୁ ଏହି ଅର୍ଥ ଅନୁମାନ କରାଯାଉଛି ଯେ, ଯାହାକୁ ତାଙ୍କ ସତ୍ୟତା ଜଣାଅଛି ସେହି ଲୋକମାନେ ହିଁ ଖୁବ ମହତ୍ୱପୂର୍ଣ୍ଣ । ବାକି ଲୋକ କଣ ଭାବନ୍ତି ସେଥିରେ ତାଙ୍କୁ ଫରକ ପଡ଼େନାହିଁ ।

google

ଉଲ୍ଲେଖନୀୟ କଥା ହେଉଛି ଯେ, ଅଭିନବଙ୍କ ସହିତ ଏହା ଥିଲା ଶ୍ୱେତାଙ୍କର ଦ୍ୱିତୀୟ ବିବାହ । ଏହା ପୂର୍ବରୁ ଶ୍ଵେତା ରାଜ ଚୌଧୁରୀଙ୍କ ପତ୍ନୀ ଥିଲେ । ମାତ୍ର ଦୁହିଁଙ୍କ ମଧ୍ୟରେ ମନମାଳିନ୍ୟ ସୃଷ୍ଟି ହେବା କାରଣରୁ ଶ୍ଵେତା ରାଜଙ୍କ ଉପରେ ଘରୋଇ ଉତ୍ପୀଡ଼ନର ଆରୋପ ଲଗାଇ ତାଙ୍କୁ ଛାଡ଼ପତ୍ର ଦେଇଥିଲେ । ଏହାପରେ ଶ୍ଵେତା, ଅଭିନବ କୋହଲୀଙ୍କୁ ୨୦୧୩ ରେ ବିବାହ କରିଥିଲେ । ବିବାହ ପରେ ଅଭିନବ ଏବଂ ଶ୍ଵେତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି ଯାହାର ନାମ ରିୟାଂଶ । ପୁଣି ରାଜ ଏବଂ ଶ୍ଵେତାଙ୍କର ଗୋଟିଏ ଝିଅ ଅଛି ପଲକ ତିୱାରୀ ଏବଂ ସେ ମା ଶ୍ଵେତାଙ୍କ ସହିତ ହିଁ ରହନ୍ତି ।

Leave a Reply

Your email address will not be published. Required fields are marked *