ମଳକଣ୍ଟକ ବା ଅର୍ଶରୋଗ ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ପତ୍ରର ସେବନ

Spread the love

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ପତ୍ର ବିଷୟରେ କହିବାକୁ ଯାଉଛୁ, ଯାହାକୁ ବ୍ୟବହାର କରି ଆପଣ କୌଣସି ମଧ୍ୟ ମଳକଣ୍ଟକ ବା ଅର୍ଶରୋଗ ଭଳି ସମସ୍ୟାରୁ ମୁକ୍ତି ପାଇ ପାରିବେ । ଆମର ଆଖପାଖରେ ଏମିତି ବହୁତ ପ୍ରକାର ଗଛ ପତ୍ର ରହିଛି ଯାହାର ବ୍ୟବହାର ଆମେ ଔଷଧୀୟ ଗୁଣ ବିଷୟରେ ଆମ୍ଭେମାନେ ଜାଣି ନାହୁଁ । ଏଥିପାଇଁ ଆଜି ଆମେ ଏହି ଅନୁଛେଦରେ ଏମିତି ଏକ ଔଷଧୀୟ ବୃକ୍ଷର ବିଷୟରେ କହିବାକୁ ଯାଉଛୁ ଯାହା ସ୍ୱାସ୍ଥ୍ୟ ପ୍ରତି ବହୁତ ଲାଭଦାୟକ ହୋଇଥାଏ । ଆପଣ ସମସ୍ତେ ଜାଣିଥିବେ ମଳକଣ୍ଟକ ବା ଅର୍ଶରୋଗ ଏମିତି ଏକ ସମସ୍ୟା ଯାହା ଅନ୍ୟ କାହାକୁ ମଧ୍ୟ କହି ହୁଏ ନାହିଁ କିମ୍ଭା ନିଜେ ମଧ୍ୟ ସହ୍ୟ କରି ହୁଏ ନାହିଁ । ଏହି ରୋଗ ବିଷୟରେ ଅନ୍ୟଙ୍କୁ କହିବା ପାଇଁ ବହୁତ ଲୋକ ସଂକୋଚ କରିଥାନ୍ତି । କିନ୍ତୁ ଏହି ରୋଗ ଏମିତି ଏକ ରୋଗ ଯାହାକୁ ଲୁଚାଇବା ଠିକ୍ ନୁହେଁ । ଆସନ୍ତୁ ଜାଣିବା ଏହି ରୋଗରୁ ମୁକ୍ତି ପାଇବା କିପରି :

କିନ୍ତୁ ଏହି ରୋଗକୁ ଲୁଚାଇବାର ମୁଖ୍ୟ କାରଣ ଏହା ଭୁଲ ଜାଗାରେ ହୋଇଥାଏ । ଯଦି ଆପଣ ମଳକଣ୍ଟକ ବା ଅର୍ଶରୋଗ ଭଳି ସମସ୍ୟାରେ ପୀଡିତ ଅଛନ୍ତି ତେବେ ଆପଣ ତେଲ ସାମଗ୍ରୀ, ରାଗ, ମସଲା ସେବବ କରିବା ଉଚିତ ନୁହଁ । ତେବେ ଆସନ୍ତୁ ଜାଣିବା ସେହି ପତ୍ର ବିଷୟରେ ଯାହା ଔଷଧୀୟ ରୂପେ ବ୍ୟବହାର କରିପାରିବା । ଏହି ଔଷଧ ପତ୍ର ଦ୍ୱାରା କେତେ ବି ଭୟଙ୍କର ପୁରୁଣା ମଳକଣ୍ଟକ ବା ଅର୍ଶରୋଗ ହେଲେ ମଧ୍ୟ ମୂଳରୁ ସମାପ୍ତ କରି ଦେଇଥାଇଥାଏ । ଯେଉଁ ପତ୍ର ବିଷୟରେ କଥା ହେଉଛୁ ସେହି ପତ୍ରଟି ହେଉଛି ନାଗଧାନ ଗଛର ପତ୍ର । ଏହି ପତ୍ରକୁ ଅଲଗା ଅଲଗା ରାଜ୍ୟରେ ଅଲଗା ଅଲଗା ନାମରେ ଜଣାଯାଇଥାଏ । ଆସନ୍ତୁ ଜାଣିବା ଏହାର ବ୍ୟବହାର ବିଷୟରେ :-

50 ଗ୍ରାମ ନାଗଧାନ ପତ୍ର ନିଅନ୍ତୁ ଓ ତାହାକୁ ବାଟି କରି ପେଷ୍ଟ ବନାଇ ଦିଅନ୍ତୁ । ତା ପରେ 100 ଗ୍ରାମ ପାଣିରେ ଏହି ପେଷ୍ଟକୁ ମିଶାଇ ଦିଅନ୍ତୁ, ଏଥିରେ 10ଟି କଳାମରିଚ ବାଟି କରି ମିଶାଇ ଦିଅନ୍ତୁ ଓ ତାହାକୁ ପ୍ରତି ଦିନ ସକାଳେ ଖାଲି ପେଟରେ ସେବନ କରନ୍ତୁ । 21 ଦିନ ଏହାକୁ ନିୟମିତ ରୂପରେ ସେବନ କରିବା ଦ୍ୱାରା ମଳକଣ୍ଟକ ବା ଅର୍ଶରୋଗ ଭଳି ସମସ୍ୟା ମୂଳରୁ ଚିରଦିନ ପାଇଁ ମୁକ୍ତି ମିଳିବ ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ !