ବିବାହର ୩୫ବର୍ଷ ପରେ ମଧ୍ୟ ନିଜ ପତ୍ନୀଙ୍କ ସହିତ ଗୋଟିଏ ମଧ୍ୟ ଫୋଟ ନାହିଁ କିନ୍ତୁ ଆଜି ମଧ୍ୟ ପୂର୍ବ ପ୍ରେମିକାଙ୍କ ସହ ଚର୍ଚ୍ଚାରେ ଅଛନ୍ତି ଏହି ଅଭିନେତା

Spread the love

ବିବାହର ୩୫ବର୍ଷ ପରେ ମଧ୍ୟ ନିଜ ପତ୍ନୀଙ୍କ ସହିତ ଗୋଟିଏ ମଧ୍ୟ ଫୋଟ ନାହିଁ କିନ୍ତୁ ଆଜି ମଧ୍ୟ ପୂର୍ବ ପ୍ରେମିକାଙ୍କ ସହ ଚର୍ଚ୍ଚାରେ ଅଛନ୍ତି ଏହି ଅଭିନେତା, ବର୍ତ୍ତମାନ ବିଜେପିର ଏକ ଷ୍ଟାର ନେତା ଅଟନ୍ତି ।

ବଲିଉଡ ତାରକା ସନ୍ନି ଦେଵଲ ଏବଂ ଡିମ୍ପଲ କପାଡ଼ିଆଙ୍କ ସମ୍ପର୍କ ବିଷୟରେ ସମସ୍ତେ ଜାଣନ୍ତି । ଦୁହିଁଙ୍କ ପ୍ରେମ କାହାଣୀ ବିଗତ ଦିନମାନଙ୍କରେ ଲୋକପ୍ରିୟ ଓ ବହୁ ଚର୍ଚ୍ଚିତ ଥିଲା । ସନି ଦେବଲ ବହୁତ ଆରକ୍ଷଣ ତାରକା ଅଟନ୍ତି । ସନି ଦେବଲ କଦାପି ମିଡ଼ିଆର ସାମ୍ନାରେ ନିଜ ପତ୍ନୀ, ପୂଜା ଦେବଲଙ୍କ ବିଷୟରେ କିଛି କୁହନ୍ତି ନାହିଁ । ସେ ନିଜ ପତ୍ନୀଙ୍କ ସହ କେବେ ମଧ୍ୟ ଜନଗହଳି ସ୍ଥାନରେ ଦେଖାଯାଆନ୍ତି ନାହିଁ । କିନ୍ତୁ ସନି ଦେବଲ ଏବଂ ଡିମ୍ପଲ କପଡ଼ିଆଙ୍କ ସମ୍ପର୍କର ଖବର ଆଜି ମଧ୍ୟ ଚର୍ଚ୍ଚାରେ ରହୁଛି ।

ସନ୍ନି ଦେବଲ ୧୯୮୪ରେ ପୂଜା ଦେଵଲଙ୍କ ସହ ବିବାହ କରିଥିଲେ । ସେମାନଙ୍କର ଦୁଇଟି ପୁତ୍ର ସନ୍ତାନ ମଧ୍ୟ ଅଛନ୍ତି । କରଣ ଦେଵଲ ଅତିଶୀଘ୍ର ବଲିଉଡର “ପଲ୍ ପଲ୍ ଦିଲ୍ କେ ପାସ୍” ଫିଲ୍ମରେ ଅଭିନେତା ରୂପେ ଦେଖାଯିବେ । ଏହାର ନିର୍ଦ୍ଦେଶନା ନିଜେ ସନି ଦେବଲ କରିଛନ୍ତି ।

କିନ୍ତୁ ସନ୍ନି ଏବଂ ଡିମ୍ପଲଙ୍କ ମଧ୍ୟରେ ଏମିତି କିଛି ସମ୍ପର୍କ ରହିଛି ଯାହା ଆଜି ମଧ୍ୟ ସମସ୍ତଙ୍କ ଠାରୁ ଗୁପ୍ତ ଅଛି । ଭାଇରଲ ଭିଡ଼ିଓରେ ସନ୍ନି ଦେଵଲ ଏବଂ ଡିମ୍ପଲ କପାଡ଼ିଆ ଲଣ୍ଡନରେ ପରସ୍ପରର ହାଥ ଧରିଥିବାର ସାମ୍ନାକୁ ଆସିଥିଲା । ଭିଡ଼ିଓରେ ଦିମ୍ପଲଙ୍କ ଗୋଟିଏ ହାଥରେ ସିଗାରେଟ ଥିଲା ଓ ଅନ୍ୟ ହାଥକୁ ସନ୍ନି ଦେବଲ ଧରିଥିଲେ । ଦୁହିଁଙ୍କ ମଧ୍ୟରେ ଦେଖିବାକୁ ମିଳିଥିବା ଘନିଷ୍ଟତା, ସେମାନଙ୍କ ସମ୍ପର୍କର ସତ୍ୟତାରୁ ପର୍ଦା ଉଠାଇଥିଲା ।

ସନ୍ନି, ଡିମ୍ପଲଙ୍କ ସହିତରେ ରହିବାର ଖବର ମଧ୍ୟ ମିଳିଛି । ଦୁହିଁଙ୍କର ସମ୍ପର୍କ ୧୧ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ଏହି ମଧ୍ୟରେ ସେମାନଙ୍କ ବିବାହର ଖବର ମଧ୍ୟ ଶୁଣିବାକୁ ମିଳିଥିଲା ।

ସନ୍ନି ଦେବଲଙ୍କ ବିବାହ ପୂଜାଙ୍କ ସହ ହୋଇଯାଇ ଥିଲେ ମଧ୍ୟ ଡିମ୍ପଲଙ୍କ ସହ ତାଙ୍କର ସମ୍ପର୍କ ଚାଲିଥିଲା । ଡ଼ିମ୍ପଲ ମଧ୍ୟ ନିଜ ପତି ରାଜେଶ ଖାନ୍ନାଙ୍କ ଠାରୁ ଅଲଗା ରହୁଥିଲେ । ଯେତେବେଳେ ସନ୍ନି ଏବଂ ଡିମ୍ପଲ ବୁଲିବା ପାଇଁ ଯାଉଥିଲେ, ସେତେବେଳେ ଡିମ୍ପଲଙ୍କ ଦୁଇ ଝିଅ ଟ୍ଵିଙ୍କଲ ଏବଂ ରିଙ୍କି ଖାନ୍ନା ସନ୍ନିଙ୍କୁ “ସାନ ପାପା” କହି ଡାକୁଥିଲେ ବୋଲି ଶୁଣିବା ପାଇଁ ମିଳିଛି ।

ବହୁତ ବର୍ଷ ପରେ ସନ୍ନି ଏବଂ ଡିମ୍ପଲଙ୍କ ସମ୍ପର୍କରେ ବାଧା ଉତ୍ପନ ହୋଇଥିଲା । ଏହାର ପଛର କାରଣ ହେଉଛି ରବିନା ଟଣ୍ଡନ୍ । ଯଦିଓ ସନ୍ନି ଏବଂ ରବିନାଙ୍କ ସମ୍ପର୍କ ବହୁତ ଦିନ ପର୍ଯ୍ୟନ୍ତ ଚାଲିନଥିଲା । ପୁଣି ଥରେ ୨୦୧୭ରେ ସନ୍ନି ଏବଂ ଡ଼ିମ୍ପଲଙ୍କୁ ଏକାଠି ଦେଖିବାକୁ ମିଳିଥିଲା ।