ଏହି ଅଭିନେତ୍ରୀମାନଙ୍କର ବୟସ ୪୦ରୁ ଉର୍ଦ୍ଧ୍ବ କିନ୍ତୁ ଦେଖିବାକୁ ବହୁତ ଆକର୍ଷଣୀୟ । ଏମାନଙ୍କ ଫିଗର ଦେଖି ଆପଣ ଦିୱାନା ହୋଇଯିବେ ।

Spread the love

ସାଧାରଣ ମଣିଷର ବୟସ ବଢିବା ସହ ସେ ବୃଦ୍ଧାବସ୍ଥା ଆଡ଼କୁ ବଢିଥାଏ । ବୃଦ୍ଧାବସ୍ଥାର ପ୍ରଭାବ ତାହାର ଚେହେରାରୁ ଜଣା ପଡ଼ିଥାଏ । ଚେହେରାରେ ଆସିଥିବା ପରସ୍ତ ଏବଂ ଦାଗ ତାହାର ବୟସ ଜଣାଇଥାଏ । ଏହା କେବଳ ସାଧାରଣ ମଣିଷର ସହ ହୋଇଥାଏ କିନ୍ତୁ କୌଣସି ତାରକାଙ୍କ ସହ ନୁହଁ, ଏହା ଧ୍ୟାନ ରଖନ୍ତୁ । ଆଜି ଆମେ ବଲିଉଡର ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ, ଯେଉଁମାନେ ବୟସକୁ ନିଜ ହାତ ମୁଠାରେ ରଖିଥାନ୍ତି । ବୟସ ବଢିବା ସହ ସେମାନଙ୍କ ତ୍ଵଚାର ସୁନ୍ଦରତା ମଧ୍ୟ ବଢିବାକୁ ଲାଗେ । ଆଜି ଆମେ ଆପଣଙ୍କୁ ବଲିଉଡର ଏପରି କିଛି ଅଭିନେତ୍ରୀ ମାନଙ୍କ ସହ ମିଶାଇବୁ ଯେଉଁମାନଙ୍କର ବୟସ ୪୦ରୁ ଅଧିକ ହୋଇଥିଲେ ମଧ୍ୟ ସେମାନେ ଦେଖିବାକୁ ବହୁତ ଆକର୍ଷଣୀୟ ଏବଂ ସୁନ୍ଦର ହୋଇଥାନ୍ତି ।

ଚିତ୍ରାଙ୍ଗଦା ସିଂ :

ବଙ୍ଗାଳୀ ସୁନ୍ଦରୀ ବିବାହିତା ଏବଂ ଦୁଇଟି ସନ୍ତାନର ମାଆ ଅଟନ୍ତି । କିନ୍ତୁ ଆପଣ ତାଙ୍କୁ ଦେଖି ତାଙ୍କ ବୟସର ଅନୁମାନ କରି ପାରିବେ ନାହିଁ । ଏହି ବଙ୍ଗାଳୀ ସୁନ୍ଦରୀ ୧୦ବର୍ଷ ପୂର୍ବରୁ ଯେପରି ଦେଖା ଯାଉଥିଲେ ଆଜି ମଧ୍ୟ ସେହିପରି ବହୁତ ଆକର୍ଷଣୀୟ ଏବଂ ସୁନ୍ଦର ଦେଖା ଯାଉଛନ୍ତି । ଚିତ୍ରାଙ୍ଗଦା ଫିଲ୍ମ “ଦେଶୀ ବଏସ”ରେ ନିଜର ଆକର୍ଷଣିୟ ଅଭିନୟ ଦ୍ଵାରା ସମସ୍ତଙ୍କର ହୃଦୟ ଚୋରି କରି ନେଇଥିଲେ । ଚିତ୍ରାଙ୍ଗଦା ୪୦ବର୍ଷରୁ ଅଧିକ ହୋଇଛି ବୋଲି ତାଙ୍କର ପରଫେକ୍ଟ ଫିଗରକୁ ଦେଖି କେହି ମଧ୍ୟ ଅନୁମାନ କରିପାରିବେ ନାହିଁ ।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ :

ବିଶ୍ଵ ସୁନ୍ଦରୀ ହୋଇଥିବା ଐଶ୍ୱର୍ଯ୍ୟା ରାୟଙ୍କ ବୟସ ୪୫ ବର୍ଷ ଅଟେ । କିନ୍ତୁ ତାଙ୍କର ଆକର୍ଷଣୀୟ ଏବଂ ସୁନ୍ଦର ଚେହେରାକୁ ଦେଖି ତାଙ୍କୁ ୪୫ ବର୍ଷ ହୋଇଛି ବୋଲି କିଏ କହିବ ନାହିଁ । ଐଶ୍ୱର୍ଯ୍ୟା ପୂର୍ବରୁ ମଧ୍ୟ ଦୁନିଆର ସବୁଠାରୁ ସୁନ୍ଦର ମହିଳା ଥିଲେ ଏବଂ ବର୍ତ୍ତମାନ ମଧ୍ୟ ଦୁନିଆର ସବୁଠାରୁ ସୁନ୍ଦର ମହିଳା ଅଟନ୍ତି । ଐଶ୍ୱର୍ଯ୍ୟା ରାୟ ଅମିତାଭଙ୍କ ସୁ-ପୁତ୍ର ଅଭିଷେଖ ବଚ୍ଚନକୁ ବିବାହ କରିଛନ୍ତି । ବର୍ତ୍ତମାନ ସେମାନଙ୍କର ଆରାଧ୍ୟା ନାମରେ ଏକ ସୁନ୍ଦର ପୁତ୍ରୀ ଅଛି ।

କରିସ୍ମା କପୁର :

କରିନା କପୁରଙ୍କ ବଡ଼ ଭଉଣୀ କରିସ୍ମା କପୁର ସୁନ୍ଦରତାରେ କାହାରି ଠାରୁ ମଧ୍ୟ କିଛି କମ୍ ନୁହନ୍ତି । ୪୦ବର୍ଷ ପାର କରିଥିଲେ ମଧ୍ୟ ସେ ପୂର୍ଵ ଭଳି ସୁନ୍ଦର ଦେଖାଯାଉଛନ୍ତି । କରିସ୍ମା ୯୦ଦଶକର ସବୁଠାରୁ ଚୁଲବୁଲ୍ଲି ନାୟିକା ଥିଲେ । କରିସ୍ମା କପୁର ସଞ୍ଜୟ କପୁରଙ୍କୁ ବିବାହ କରି ଦୁଇଟି ସନ୍ତାନର ମାଆ ଅଟନ୍ତି । ବର୍ତ୍ତମାନ ତାଙ୍କର ଏବଂ ସଞ୍ଜୟଙ୍କର ବିବାହ ବିଚ୍ଛେଦ ହୋଇ ସାରିଛି ।

ସୁସ୍ମିତା ସେନ :

ବ୍ରହ୍ମାଣ୍ଡ ସୁନ୍ଦରୀ ରହିଥିବା ସୁସ୍ମିତା ସେନଙ୍କୁ ମଧ୍ୟ ୪୦ବର୍ଷରୁ ଉର୍ଦ୍ଧ୍ଵ ହୋଇଗଲାଣି । ୪୦ବର୍ଷରୁ ଅଧିକ ହୋଇଥିଲେ ମଧ୍ୟ ସେ ଆଜି ମଧ୍ୟ ବହୁତ ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯାଉଛନ୍ତି । ସେ ଅନେକ ବଡ଼ ବଡ଼ ଫିଲ୍ମରେ କାମ କରିଛନ୍ତି । ତାଙ୍କର ମନମୁଗ୍ଧକର ବ୍ୟକ୍ତିତ୍ଵ ତାଙ୍କୁ ସମସ୍ତଙ୍କ ଠାରୁ ଅଲଗା କରିଥାଏ । ବ୍ରହ୍ମାଣ୍ଡ ସୁନ୍ଦରୀ ହେବାପରେ ସେ “ରେନି” ନାମକ ଏକ ଶିଶୁକୁ ପୋଷ୍ୟପୁତ୍ରୀ ଭାବରେ ଗ୍ରହଣ କରିଥିଲେ । ବର୍ତ୍ତମାନ ସେ ଅନ୍ୟ ଏକ ଶିଶୁକୁ ପୋଷ୍ୟପୁତ୍ରୀ ଭାବରେ ଗ୍ରହଣ କରିଛନ୍ତି ।

ମଲାଇକା ଆରୋଡା :

ମଲାଇକା ଆରୋଡାଙ୍କୁ ୪୩ ବର୍ଷ ହୋଇଛି । ସେ ଦୁଇ ବର୍ଷ ତଳେ ନିଜ ପତି ଅରବାଜ ଖାନଙ୍କ ଠାରୁ ଛାଡ଼ପତ୍ର ନେଇଥିଲେ । ୪୫ ବର୍ଷ ହୋଇଥିଲେ ମଧ୍ୟ ସେ ଅଧିକ ବହୁତ ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯାଉଛନ୍ତି । ସେ “ହୋଟଁ ରସିଲେ” ଏବଂ “ଅନାରଗଲୀ ଡିସ୍କୋ ଚଲି” ଭଳି ଅନେକ ଆଇଟମ ଗୀତ କରିଛନ୍ତି । ତାଙ୍କର ଫିଗରକୁ ଦେଖି କେହି କହି ପାରିବେ ନାହିଁ ଯେ ସେ ଦୁଇଟି ସନ୍ତାନର ମାଆ ବୋଲି ।