ରୁଷ: ଜଳୁଥିବା ବିମାନଟି ମସ୍କୋ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କଲା, ୪୧ ଜଣଙ୍କ ମୃତ୍ୟୁ

Spread the love

ରୁଷ: ଜଳୁଥିବା ବିମାନଟି ମସ୍କୋ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କଲା, ୪୧ ଜଣଙ୍କ ମୃତ୍ୟୁ

ସୁଖୋଇ ସୁପେରଜେଟ୍-୧୦୦ ବିମାନଟି ମସ୍କୋ ରୁ ମରମାଂସକ ଅଭିମୁଖେ ଯାତ୍ରା କରୁଥିଲା ।

ରୁଷର ସରକାରୀ ଖବର ଏଜେନ୍ସି ଅନୁସାରେ, ବିମାନରେ ୭୮ଜଣ ଯାତ୍ରୀ ଥିଲେ ।

ମସ୍କୋ: ରୁଷର ଏୟାର ଫ୍ଲୋର୍ଟ ଏୟାର ଲାଇନର ସୁଖୋଇ ସୁପର ଜେଟ୍-୧୦୦ ଯାତ୍ରୀଧାରି ବିମାନଟି ରବିବାର ଦିନ ଉଡାଣ ହେବାର କିଛି ସମୟପରେ ନିଆଁ ଲାଗିଯାଇ ଥିଲା । ଜଳୁଥିବା ବିମାନଟି ମସ୍କୋର ସେରେମେଟୟେବ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରାଇ ଥିଲା । ରୁଷ ପରୀକ୍ଷଣ ଅଧିକାରୀଙ୍କ ଅନୁସାରେ ଅତିକମରେ ୪୧ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଦୁଇଟି ଶିଶୁ ମଧ୍ୟ ଅଛନ୍ତି । ବିମାନରେ ୭୮ ଯାତ୍ରୀଙ୍କ ସହ ୫ଜଣ ବିମାନ କର୍ମଚାରୀ ମଧ୍ୟ ଥିଲେ । ଏଥି ମଧ୍ୟରୁ ୫ ଜଣ ଆହତ ଥିବାର କୁହାଯାଉଛି ।

ପରୀକ୍ଷଣ ଅଧିକାରୀଙ୍କ କହିବାନୁସାରେ, ବିମାନଟି ମସ୍କୋରେ ଓହ୍ଲାଇ ରୁଷର ମରମାଂସ୍କ ସହର ଅଭିମୁଖେ ଯାତ୍ରା କରୁଥିଲା । ରୁଷର ଖବର ଚ୍ୟାନେଲ ରସିଆ-୨୪ ରେ ଏହାର ଭିଡ଼ିଓ ସେୟାର କରିଛି । ଏଥିରେ ବିମାନର ପଛ ଭାଗରେ ନିଆଁ ଲାଗିଥିବା ଦୃଶ୍ୟ ଦେଖା ଯାଉଛି । ମିଡ଼ିଆ ଖବରରେ ଜଣେ ବିମାନ କର୍ମଚାରୀଙ୍କ କହିବାନୁସାରେ ଏହି ବିମାନଟି କେବଳ ୨ବର୍ଷ ପୁରୁଣା ଅଟେ ।

https://twitter.com/dimsmirnov175/status/1125068204269867008

ରୁଷର ସରକାରୀ ଖବର ଅଧିକାରୀଙ୍କ କହିବାନୁସାରେ, ବିମାନଟି ମରମାଂସ୍କ ଅଭିମୁଖେ ଯାତ୍ରା କରୁ ଥିଲା, କିନ୍ତୁ ପବନରେ ହିଁ ଏଥିରେ ନିଆଁ ଲାଗିଗଲା । ଏହାପରେ ମସ୍କୋ ରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା । ଏହି ଘଟଣା ସହ ସମ୍ବନ୍ଧିତ ଭିଡ଼ିଓରେ ଆପତ୍ତିକାଳୀନ ଦ୍ୱାରରୁ ବହୃଥିବାର ଦେଖାଯାଉଛି । ଅନ୍ୟ ଏକ ଭିଡ଼ିଓରେ ଓହ୍ଲାଉଥିବା ବିମାନର ପଛ ଭାଗରୁ କଳା ଧୂଆଁ ବାହାରୁ ଥିବାର ଦେଖା ଯାଉଥିବା ବେଳେ, ଆଗ ଦ୍ୱାରରେ ଯାତ୍ରୀ ଡେଇଁ କରି ଓହ୍ଲାଉ ଥିବା ଦୃଶ୍ୟ ଦେଖା ଯାଉଛି ।